ETV Bharat / sukhibhava

ଠିଆ ହୋଇ ପାଣି ପିଇବା ଅଭ୍ୟାସ ଅଛି କି, ହୋଇପାରେ କିଡନୀ ସମସ୍ୟା

ଆପଣ ମଧ୍ୟ ଠିଆ ହୋଇ ପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ ! ହୋଇପାରେ ଗୁରୁତର ସମସ୍ୟା

author img

By

Published : Jul 12, 2023, 4:20 PM IST

Side effects of drinking water while standing

ହାଇଦ୍ରାବାଦ: ସମସ୍ତେ ଜାଣନ୍ତି ଯେ ଆମ ଶରୀର ପାଇଁ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜଳ ବିନା ଜୀବନ ପରିକଳ୍ପନା ଅସମ୍ଭବ । ମାତ୍ର ଖରା ଦିନେ ଶରୀର ଅଧିକ ଜଳ ଆବଶ୍ୟକ କରେ । ଗ୍ରୀଷ୍ମ ଋତୁରେ ପ୍ରତି 10-20 ମିନିଟରେ ଜଣେ ଶୋଷିଲା ଅନୁଭବ କରିଥାଏ । କାରଣ ପ୍ରଚଣ୍ଡ ଖରା ଯୋଗୁଁ ଦେହର ଜଳୀୟ ଅଂଶ କମିଯାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ପାଣି ପିଇବାର ମଧ୍ୟ ଏକ ଶୈଳୀ ଅଛି, ଯଦି ଆପଣ ଭୁଲ ଉପାୟରେ ପାଣି ପିଅନ୍ତି, ତେବେ ପାଣି ପିଇବାର ଉପକାରିତା ଠାରୁ ଅପକାରିତା ଅଧିକ ହେବ । କିଛି ଲୋକ ଅଛନ୍ତି ଠିଆ ହୋଇ ପାଣି ପିଇବା ପସନ୍ଦ କରିଥାଆନ୍ତି । କିନ୍ତୁ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏକ୍ସପର୍ଟଙ୍କ କହିବାନୁସାରେ, ଠିଆ ହୋଇ ପାଣି ପିଇବା ଦ୍ବାରା କିଡନୀ ସମସ୍ୟା ହୋଇପାରେ ।

ଠିଆ ହୋଇ ପାଣି ପିଇବା ଦ୍ବାରା ଏହି କ୍ଷତି ହୋଇଥାଏ:

  • କିଡନୀ ସମସ୍ୟା: ଛିଡା ହୋଇଥିବା ସମୟରେ ପାଣି ପିଇବା ଦ୍ୱାରା କିଡନୀ ରୋଗ ହେବାର ଆଶଙ୍କା ବଢିଯାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ କିଡନୀ ରୋଗରେ ପୀଡିତ ଅଛନ୍ତି, ତେବେ ଆପଣ ଠିଆ ହେବା ସମୟରେ ପାଣି ପିଇବା ଉଚିତ୍ ନୁହେଁ କାରଣ ଏହା ଆପଣଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଥାଏ । ଠିଆ ହୋଇ ପାଣି ପିଇବା ଦ୍ବାରା କିଡନୀ ନଷ୍ଟ ହୋଇଯିବାର ସମ୍ଭାବନା ଅଧିକ ରହିଥାଏ ବୋଲି ଏକ ରିସର୍ଚ୍ଚରେ ଜଣାପଡିଛି । ସେଥିପାଇଁ ପାଣି ପିଇବା ସମୟରେ ଆରାମରେ ବସି ପାଣି ପିଇବା ଉଚିତ୍‌ ଅଟେ ।
  • ଆଣ୍ଠୁଗଣ୍ଠିରେ ସମସ୍ୟା: ବିଶେଷଜ୍ଞଙ୍କ ଅନୁଯାୟୀ, ଛିଡା ହୋଇଥିବା ପାଣି ପିଇବା ଦ୍ୱାରା ଶରୀରରେ ଅନେକ ପ୍ରକାରର କ୍ଷତି ହୋଇଥାଏ । ମୁଖ୍ୟତଃ ଏହା ମଧ୍ୟ ଗଣ୍ଠିକୁ କ୍ଷତି ପହଞ୍ଚାଏ । ଆର୍ଥ୍ରାଇଟିସର ଏହା ହେଉଛି ବିଶେଷ ଲକ୍ଷଣ । କେବଳ ଏତିକି ନୁହେଁ, ସ୍ନାୟୁ ଏବଂ ପାନୀୟ ଜଳର ଉତ୍ତେଜନା ଶରୀରରେ ତରଳ ପଦାର୍ଥର ମାତ୍ରାକୁ ବୃଦ୍ଧି କରିଥାଏ । ଯାହା ଦ୍ବାରା କି ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହୋଇଥାଏ ।
  • ଫୁସଫୁସର କ୍ଷତି: ଯଦି ଆପଣ ଫୁସଫୁସ ରୋଗରେ ପୀଡିତ ଅଛନ୍ତି, ତେବେ ଠିଆ ହୋଇ ପାଣି ପିଇବା ଠାରୁ ଦୂରେଇ ରୁହନ୍ତୁ। କାରଣ ଠିଆ ହୋଇ ପାଣି ପିଇବା ଦ୍ବାରା ଶରୀରରେ ଅମ୍ଳଜାନର ମାତ୍ରା କମ ହୋଇଯାଇଥାଏ । ଏହି କାରଣରୁ ଫୁସଫୁସ ପ୍ରତି ଖରାପ ପ୍ରଭାବ ପଡିପାରେ ବୋଲି କୁହାଯାଇଛି ।
  • ହଜମ କ୍ରିୟାରେ ଅସୁବିଧା: ଠିଆ ହୋଇ ପାଣି ପିଇବା ଦ୍ବାରା ଖାଦ୍ୟ ଠିକ ଭାବେ ହୋଇପାରେ ନାହିଁ । କାରଣ ଯେତେବେଳେ ଆମେ ଠିଆ ହୋଇ ପାଣି ପିଇଥାଉ ସେତେବେଳେ ପାଣି ଅତି କ୍ଷିପ୍ର ବେଗରେ ପେଟ ଭିତରକୁ ଯାଇଥାଏ। ଏବଂ ତଳି ପେଟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଫଳରେ ହଜମ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: Cold VS Warm Water: ସକାଳୁ ଖାଲି ପେଟରେ କେଉଁ ପାଣି ସ୍ବାସ୍ଥ୍ୟ ଉପକାରୀ

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହା ଏକ ତଥ୍ୟ ଉପରେ ଆଧାରିତ ଖବର।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.