ETV Bharat / sukhibhava

Cold Water Therapy: ସୁସ୍ଥ ଶରୀର ପାଇଁ ଉପଯୋଗୀ କୋଲ୍‌ଡ ୱାଟର ଥେରାପି, ଜାଣନ୍ତୁ, ଏହାର ଫାଇଦା କ’ଣ - ଶୀତଳ ଜଳ ଚିକିତ୍ସା

ଆଜିକାଲି ଶୀତଳ ଜଳ ଚିକିତ୍ସା (Cold Water Therapy) ଟ୍ରେଣ୍ଡରେ ରହିଛି । ଅନେକ ସେଲିବ୍ରିଟି ଏହି ଥେରାପି ବ୍ୟବହାର କରୁଛନ୍ତି । ଏହି ଥେରାପି ସ୍ୱାସ୍ଥ୍ୟ ଉପକାର ପାଇଁ ବ୍ୟବହୃତ ହୁଏ । ତେବେ ଏହି ଶୀତଳ ଜଳ ଥେରାପି କ’ଣ ଏବଂ ଏହା କିପରି ଆମ ଶରୀର ପ୍ରତି ଲାଭଦାୟକ ? ଜାଣନ୍ତୁ...

ସୁସ୍ଥ ଶରୀର ପାଇଁ ଉପଯୋଗୀ ଶୀତଳ ଜଳ ଥେରାପି, ଜାଣନ୍ତୁ, ଏହାର ଫାଇଦା କ’ଣ

author img

By

Published : Jul 28, 2023, 5:26 PM IST

ହାଇଦ୍ରାବାଦ: ଥଣ୍ଡା ପାଣିରେ ଗାଧୋଇବା ହେଉଛି ଏକ ଥେରାପି ଯାହା ମାଂସପେଶୀକୁ ଆରାମ ଦେଇଥାଏ, ବ୍ୟାୟାମ ପରେ ଆମକୁ ସତେଜ କରାଏ, ଇମ୍ୟୁନ ସିଷ୍ଟମ ଏବଂ ମେଟାବୋଲିଜିମରେ ସୁଧାର ଆଣିଥାଏ ଏବଂ ମନୋବଳକୁ ବଢାଇବାରେ ସାହାଯ୍ୟ କରେ । ଏହାର ମୂଳ ମନ୍ତ୍ର ହେଉଛି ଏହା କେବଳ କିଛି ସମୟ ପାଇଁ କରାଯିବା ଉଚିତ, ନଚେତ୍ ଏହା କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା ଶୀତଳ ଜଳ ଥେରାପି କ’ଣ? ଏଥିସହ ଏଥିରୁ କି ପ୍ରକାର ଲାଭ ମିଳୁଛି ?

ଥଣ୍ଡା ପାଣିରେ ବୁଡ଼ି ରହିବା ବା ଗାଧୋଇବା କେତେକଙ୍କ ପାଇଁ ଅଜବ ହୋଇପାରେ କିନ୍ତୁ ଅନେକ ଲୋକ ଏହାକୁ ସ୍ୱାସ୍ଥ୍ୟ ଉପକାର ପାଇଁ ନିୟମିତ ବ୍ୟବହାର କରନ୍ତି । EverydayHealthର ରିପୋର୍ଟ ଅନୁଯାୟୀ ମେଡ଼ିକାଲ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର କରାଯାଉଛି । ଥଣ୍ଡା ପାଣି ଥେରାପି ସମ୍ବନ୍ଧୀୟ ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଏହାର ବ୍ୟବହାର ରୋଗୀମାନଙ୍କଠାରେ ଧଳା ରକ୍ତ କଣିକାର ସ୍ତରକୁ ବଢାଇଥାଏ । ଏହା ବ୍ୟତୀତ ଶୀତଳ ଜଳ ଥେରାପି ମଧ୍ୟ ଆପଣଙ୍କ ଶରୀରକୁ ଆରାମ ଦେଇଥାଏ । ସ୍ୱାସ୍ଥ୍ୟ ଉପକାର ପାଇଁ, 10ରୁ 15 ମିନିଟ୍ ପର୍ଯ୍ୟନ୍ତ ପ୍ରାୟ 15° କିମ୍ବା ତା’ଠାରୁ କମ୍ ଥଣ୍ଡା ପାଣିରେ ଗାଧୋଇବାକୁ ଏହାକୁ ଶୀତଳ ଜଳ ଚିକିତ୍ସା (Cold Water Therapy) କିମ୍ବା ହାଇଡ୍ରୋଥେରାପି କୁହାଯାଏ । ଏଥିରୁ ଏହି ପ୍ରକାର ମିଳିଥାଏ ଲାଭ...

1. ଡିପ୍ରେସନ ଦୂର କରିବାରେ ସାହାଯ୍ୟ କରେ

ଅନେକ ଗବେଷଣାରୁ ଏହା ଜଣାପଡିଛି ଯେ ଥଣ୍ଡା ପାଣିରେ ଗାଧୋଇବା ଦ୍ବାରା ମନ ଶାନ୍ତ ହୋଇଥାଏ, ଯାହା ଚିନ୍ତା ଏବଂ ଡିପ୍ରେସନ ଭଳି ଲକ୍ଷଣରୁ ମୁକ୍ତି ଦେଇଥାଏ ।

2. ଅତ୍ୟଧିକ ଗରମ

ଅତ୍ୟଧିକ ଗରମ ହେଲେ ଶରୀରକୁ ଥଣ୍ଡା ପାଣିରେ ଗାଧୋଇବା ଦ୍ବାରା ଏହା ଅତ୍ୟଧିକ ଗରମରୁ ତୁରନ୍ତ ଆରାମ ଦେଇଥାଏ ।

3. ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି

ସାଧାରଣତଃ ସେଲିବ୍ରିଟି କିମ୍ବା କ୍ରୀଡ଼ାବିତମାନେ କେବଳ ଥଣ୍ଡା ପାଣିରେ ଗାଧୋଇଥାନ୍ତି । ଏହାର କାରଣ ହେଉଛି ଥଣ୍ଡା ପାଣି ରକ୍ତ ନଳୀକୁ ସଙ୍କୁଚିତ କରିଥାଏ, ଯାହା ଯନ୍ତ୍ରଣାଦାୟକ ସ୍ଥାନର ରକ୍ତ ପ୍ରବାହକୁ ମନ୍ଥର କରିଥାଏ, ଯାହାଦ୍ୱାରା ଫୁଲା କିମ୍ବା ଯନ୍ତ୍ରଣା କମିଯାଏ । ଆଘାତ କିମ୍ବା ମାଂସପେଶୀ ଫୁଲିଲେ ବା ଯନ୍ତ୍ରଣା ହେଲେ ବରଫ ସହ ଫୋର୍ମେଣ୍ଟେସନ୍ କରିବାକୁ ସୁପାରିଶ କରାଯାଏ।

4. ମେଟାବୋଲିଜିମ୍ ସୁଧାର କରେ

ଅନେକ ଗବେଷଣାରୁ ଏହା ଜଣାପଡିଛି ଯେ ଥଣ୍ଡା ପାଣିରେ ଗାଧୋଇବା ଶରୀରରେ ସଂକ୍ରମଣ ସହ ଲଢ଼ିଥିବା କେମିକାଲ ବାହାରିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସମର୍ଥନ କରିଥାଏ ଏବଂ ମେଟାବୋଲିଜିମ୍ ମଧ୍ୟ ବଢାଇଥାଏ ।

ଏହା ମଧ୍ୟ ପଢନ୍ତୁ:ସ୍ତନ କର୍କଟ ଆଶଙ୍କାକୁ ୨୫% କମାଇଥାଏ କମ୍ବିନେସନ ଥେରାପି

5. ମନୋବଳକୁ ଦୃଢ଼ କରିବାରେ ସାହାଯ୍ୟ କରେ

ଥଣ୍ଡା ପାଣିରେ ଗାଧୋଇବା ଦ୍ବାରା ଡୋପାମିନ୍ ପରିମାଣ ବଢିଥାଏ, ଯାହା ଏକ 'ଭଲ ଅନୁଭବ' ହରମୋନ୍ ଅଟେ । ଯାହା ତୁରନ୍ତ ମନୋବଳକୁ ଦୃଢ କରିବାରେ ସାହାଯ୍ୟ କରେ ।

ବିଦ୍ର: ଏହା ଏକ ରିପୋର୍ଟ ଅନୁଯାୟୀ ଆଧାରିତ ତଥ୍ୟ । ଏହି ପ୍ରଥା ଆପଣାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.