ETV Bharat / sukhibhava

Vitamin B12 Deficiency: ଏହି ସବୁ ଲକ୍ଷଣ ପ୍ରତି କରନ୍ତୁନି ଅଣଦେଖା, ହୋଇପାରେ ଜଟିଳ ସମସ୍ୟା - ସ୍ବାସ୍ଥ୍ୟ ଖବର

ଶରୀରରେ ଭିଟାମିନ୍ B12ର ଅଭାବରେ ନାନା ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ବେଳେ ବେଳେ ଏହି ସମସ୍ୟା ଗମ୍ଭୀର ମଧ୍ୟ ହୋଇପାରେ । ଜାଣନ୍ତୁ, କେଉଁସବୁ ଲକ୍ଷଣ ଥିଲେ ଭିଟାମିନ୍ B12ର ଅଭାବ ବୋଲି ଜାଣିବେ

Vitamin B12
Vitamin B12
author img

By

Published : Feb 2, 2023, 11:23 AM IST

ହାଇଦ୍ରାବାଦ: ଶରୀର ପାଇଁ ଭିଟାମିନ୍ B12 ଏକ ଜରୁରୀ ଆବଶ୍ୟକତା । କିନ୍ତୁ ଶରୀର ନିଜେ ଏହାକୁ ତିଆରି କରିବାରେ ଅସମର୍ଥ । ଭିଟାମିନ୍ B12 ଶରୀରକୁ ଲୋହିତ ରକ୍ତ କଣିକା ଏବଂ DNA ତିଆରି କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ସ୍ନାୟୁ ପ୍ରଣାଳୀ ଭଲ କାମ କରିବା ପାଇଁ ଭିଟାମିନ୍ B12 ମଧ୍ୟ ଆବଶ୍ୟକ । ତେଣୁ ଭିଟାମିନ୍ B12ର ଅଭାବ ହେତୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଶରୀରରେ ଭିଟାମିନ୍ B12 ର ଅଭାବ ନାହିଁ କିମ୍ବା ଯଦି ଅଭାବ ଅଛି ଜାଣିବେ କିପରି, ତାହା ଗୁରୁତ୍ବପୂର୍ଣ୍ଣ । ଆଜିର ଏହି ଆର୍ଟିକିଲରେ ସେନେଇ ଆଲୋଚନା କରିବା, ଯାହା ଦ୍ବାରା କେତେକ ଲକ୍ଷଣ ଚିହ୍ନଟ କରି ଭିଟାମିନ୍ B12ର ଅଭାବ ଜାଣିପାରିବେ

Vitamin B12
Vitamin B12

ଦୁର୍ବଳତା ଏବଂ ଅସ୍ଥିରତା: ଯଦି ଶରୀରରେ ଭିଟାମିନ୍ B12ର ଅଭାବ ଥାଏ, ତେବେ ଦୁର୍ବଳ ଏବଂ ଅସ୍ଥିରତା ଅନୁଭବ କରିବା ଆରମ୍ଭ କରନ୍ତି । ଏହା ଫଳରେ କିଛି ସମୟ କାମ କରିବା ପରେ ଥକିଯିବା ଆରମ୍ଭ କରନ୍ତି । ଶରୀରରେ ଲୋହିତ ରକ୍ତ କଣିକା ଗଠନ କମ୍ କାରଣରୁ ଏହା ଘଟେ, ଯେଉଁଥିପାଇଁ ରକ୍ତ ସଞ୍ଚାଳନ ମଧ୍ୟ ସଠିକ୍ ଭାବରେ ହୋଇନଥାଏ । ଏହି କାରଣରୁ ଜଣେ ବ୍ୟକ୍ତି ରକ୍ତହୀନତାର ଶିକାର ହୁଅନ୍ତି ।

ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା: ଯେତେବେଳେ ଶରୀରରେ ଭିଟାମିନ୍ B12ର ଅଭାବ ଥାଏ, ସେତେବେଳେ ଧଇଁସଇଁ ଲାଗେ ବା ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୁଏ । କମ୍ କାମ କରିବା କିମ୍ବା ବିନା ପରିଶ୍ରମରେ ମଧ୍ୟ ଏପରି ଅନୁଭବ ହୋଇଥାଏ । ଭିଟାମିନ୍ B12 ଅଭାବର ଏହା ହେଉଛି ଏକ ମୁଖ୍ୟ ଲକ୍ଷଣ ।

ଅସ୍ପଷ୍ଟ ଦର୍ଶନ: ଯଦି ଶରୀରରେ ଭିଟାମିନ୍ B12ର ଅଭାବ ଥାଏ, ତେବେ ଏହା ଦୃଷ୍ଟିଶକ୍ତି ଉପରେ ବହୁତ ପ୍ରଭାବ ପକାଇଥାଏ । ଏହି କାରଣରୁ ଜଣେ ବ୍ୟକ୍ତି ଦେଖିବାରେ ବହୁତ ଅସୁବିଧା ଅନୁଭବ କରନ୍ତି । ଏପରିକି ସବୁ ଜିନିଷ ଅସ୍ପଷ୍ଟ ଦେଖାଯାଏ । ଏହି କ୍ଷେତ୍ରରେ, ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।

ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ: ଭିଟାମିନ୍ B12 ଅଭାବର ଶିକାର ହୋଇଥିବା ବ୍ୟକ୍ତି, ଅନେକ ପ୍ରକାରର ମାନସିକ ସମସ୍ୟା ଆରମ୍ଭ ହୁଏ । ଏପରି ପରିସ୍ଥିତିରେ, ସ୍ମୃତି ଶକ୍ତି ହ୍ରାସ ଏବଂ ଚାପ ସମସ୍ୟା ସାଧାରଣ ଲକ୍ଷଣ ।

ଏହିସବୁ ସମସ୍ୟା ସହ ଅତି ସାଧାରଣ ଭାବେ ତୁଣ୍ଡ ଘା', ଜିଭ ଫୁଲିଯିବା ଭଳି ଅନୁଭବ ହେବା, ଜିଭରେ ଜ୍ବଳନ, ଜିଭରେ କ୍ଷତ, ଜିଭରେ ଛୁଞ୍ଚି ଫୋଡିହେବା ଭଳି ଲାଗିବା ଇତ୍ୟାଦି ଦେଖାଯାଏ ।

କେମିତି ଭିଟାମିନ୍ B12 ଅଭାବକୁ ପୂରଣ କରିବେ: ଡାକ୍ତରଙ୍କ ଅନୁସାରେ, ଭିଟାମିନ୍ B12 ଏବଂ ଫୋଲେଟ୍ ଅଭାବକୁ ଶୀଘ୍ର ଚିହ୍ନଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଦୀର୍ଘ ସମୟ ମଧ୍ୟରେ ରକ୍ତହୀନତାର କାରଣ ହୋଇପାରେ । ଯଦି ଏହାର ଶୀଘ୍ର ଚିକିତ୍ସା କରା ନ ଯାଏ, ତେବେ ଏହି ଅବସ୍ଥା ଅନ୍ୟ ସମସ୍ୟାର କାରଣ ହୋଇପାରେ ଏବଂ ସ୍ଥାୟୀ କ୍ଷତି ଘଟାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.