ETV Bharat / sukhibhava

ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ସୂର୍ଯ୍ୟକିରଣ

author img

By ETV Bharat Odisha Team

Published : Dec 17, 2023, 12:51 PM IST

Sunlight Benefits: ଆମେ ସମସ୍ତେ ଜାଣୁ, ସୂର୍ଯ୍ୟକିରଣ ଆମ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା ଶରୀରରେ ଅନେକ ସମସ୍ୟାକୁ ହ୍ରାସ କରିଥାଏ । ତେବେ ପ୍ରତିଦିନ ସକାଳେ ସୂର୍ଯ୍ୟକିରଣରେ କିଛି ସମୟ ବିତାଇବା ଦ୍ବାରା କେଉଁ ସ୍ୱାସ୍ଥ୍ୟ ଉପକାର ମିଳିଥାଏ? ଜାଣନ୍ତୁ,

Benefits Of Sunlight: ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ସୂର୍ଯ୍ୟକିରଣ

ହାଇଦ୍ରାବାଦ: ସୂର୍ଯ୍ୟକିରଣ ଆମ ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ଶୀତ ଋତୁରେ ଏହାର ଆବଶକ୍ୟତା ଆହୁରି ବଢ଼ିଯାଏ । ଏହା ଶୀତଦିନେ ସୂର୍ଯ୍ୟକିରଣ ଥଣ୍ଡାରୁ ରକ୍ଷା କରିଥାଏ । କେବଳ ଏତିକି ନୁହେଁ ଭିଟାମିନ୍ D ପାଇଁ ସୂର୍ଯ୍ୟ କିରଣ ହେଉଛି ମୁଖ୍ୟ ଉତ୍ସ ବୋଲି ମନେ କରାଯାଏ । ପ୍ରତିଦିନ ସୂର୍ଯ୍ୟକିରଣରେ କିଛି ସମୟ ବିତାଇବା ଦ୍ବାରା ଏହା ବିଭିନ୍ନ ପ୍ରକାର ସଂକ୍ରମଣର ଆଶଙ୍କା କମାଇବା ସହ ଅସଂଖ୍ୟ ସ୍ୱାସ୍ଥ୍ୟ ଉପକାର ଦେଇପାରେ । ସୂର୍ଯ୍ୟକିରଣ ଦ୍ବାରା ଶରୀରରେ ଶ୍ବେତ କଣିକା ପର୍ଯ୍ୟାପ୍ତ ପରିମାଣର ନିର୍ମାଣ ହୋଇଥାଏ । ଯାହା ରୋଗ ସୃଷ୍ଟି କରୁଥିବା କାରକଗୁଡ଼ିକ ସହ ଲଢ଼ିବାରେ ସାହାଯ୍ୟ କରେ । ଶରୀରକୁ ସୁସ୍ଥ ରଖିଥାଏ ।

ଭିଟାମିନ୍ Dର ମାତ୍ରା

ଆମ ଶରୀରରେ କ୍ୟାଲସିୟମ ଅବଶୋଷଣ ପାଇଁ ଭିଟାମିନ୍ D ଆବଶ୍ୟକ । ଏହାର ଅଭାବ ହେତୁ ହାଡ଼ ଦୁର୍ବଳ ହେବାକୁ ଲାଗେ । ଆମ ଶରୀର ସୂର୍ଯ୍ୟ କିରଣରୁ ଅଧିକାଂଶ ଭିଟାମିନ୍ D ପାଇଥାଏ । ତେଣୁ, ସୂର୍ଯ୍ୟ କିରଣରେ କିଛି ସମୟ ବିତାଇବା ଦ୍ୱାରା ଆପଣଙ୍କର ଭିଟାମିନ୍ Dର ଦୈନିକ ମାତ୍ରା ପୂର୍ଣ୍ଣ ହୋଇପାରେ ।

ଉତ୍ତମ ମାନସିକ ସ୍ବାସ୍ଥ୍ୟ

ଶୀତ ଋତୁରେ ଅନେକ ଲୋକ ବିଭିନ୍ନ ସଂକ୍ରମଣକ ଶିକାର ହୁଅନ୍ତି । ଏଥିରୁ ମୁକ୍ତି କିମ୍ବା ପ୍ରତିରୋଧ ପାଇବାରେ ସୂର୍ଯ୍ୟକିରଣ ସହାୟକ ହୋଇପାରେ । ସକାଳର ସୂର୍ଯ୍ୟ କିରଣରେ କିଛି ସମୟ ରହିବା ଦ୍ବାରା ଆପଣଙ୍କ ମନୋବଳକୁ ସୁଦୃଢ଼ କରିଥାଏ । ଏହା ଆପଣଙ୍କ ଶରୀରରେ ହାପି ହରମୋନ୍ ସେରୋଟୋନିନ୍ ମୁକ୍ତ କରିଥାଏ, ଯାହା ଆମ ମନୋବଳକୁ ଉନ୍ନତ କରିଥାଏ ।

ଚାପ ହ୍ରାସ କରେ

ସୂର୍ଯ୍ୟ କିରଣ ଆମ ଶରୀରରେ ହାପି ହରମୋନ୍ ନିର୍ଗତ କରେ, ଯେଉଁ କାରଣରୁ ଚାପ କମିଯାଏ । ତେଣୁ ଚାପ କମାଇବାରେ ସୂର୍ଯ୍ୟକିରଣ ଲାଭଦାୟକ ହୋଇପାରେ ।

ଦିନର ସତେଜ ଆରମ୍ଭ

ସକାଳୁ ଉଠିବା ପରେ ମଧ୍ୟ ଆମେ ସତେଜ ଅନୁଭବ କରିପାରୁ ନାହିଁ । ସକାଳେ ସୂର୍ଯ୍ୟକିରଣରେ ସମୟ ବିତାଇବା ଏହି ସମସ୍ୟା ଦୂର କରିବାରେ ସହାୟକ ହୋଇପାରେ । ଏହା ଆପଣଙ୍କ ମନୋବଳକୁ ଉନ୍ନତ କରିଥାଏ ଏବଂ ଆପଣ ଅଧିକ ସକ୍ରିୟ ଅନୁଭବ କରନ୍ତି ।

ରାତିରେ ଭଲ ନିଦ ହୁଏ

ସକାଳେ ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ଆପଣଙ୍କ ହୃଦ୍‌ସ୍ପନ୍ଦନ ଗତିକୁ ଉନ୍ନତ କରିଥାଏ, ଯଥା ଉଠିବା-ଶୋଇବା ଚକ୍ରକୁ ବି ଉନ୍ନତ କରିଥାଏ । ଏହି କାରଣରୁ ରାତିରେ ଭଲ ନିଦ ହୁଏ ଏବଂ ପରଦିନ ଅଧିକ ସତେଜ ଅନୁଭବ ହୁଏ । ଏବଂ ସ୍ୱାସ୍ଥ୍ୟ ମଧ୍ୟ ସୁସ୍ଥ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ଏମିତି ସୂର୍ଯ୍ୟାଲୋକରୁ ପ୍ରସ୍ତୁତ ହେବ କାର୍ବନମୁକ୍ତ ସ୍ବଚ୍ଛ ଇନ୍ଧନ

ଶକ୍ତି ଦିଏ ଏବଂ ଇମ୍ୟୁନିଟି ମଜଭୁତ କରାଏ

ସୂର୍ଯ୍ୟକିରଣ ଆପଣଙ୍କୁ ଶକ୍ତି ଯୋଗାଇଥାଏ, ସକାଳେ ଏହା ଶକ୍ତି ହରମୋନ୍ ବଢାଇଥାଏ ଏବଂ ଆପଣଙ୍କୁ ଦିନସାରା ଚାର୍ଜ କରିଥାଏ । ଏଥିସହ ସୂର୍ଯ୍ୟକିରଣ ଏଣ୍ଡୋରଫିନ୍ ସ୍ତରକୁ ବଢାଇଥାଏ, ଯାହା ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.