ETV Bharat / sukhibhava

କବକ ସଂକ୍ରମଣକୁ ହାଲୁକା ଭାବେ ନିଅନ୍ତୁ ନାହିଁ, ଏହିପରି ରୁହନ୍ତୁ ସତର୍କ - ସ୍କିନ୍ କେୟାର୍ ଟିପ୍ସ

ଜୀବାଣୁ-ଭୂତାଣୁ ପରି କବକ ବା ଫଙ୍ଗଲ୍ ସଂକ୍ରମଣ ମଧ୍ୟ ସ୍ବାସ୍ଥ୍ୟାବସ୍ଥାକୁ ବିଗାଡିଦିଏ । ଏହାକୁ ଏଡାଇବା ପାଇଁ କିପରି ପ୍ରାଥମିକ ଚିକିତ୍ସା କରିବେ ଏବଂ ରୋଗର ଲକ୍ଷଣ ଜାଣିବେ, ଜାଣନ୍ତୁ

Etv Bharat
Etv Bharat
author img

By

Published : May 5, 2023, 2:03 PM IST

ହାଇଦ୍ରାବାଦ: ଗତ କିଛିଦିନ ହେବ ସଂକ୍ରମଣ ଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି । ଜୀବାଣୁ ହେଉ ଅବା ଭୂତାଣୁ କାରଣରୁ ଏକାଧିକ ଲୋକ ସଂକ୍ରମଣର ଶିକାର ହେଉଛନ୍ତି । କୋଭିଡ୍, କୋଭିଡ୍‌ର ସବ୍-ଭାରିଆଣ୍ଟ ସହ ଇନଫ୍ଲୁଏଞ୍ଜା ସଂକ୍ରମଣ ଚିନ୍ତାରେ ପକାଇଛି । ହେଲେ ଜାଣନ୍ତି କି ଆମ ପରିବେଶରେ ଥିବା ଫଙ୍ଗଲ୍(କବକ) ମଧ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ ? ଆଜ୍ଞା ହଁ, ଜୀବାଣୁ-ଭୂତାଣୁ ପରି କବକ ମଧ୍ୟ ଶରୀରରେ ନାନା ରୋଗ ସୃଷ୍ଟି କରିଥାଏ । ତେବେ ଆଜିର ଆର୍ଟିକିଲରେ ଜାଣନ୍ତୁ ଫଙ୍ଗଲ୍ ସଂକ୍ରମଣର କାରଣ କ’ଣ ଏବଂ ଏହାକୁ କିପରି ରୋକାଯାଇପାରିବ ।

କାହା ପାଇଁ ଫଙ୍ଗଲ୍ ସଂକ୍ରମଣ ବିପଦ ଅଧିକ:- ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ଥିବା ବ୍ୟକ୍ତି ଅର୍ଥାତ୍ ଯେଉଁମାନଙ୍କର ଇମ୍ୟୁନିଟି ଦୁର୍ବଳ ଥିବ, ସେମାନେ ଫଙ୍ଗଲ୍ ସଂକ୍ରମଣରେ ସଂକ୍ରମିତ ହେବାର ଆଶଙ୍କା ଅଧିକ । କର୍କଟ ଓ ମଧୁମେହ ଚିକିତ୍ସା ହେଉଥିବା ବ୍ୟକ୍ତିଙ୍କର ଫଙ୍ଗଲ୍ ସଂକ୍ରମଣ ହେଲେ ରୋଗ ବିପଦ ବଢିପାରେ । ସେହିପରି ମେଦବହୁଳ ଥିବା ବ୍ୟକ୍ତି, ନୂଆ କରି କୌଣସି ସ୍କିନ୍ କେୟାର୍ ପ୍ରଡକ୍ଟ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସମେତ ଯେଉଁମାନଙ୍କର ଅତ୍ୟଧିକ ଝାଳ ବୋହିଥାଏ ଏବଂ ଗର୍ଭବତୀ ମହିଳା କବକ ସଂକ୍ରମଣରେ ସଂକ୍ରମିତ ହେବାର ଆଶଙ୍କା ଅଧିକ ।

ଏହା ମଧ୍ୟ ପଢନ୍ତୁ:- ବିଶ୍ବ ପାଇଁ ବିପଦ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ! ସତର୍କ କଲେ ବୈଜ୍ଞାନିକ

ଲକ୍ଷଣ:- ଅନେକ ଫଙ୍ଗଲ୍ ସଂକ୍ରମଣ ପ୍ରଥମେ ଚର୍ମରେ ଦେଖାଯାଏ । କହିବାକୁ ଗଲେ, ଫଙ୍ଗଲ୍ ସଂକ୍ରମଣର ଲକ୍ଷଣ ପ୍ରକାର ଉପରେ ନିର୍ଭର କରେ, କିନ୍ତୁ କେତେକ ସାଧାରଣ ଲକ୍ଷଣ ରହିଛି, ସେଗୁଡିକ ହେଲା ଚର୍ମ ଫାଟିବା, ଚର୍ମ କୁଞ୍ଚନ ସହ ଦାଗ ଦେଖାଯିବା ।

ସ୍କିନ୍ ଫଙ୍ଗଲ୍ ଚିକିତ୍ସା:-

ସର୍ବଦା ଚର୍ମକୁ ସଫା ଏବଂ ଶୁଷ୍କ ରଖିନ୍ତୁ । ଉତ୍ତମ ସ୍ୱଚ୍ଛତା ଅଭ୍ୟାସ କରି ଅଧିକାଂଶ ଫଙ୍ଗଲ ସଂକ୍ରମଣକୁ ଏଡ଼ାଇ ଦିଆଯାଇପାରେ ।

ବ୍ୟକ୍ତିଗତ ବ୍ୟବହାର ଉପକରଣ(ସ୍କିନ୍ କେୟାର୍ ପ୍ରଡକ୍ଟ)କୁ ଅନ୍ୟମାନଙ୍କ ସହ ସେୟାର୍ କରନ୍ତୁ ନାହିଁ ।

ଆର୍ଦ୍ରତା ଥିବା ପୋଷାକ ପିନ୍ଧିନ୍ତୁ । ଅର୍ଥାତ୍ ଓଦା ଥିବା ପୋଷାକ ଆଦୌ ପିନ୍ଧନ୍ତୁ ନାହିଁ ।

ଡାକ୍ତରଙ୍କ ପରାମର୍ଶ ପରେ ଆଣ୍ଟିଫଙ୍ଗାଲ୍ କ୍ରିମ୍ ବ୍ୟବହାର କରନ୍ତୁ । ପ୍ରତିଦିନ ଜୋତାରେ ଆଣ୍ଟିଫଙ୍ଗାଲ୍ ପାଉଡର ବ୍ୟବହାର କରିବା ଉଚିତ୍ ।

ଯଦି ଚର୍ମରେ କୌଣସି ଦାଗ କିମ୍ବା ପରିବର୍ତ୍ତନ ଦେଖାଯାଏ ତେବେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.