ETV Bharat / sukhibhava

କଫି ଅଭ୍ୟାସ ଅଛି କି ? ଜାଣନ୍ତୁ କଣ ରହିଛି ଉପକାରିତା ଓ ଅପକାରିତା

author img

By

Published : Feb 2, 2023, 10:35 AM IST

କଫି ଅନେକ ପ୍ରକାରର ରୋଗରୁ ଆରାମ ଦେଇଥାଏ, କିନ୍ତୁ ଆପଣ ଜାଣନ୍ତି କି ମାତ୍ରାଧିକ କଫି ସେବନ ବହୁ ଜଟିଳ ରୋଗ ସମସ୍ୟା ସୃଷ୍ଟି କରିପାରେ । ଅଧିକ ପଢନ୍ତୁ

coffee
coffee

ହାଇଦ୍ରାବାଦ: ଆମ ମଧ୍ୟରେ ଅଧିକାଂଶ ଲୋକେ ଅଛନ୍ତି କଫି ପିଇବାକୁ ବହୁତ ପସନ୍ଦ କରିଥାନ୍ତି । ଏହା କେବଳ ସ୍ବାଦିଷ୍ଟ ନୁହେଁ ସ୍ବାସ୍ଥ୍ୟ ଉପକାରୀ ମଧ୍ୟ । କଫିରେ ମିଳୁଥିବା କ୍ୟାଫେନ୍, ପଲିଫେନୋଲ୍ ଏବଂ ଅନ୍ୟାନ୍ୟ ପ୍ରାକୃତିକ ଦ୍ରବ୍ୟ ମେଦବହୁଳତା ଥିବା ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କର ନନ୍-ଆଲକୋହଲିକ ଫ୍ୟାଟି ଲିଭର ରୋଗର ଗମ୍ଭୀରତାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତଥାପି ମାତ୍ରାଧିକ କଫି ସେବନ ରୋଗର କାରଣ ହୋଇପାରେ । ଏକ ରିପୋର୍ଟ ଅନୁସାରେ, ମାତ୍ରାଧିକ କଫି ସେବନ ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ସୃଷ୍ଟି କରିପାରେ । ତେବେ କଫିରେ କେଉଁସବୁ ଭଲ ଗୁଣ ଓ ଖରାପ ଗୁଣ ରହିଛି, ଜାଣନ୍ତୁ

coffee
coffee

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ଓଜନ ବିଶିଷ୍ଟ ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ କଫିର ଅଧିକ ଗ୍ରହଣ କମ୍ NAFLD((ନନ୍-ଆଲକୋହଲିକ ଫ୍ୟାଟି ଲିଭର) ସହିତ ଜଡିତ । ପଲିଫେନୋଲ ସମେତ ଅନ୍ୟ କଫି ଉପାଦାନଗୁଡ଼ିକ ଯକୃତରେ ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିଥାଏ, ଏହା ଦ୍ବାରା ଫାଇବ୍ରୋସିସ୍ ହେବାର ଆଶଙ୍କା କମିଯାଏ । ଏହାସହ ଉଭୟ ସୁସ୍ଥ ଏବଂ ଅଧିକ ଓଜନ ବିଶିଷ୍ଟ ଗ୍ଲୁକୋଜ ହୋମୋଷ୍ଟାସିସରେ ଉନ୍ନତି ଆସିଥାଏ । ଏହି ସମସ୍ତ କାରଣ ଗୁଡିକ T2Dର ଗମ୍ଭୀରତାକୁ ମଧ୍ୟ ହ୍ରାସ କରିପାରେ ବୋଲି ଅଧ୍ୟୟନରେ ଦର୍ଶାଯାଇଛି ।

coffee
coffee

ସେହିପରି ଅନ୍ୟ ଏକ ଅନୁସନ୍ଧାନ ଅନୁସାରେ, ଅତ୍ୟଧିକ କଫି ପିଇବା ଦ୍ବାରା ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ ବୃଦ୍ଧି ଘଟିଥାଏ । ତେବେ PCOS ହେଉଛି ଏକ ପ୍ରସବ ବୟସର ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା ହରମୋନ୍ ବ୍ୟାଧି । କଫିରେ ଥିବା କ୍ୟାଫେନ୍ ଇନସୁଲିନ୍ ସମ୍ବେଦନଶୀଳତାକୁ ହ୍ରାସ କରିଥାଏ ଏବଂ ରକ୍ତରେ ଗ୍ଲୁକୋଜ୍ ସ୍ତରକୁ ବଢାଇଥାଏ, ଯାହା PCOS ପାଇଁ ଖରାପ । କ୍ୟାଫେନ୍ ହେଉଛି ଅନ୍ୟତମ ଉପାଦାନ, ଯାହା ଶରୀରର କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଏବଂ ଶରୀରର ମେଟାବୋଲିକ୍ ସିଷ୍ଟମକୁ ପ୍ରଭାବିତ କରିଥାଏ ।

ମେଡିକାଲ୍ ୱେବସାଇଟ ଲାନସେଟ୍‌ରେ 2022ରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ, ଅଭ୍ୟାସରତ କଫି ପାନକାରୀଙ୍କ ସହ ଦ୍ବିତୀୟ ବନ୍ଧ୍ୟାତ୍ୱ ମଧ୍ୟରେ ସମ୍ପର୍କ ରହିଛି । ଅର୍ଥାତ୍ ନିୟମିତ ମାତ୍ରାଧିକ କଫି ପିଉଥିବା ମହିଳାମାନଙ୍କର ଦ୍ବିତୀୟ ଗର୍ଭଧାରଣ ସମସ୍ୟା ହୋଇପାରେ । କ୍ୟାଫେନ୍ ଓଭାରିଆନ୍ କାର୍ଯ୍ୟର ପରିବର୍ତ୍ତନ କିମ୍ବା ହରମୋନ୍ ମେଟାବୋଲିଜିମ୍‌ରେ ପରିବର୍ତ୍ତନ ଦ୍ୱାରା ଏଣ୍ଡୋଜେନସ୍ ହରମୋନ୍ ସ୍ତରକୁ ପ୍ରଭାବିତ କରି ପ୍ରଜନନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

coffee
coffee

ଏହା ମଧ୍ୟ ଲକ୍ଷ୍ୟ କରାଯାଇଛି ଯେ, ଗର୍ଭାବସ୍ଥାରେ ଇଷ୍ଟ୍ରୋଜେନ୍ ଏବଂ HCG(human chorionic gonadotropin)ର ହ୍ରାସ ସ୍ତର ସହିତ କଫି ଗ୍ରହଣ ଜଡିତ । ବାସ୍ତବରେ, କଫି ବ୍ୟବହାର କ୍ୟାଟେକୋଲାମାଇନ୍ସକୁ ବଢାଇଥାଏ ଯାହା ଡୋପାମାଇନ୍, ଆଡ୍ରେନାଲିନ୍ ଏବଂ ନୋରାଡ୍ରେନାଲିନ୍ ମିଶ୍ରଣ କରିଥାଏ ଯାହା ପ୍ଲେସେଣ୍ଟାଲ୍ ରକ୍ତ ପ୍ରବାହକୁ ପ୍ରଭାବିତ କରିପାରେ । କ୍ୟାଫେନ୍ ଷ୍ଟ୍ରେସ୍ ହରମୋନ୍ କର୍ଟିସୋଲ୍କୁ ମଧ୍ୟ ବୃଦ୍ଧି କରିଥାଏ, ଯାହା ପ୍ରୋଜେଷ୍ଟେରନ୍ ଦମନ କରୁଥିବା ଇନସୁଲିନ୍(ଏକ ମହିଳା ହରମୋନ୍ ଯାହା ମାସିକ ଋତୁଚକ୍ର, ଗର୍ଭଧାରଣ ଏବଂ ଏମ୍ବ୍ରିଓଜେନେସିସ୍ ଉତ୍ପାଦନକୁ ପ୍ରଭାବିତ କରିଥାଏ) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.