ETV Bharat / sukhibhava

World Food Day: ଖାଦ୍ୟରୁ ବଞ୍ଚିତ 29 ପ୍ରତିଶତ ଭାରତୀୟ - history of World Food Day

ଆମକୁ ଏକ ସ୍ଥାୟୀ ବିଶ୍ୱ ଗଠନ କରିବାକୁ ପଡିବ ଯେଉଁଠାରେ ସମସ୍ତେ, ପ୍ରତ୍ୟେକ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିକର ଖାଦ୍ୟ ପାଇପାରିବେ ଏହି ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଶ୍ବ ଖାଦ୍ୟ ଦିବସ(World Food Day) ପାଳନ କରାଯାଉଛି । ହେଲେ ଆଜି ବି ଖାଦ୍ୟ ଅଭାବରୁ କେତେ ଲୋକେ ବଞ୍ଚିତ ଅଛନ୍ତି, ଏନେଇ ପରିସଂଖ୍ୟାନ କଣ କହୁଛି, ପଢନ୍ତୁ ଏହି ରିପୋର୍ଟ ।

World Food Day: ମୁଖ୍ୟ ଆବଶ୍ୟକତାରୁ ବଞ୍ଚିତ 29 ପ୍ରତିଶତ ଭାରତୀୟ

author img

By

Published : Oct 16, 2022, 6:00 AM IST

ହାଇଦ୍ରାବାଦ: ବିଶ୍ବରେ ଏକ ସୁସ୍ଥ ଖାଦ୍ୟର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ଉପଲବ୍ଧତା ତଥା କୃଷି ମାଧ୍ୟମରେ ଅର୍ଥନୈତିକ ପ୍ରଗତି ପାଇଁ ପ୍ରୟାସ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ 16 ଅକ୍ଟୋବରରେ ବିଶ୍ୱ ଖାଦ୍ୟ ଦିବସ(World Food Day) ପାଳନ କରାଯାଏ । ଚଳିତ ବର୍ଷ 'Leave No One Behind' ଥିମ୍ ଅନୁସାରେ ବିଶ୍ବ ଖାଦ୍ୟ ଦିବସ(Theme of World Food Day 2022) ପାଳନ କରାଯାଉଛି ।

ଆମ ଶରୀରର ସବୁଠାରୁ ମୁଖ୍ୟ ଆବଶ୍ୟକତା ହେଉଛି ଖାଦ୍ୟ, କିନ୍ତୁ ଆପଣ ଜାଣନ୍ତି କି ସମଗ୍ର ବିଶ୍ୱରେ ବହୁତ ସଂଖ୍ୟକ ଲୋକ ଅଛନ୍ତି, ଯେଉଁମାନେ ପ୍ରତିଦିନ ପର୍ଯ୍ୟାପ୍ତ ଖାଦ୍ୟ ପାଆନ୍ତି ନାହିଁ । ଯଦିଓ ପୁଷ୍ଟିହୀନତା ଦୂରେଇବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସୁସ୍ଥ ଖାଦ୍ୟର ପହଞ୍ଚାଇବା ପାଇଁ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ବିଶ୍ବର ପ୍ରାୟ ସମସ୍ତ ଦେଶରେ ପ୍ରୟାସ କରାଯାଉ ଥିଲେ ମଧ୍ୟ ଆଜି ବି ଅନେକ ବ୍ୟକ୍ତି ଖାଦ୍ୟ ଅଭାବର ଶିକାର ହେଉଛନ୍ତି ।

ପ୍ରତ୍ୟେକ ଭୋକିଲା ଏବଂ ଅଭାବୀ ବ୍ୟକ୍ତି ସୁସ୍ଥ ଖାଦ୍ୟ ପାଇବା, ଖାଦ୍ୟ ବର୍ଜ୍ୟବସ୍ତୁ ହ୍ରାସ କରିବା ଏବଂ ଖାଦ୍ୟ ଉତ୍ପାଦନ ଏବଂ କୃଷିକୁ ପ୍ରୋତ୍ସାହିତ କରିବା ଉଚିତ ଏବଂ ଏହି ଦିଗରେ ଉଦ୍ୟମ ବୃଦ୍ଧି କରିବା ଉଚିତ, ଏଥିପାଇଁ ବିଶ୍ୱ ସଚେତନତା ତଥା କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱ ଖାଦ୍ୟ ଦିବସ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ଅକ୍ଟୋବର 16 ରେ ପାଳନ କରାଯାଏ ।

ଇତିହାସ:-

ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ବିଶ୍ବସ୍ତରରେ କ୍ଷୁଧା ଦୂର କରିବାକୁ ଚେଷ୍ଟା କରିବା ଉଦ୍ଦେଶ୍ୟରେ ପ୍ରଥମେ 16 ଅକ୍ଟୋବର 1979 ରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରିବା ଆରମ୍ଭ କରିଥିଲା । ସୂଚନାଯୋଗ୍ୟ ଯେ, ମିଳିତ ଜାତିସଂଘ ଦ୍ୱାରା ଖାଦ୍ୟ ଏକ ସାଧାରଣ ଅଧିକାର ଭାବରେ ମାନ୍ୟତା ପାଇଥିଲା । କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ସୁସ୍ଥ ଖାଦ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି 1945 ମସିହାରେ ମିଳିତ ଜାତିସଂଘ ଖାଦ୍ୟକୁ ସମସ୍ତଙ୍କ ପାଇଁ ଏକ ବିଶେଷ ଅଧିକାର ଭାବରେ ମାନ୍ୟତା ଦେଲା ।

ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ କେବଳ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ଉପଲବ୍ଧତା ପାଇଁ ପ୍ରୟାସ କରିବା ନୁହେଁ, ବରଂ ନିରାପଦ ଖାଦ୍ୟ ଉତ୍ପାଦନ ତଥା ବ୍ୟବହାର ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଏହା ବ୍ୟତୀତ, ଏହି ଦିନରେ ଖାଦ୍ୟ ଉତ୍ପାଦନ, ମାର୍କେଟିଂ ଏବଂ ଏହାର ଆମଦାନୀ-ରପ୍ତାନି ସମ୍ବନ୍ଧୀୟ ସମ୍ଭାବନା ଉପରେ ଆଲୋଚନା ଏବଂ ପ୍ରୟାସ ମଧ୍ୟ ରହିଛି, ଯାହା ବିଶ୍ବର ଅନେକ ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ ସହାୟକ ହେବ ।

କ’ଣ କହୁଛି ପରିସଂଖ୍ୟାନ:-

ଖାଦ୍ୟ ଉତ୍ପାଦନରେ ଆମ ଦେଶ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଡାଲି, ଚାଉଳ, ଗହମ, ମାଛ, କ୍ଷୀର ଏବଂ ପନିପରିବା ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନରେ ରହିଛି । ତଥାପି ଆମ ଦେଶରେ ଏକ ବୃହତ ଜନସଂଖ୍ୟା ପୁଷ୍ଟିହୀନତାର ଶିକାର ହେଉଛନ୍ତି । ତଥ୍ୟ ଅନୁଯାୟୀ, 2021 ମସିହାରେ ବିଶ୍ବର 768 ନିୟୁତ ଲୋକ ପୁଷ୍ଟିହୀନତାର ଶିକାର ହୋଇଥିବା ଜଣାପଡିଛି । ସେଥିମଧ୍ୟରୁ 22.4 କୋଟି ଅର୍ଥାତ୍ ପ୍ରାୟ 29% ଭାରତୀୟ ଥିଲେ ।

ମିଳିତ ଜାତିସଂଘର 'ଷ୍ଟେଟ୍ ଅଫ୍ ଫୁଡ୍ ସିକ୍ୟୁରିଟି ଆଣ୍ଡ ନ୍ୟୁଟ୍ରିସନ୍ ଇନ୍ ୱାର୍ଲ୍ଡ 2022' ରିପୋର୍ଟରେ ପ୍ରକାଶିତ ପରିସଂଖ୍ୟାନ ଅନୁଯାୟୀ, ଭାରତରେ 97 କୋଟିରୁ ଅଧିକ ଲୋକ ଅର୍ଥାତ୍ ଦେଶର ପ୍ରାୟ 71 ପ୍ରତିଶତ ଲୋକ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଅସମର୍ଥ । ଏହି ରିପୋର୍ଟର ଫଳାଫଳକୁ ନେଇ ଲୋକଙ୍କ ମଧ୍ୟରେ କିଛି ପାର୍ଥକ୍ୟ ରହିଛି ।

ମିଳିତ ଜାତିସଂଘର ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କେବଳ 70.5% ଭାରତୀୟ ନୁହଁନ୍ତି 84% ନେପାଳ ଏବଂ 83.5% ପାକିସ୍ତାନ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରିବାରେ ଅସମର୍ଥ । ଏହି ରିପୋର୍ଟରେ ଅନ୍ୟ କେତେକ ଦେଶର ତଥ୍ୟ ମଧ୍ୟ ଦିଆଯାଇଛି, ଯାହା ଅନୁଯାୟୀ ଚାଇନାର ପ୍ରାୟ 12%, ବ୍ରାଜିଲର 19% ଏବଂ ଶ୍ରୀଲଙ୍କାର 49% ଲୋକ ସୁସ୍ଥ ଖାଦ୍ୟ ଖାଇବାକୁ ଅସମର୍ଥ ।

ସମାନ ବିଷୟ ଉପରେ ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱର 99% ପୁଷ୍ଟିହୀନ ଲୋକ ବିକାଶଶୀଳ ଦେଶରେ ବାସ କରନ୍ତି । ଏଥି ସହିତ, ପ୍ରତିବର୍ଷ ପ୍ରାୟ 20 ନିୟୁତ ଶିଶୁ କମ୍ ଜନ୍ମ ଓଜନ ସହିତ ଜନ୍ମ ହୁଅନ୍ତି, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ 96.5% ବିକାଶଶୀଳ ଦେଶରୁ ଆସିଛନ୍ତି । ପୁଷ୍ଟିହୀନତାର ମାମଲା ମହିଳା ଏବଂ ଶିଶୁମାନଙ୍କଠାରେ ଅଧିକ ଦେଖାଯାଏ । ଜନ୍ମ ସମୟରେ ଏବଂ ଅଳ୍ପ ବୟସରେ(5 ବର୍ଷରୁ କମ୍) ଶିଶୁମାନଙ୍କର ମୋଟ ମୃତ୍ୟୁର 50% ପାଇଁ ପୁଷ୍ଟିହୀନତା ଦାୟୀ ବୋଲି ବିଶ୍ୱାସ କରାଯାଏ । ଏଥି ସହିତ, ବିଶ୍ବର ପ୍ରାୟ 60% ମହିଳା ପୁଷ୍ଟିହୀନତାର ଶିକାର ହେଉଛନ୍ତି ।

ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ସାଧାରଣ ଲୋକଙ୍କୁ ସୁସ୍ଥ ଖାଦ୍ୟ ଯୋଗାଣ ହେଉଛି ଏକ ବିଶ୍ୱସ୍ତରୀୟ ସମସ୍ୟା ଯାହା ବିଶ୍ବର ଅନେକ ଦେଶ ସାମ୍ନା କରୁଛନ୍ତି । ଖାଦ୍ୟ ଉତ୍ପାଦନରେ ହ୍ରାସ ଏହି ସମସ୍ୟାର ମୁଖ୍ୟ କାରଣ ନୁହେଁ, କିନ୍ତୁ ମୁଦ୍ରାସ୍ଫୀତି, ଦାରିଦ୍ର, ସାମାଜିକ ଅସମାନତା, ପରିବେଶରେ ପରିବର୍ତ୍ତନ, ମହାମାରୀ ଏବଂ ଯୁଦ୍ଧ ପରିସ୍ଥିତି ଭଳି ଅନେକ କାରଣ ଦାୟୀ ।

ତେବେ ସବୁଠୁ ବଡ କଥା ହେଉଛି କି, ଉପଲବ୍ଧତା ଅନୁଯାୟୀ, ପୃଥିବୀରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଉତ୍ପନ୍ନ ହେଉଛି, ଯାହା ସମସ୍ତ ଲୋକ ଏବଂ ଜୀବଜନ୍ତୁଙ୍କ କ୍ଷୁଧା ନିବାରଣ କରିପାରିବ । ମାତ୍ର ସମଗ୍ର ବିଶ୍ୱରେ ବିଭିନ୍ନ କାରଣରୁ ପ୍ରତିବର୍ଷ 1.3 ବିଲିୟନ ଟନ୍ ଖାଦ୍ୟ ନଷ୍ଟ ହୁଏ, ଯାହା ଉତ୍ପାଦିତ ଖାଦ୍ୟର ପ୍ରାୟ 20% । ଫଳରେ ଅଧିକାଂଶ ଲୋକେ ଖାଦ୍ୟ ଆବଶ୍ୟକତାରୁ ବଞ୍ଚିତ ହେଉଛନ୍ତି । ଯଦି ଆମେମାରେ ଏଥିପ୍ରତି ଧ୍ୟାନ ଦେଇପାରିବା, ତେବେ ପ୍ରତିଟି ବ୍ୟକ୍ତି ଖାଦ୍ୟ ପାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.