ETV Bharat / sukhibhava

World Breastfeeding Week 2022: ମାଆ କ୍ଷୀରର ଗୁରୁତ୍ବ, ଆବଶ୍ୟକତା - ନବଜାତଙ୍କ ପାଇଁ ମାଆ କ୍ଷୀରର ଆବଶ୍ୟକତା

ଧୀରେ ଧୀରେ ବିଶ୍ବରେ କମିବାରେ ଲାଗିଛି ସ୍ତନ୍ୟପାନ । ମହିଳାମାନେ କାର୍ଯ୍ୟ ବ୍ୟସ୍ତତା, ସୌନନ୍ଦ୍ୟ ନଷ୍ଟ ବା ଅନ୍ୟ କୌଣସି କାରଣ ପାଇଁ ୬ ମାସ ପର୍ଯ୍ୟନ୍ତ ନବଜାତକୁ ସ୍ତନ୍ୟପାନ କରାଉନାହାନ୍ତି । ତେବେ ମହିଳାଙ୍କୁ ସଚେତନ କରିବା ଲାଗି ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ପର୍ଯ୍ୟନ୍ତ ପାଳିତ ହେଉଛି ବିଶ୍ବ ସ୍ତନ୍ୟପାନ ଦିବସ । ଜାଣନ୍ତୁ କଣ ରହିଛି ଏହାର ଗୁରୁତ୍ବ ଓ ଆବଶ୍ୟକତା । ଅଧିକ ପଢନ୍ତୁ

World Breastfeeding Week 2022: ମା' କ୍ଷୀରର ଗୁରୁତ୍ବ, ଆବଶ୍ୟକତା

author img

By

Published : Aug 1, 2022, 7:03 AM IST

ନୂଆଦିଲ୍ଲୀ: ଶିଶୁ ପାଇଁ ମାଆ କ୍ଷୀରର ବହୁଳ ଆବଶ୍ୟକତା ରହିଛି । ମାଆ କ୍ଷୀର ପିଇବା ଦ୍ବାରା ଶିଶୁଟି ସୁସ୍ଥ ଓ ନିରୋଗୀ ହୋଇଥାଏ । ତେବେ ମାଆ କ୍ଷୀରର ଗୁରୁତ୍ବ, ଆବଶ୍ୟକତା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ବିଶ୍ବ ସ୍ତନ୍ୟପାନ ସପ୍ତାହ ବା ୱାର୍ଲ୍ଡ ବ୍ରେଷ୍ଟଫିଡ଼ିଂ ୱିକ୍‌ (World Breastfeeding Week) ପାଳନ ହୁଏ । ପ୍ରଥମତଃ ଏହି ଦିବସକୁ ୭୦ଟି ଦେଶରେ ପାଳନ କରାଯାଉଥିବା ବେଳେ ଏବେ ପ୍ରାୟ ୧୭୦ଟି ଦେଶରେ ପାଳନ କରାଯାଉଛି ।

ସ୍ତନ୍ୟପାନକୁ ସମର୍ଥନ କରିବା ସହ ଏହାକୁ ସୁରକ୍ଷା ଓ ପ୍ରୋତ୍ସାହିତ କରିବା ଲାଗି ସରକାରୀ ନୀତି ନିର୍ଦ୍ଧାରକ WHO ଓ UNICEF ଦ୍ବାରା ୧୯୯୦ ମସିହା ଅଗଷ୍ଟ ମାସରେ ଏହି ଦିବସ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ସ୍ତନ୍ୟପାନ କରିଥିବା ଶିଶୁମାନେ ଅନ୍ୟଙ୍କ ତୁଳନାରେ ଅଧିକ ଦକ୍ଷ ଓ ସୁସ୍ଥ ହୋଇଥାନ୍ତି । ଏମାନେ ଅନ୍ୟଙ୍କ ତୁଳନାରେ ମୋଟା ହେବା ବା ଅସୁସ୍ଥ ହେବାର ସମ୍ଭାବନା କମ ରହିଥାଏ । ମାଆ କ୍ଷୀରରେ ରହିଥିବା ଆଣ୍ଟିବଡ଼ି ନବଜାତ ଶିଶୁକୁ ଅନେକ ସଂକ୍ରମଣରୁ ଦୂରେଇ ରଖିଥାଏ ।

ଚଳିତ ବର୍ଷର ବିଷୟବସ୍ତୁ:-

ଚଳିତ ବର୍ଷର ଥିମ(Theme) ରହିଛି 'ସ୍ତନ୍ୟପାନ ଆଡ଼କୁ ପାଦେ: ଶିକ୍ଷା ଓ ସମର୍ଥନ' (Step Up For Breastfeeding: Educate and Support' । ଆଗ୍ରାର ଡାକ୍ତର ନିହାରିକା ମଲହୋତ୍ରାଙ୍କ କହିବାନୁସାରେ, " ଡେଲିଭରୀ ପରେ ମହିଳାଙ୍କୁ ଅବସାଦରୁ ମୁକ୍ତି ପାଇବାକୁ ହେଲେ ସ୍ତନ୍ୟପାନ ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ । ସ୍ତନ୍ୟାପନ କରାଇବା ଦ୍ବାରା ମହିଳାଙ୍କ କ୍ଷେତ୍ରରେ ଟାଇପ-୨ ଡାଇବେଟିସ ହେବାର ସମ୍ଭାବନା କମ ରହିଥାଏ । ଏହାବ୍ୟତୀତ ଆଣ୍ଠୁଗଣ୍ଠି ରୋଗ, ହୃଦ ସମ୍ବନ୍ଧୀୟ ରୋଗ, ଉଚ୍ଚ ରକ୍ତଚାପ, ମେଦ ବହୁଳତାର ଆଶଙ୍କା କମ ରହିଥାଏ । ନିୟମିତ ଭାବରେ ଶିଶକୁ ସ୍ତନ୍ୟପାନ କରାଇବା ଦ୍ବାରା ସ୍ତନ କର୍କଟ (Breast Cancer) ଓ ଗର୍ଭାଶୟ କର୍କଟ (Ovarian Cancer) ର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ ।"

ସ୍ତନ୍ୟପାନ ବନ୍ଦ ଯୋଗୁଁ ହେଉଛି ସ୍ତନ କର୍କଟ:-

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ରିପୋର୍ଟ ଅନୁସାରେ ସ୍ତନ୍ୟପାନ କରାଉନଥିବାରୁ ପ୍ରତିବର୍ଷ ପ୍ରାୟ ୨୦ ହଜାର ମହିଳାଙ୍କୁ ହେଉଛି ସ୍ତନ କର୍କଟ । ଏଥିଲାଗି ସ୍ତନ୍ୟପାନକୁ ଉତ୍ସାହିତ କରିବା ଲାଗି ଏହି ଦିବସ ପାଳିତ ହେଉଛି । WHO ରିପୋର୍ଟ ଅନୁସାରେ ପ୍ରତି ୩ ଜଣ ଶିଶୁଙ୍କ ମଧ୍ୟରେ ୨ ଜଣ ଶିଶୁ ସ୍ତନ୍ୟପାନରୁ ବଞ୍ଚିତ ହେଉଛନ୍ତି । ପ୍ରତି ମହିଳାଙ୍କୁ ପ୍ରସବ ପରେ ୬ ମାସ ପର୍ଯ୍ୟନ୍ତ ନବଜାତକୁ ସ୍ତନ୍ୟପାନ କରାଇବା ଆବଶ୍ୟକ । ଆମ ଦେଶ ଭାରତରେ ମହିଳାମାନେ ସ୍ତନ୍ୟପାନ କରାଉନଥିବାରୁ ଅଧିକାଂଶ ଶିଶୁ ଅପପୃଷ୍ଟି ରୋଗ ଓ ଅଣ୍ଡରୱେଟ୍‌ ହେଉଥିବା ନଜିର ରହିଛି ।

ଦିବସ ପାଳନର ଲକ୍ଷ୍ୟ:-

ଆସନ୍ତା ୨୦୨୫ ମସିହା ପର୍ଯ୍ୟନ୍ତ ସ୍ତନ୍ୟପାନକୁ ବିଶ୍ବ ସ୍ତରରେ ୫୦ ପ୍ରତିଶତ ଟାର୍ଗେଟ ପୂରଣ କରିବା ପାଇଁ ୱାର୍ଲ୍ଡ ହେଲ୍‌ଥ ଆସେମ୍ବଲି ଲକ୍ଷ୍ୟ ରଖିଛି । ଆମ ଦେଶରେ ଏବେ ୫୫ ପ୍ରତିଶତ ନବଜାତଙ୍କୁ ସ୍ତନ୍ୟପାନ କରୁଛନ୍ତି । ବିଶ୍ବ ସ୍ତନ୍ୟପାନ ସପ୍ତାହ ମାଧ୍ୟମରେ ପ୍ରତିବର୍ଷ ମହିଳାଙ୍କୁ ସଚେତନ କରାଯାଉଛି । ଏହା କୌଣସି ନିୟମ ନୁହେଁ, ବରଂ ଏକ ଶିଶୁର ସୁସ୍ଥ ଶାରୀରିକ ଓ ମାନସିକ ଗଠନ ପାଇଁ ନିହାତି ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.