ହାଇଦ୍ରାବାଦ: ବେଳେବେଳେ ଶରୀରରେ ଜ୍ବର ନଥାଇ ମଧ୍ୟ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିଥାଏ । ଏଭଳି ସ୍ଥଳେ କପାଳ ଗରମ ହୋଇଥାଏ । ଜଣାପଡେ ନାହିଁ ଯେ, ଜ୍ବର ନଥାଇ ମଧ୍ୟ କାହିଁକି କପାଳ ତାତି ଯାଇଥାଏ। ତେବେ ଏନେଇ ଡାକ୍ତର ଶୋଭା ସୁବ୍ରମଣ୍ୟମ୍ ଇଟୋଲିକରଙ୍କ ଅନୁଯାୟୀ, "ଶରୀରରେ ରକ୍ତ ଗରମ ରହିଥାଏ । ଆଖପାଖର ତାପମାତ୍ରା ପରି, ଶରୀର ମଧ୍ୟ ନିଜ ପଦ୍ଧତିରେ ପ୍ରତିକ୍ରିୟା କରେ । ତେଣୁ ବେଳେବେଳେ ଜ୍ୱର ନଥିଲେ ମଧ୍ୟ ଶରୀର ଗରମ ଲାଗିଥାଏ।"
ଡକ୍ଟର ସୁବ୍ରମଣ୍ୟମଙ୍କ କହିବା ଅନୁଯାୟୀ, ଯେତେବେଳେ ଆମେ ଜ୍ୱର ଶବ୍ଦ ବ୍ୟବହାର କରୁ, ଏହା ସାଧାରଣତଃ ଜୀବାଣୁ, ବୀଜାଣି, ଫଙ୍ଗସ୍ ଦ୍ବାରା ସଂକ୍ରମିତ ହେବାରୁ ହୋଇଥାଏ । ଜ୍ବର ହେଉଛି ଶରୀରର ତାପମାତ୍ରା ବୃଦ୍ଧି ଯାହା ସଂକ୍ରମଣ ହେତୁ ହୋଇଥାଏ । ଶରୀରର ସାଧାରଣ ତାପମାତ୍ରା 98.6 ° F (37 ° C) ରହିଲେ ଶରୀର ସୁସ୍ଥ ରହିଥିବା ବିବେଚନା କରାଯାଏ । ଥର୍ମୋମିଟର ଦ୍ବାରା ଶରୀରର ଜ୍ବର ମପାଯାଏ । ତେବେ ବେଳେବେଳେ ଶରୀରର ତାପମାତ୍ରା 100.4 ° F (38 ° C) କିମ୍ବା ତା’ଠାରୁ ଅଧିକ ହୋଇପାରେ । ତେବେ ଏଠାରେ ଗୋଟିଏ କଥା ମନେ ରଖିବା ଆବଶ୍ୟକ ଯେ, ଜ୍ୱର ହେତୁ ଶରୀର ଗରମ ହୁଏ ନାହିଁ, କିନ୍ତୁ ଏହାର ଅନେକ କାରଣ ଥାଇପାରେ । କୌଣସି ପ୍ରକାର ସଂକ୍ରମଣ କାରଣରୁ ମଧ୍ୟ ତାପମାତ୍ରା ବୃଦ୍ଧି ହୋଇପାରେ। ଏବଂ କପାଳ ଗରମ ହୋଇଯାଇଥାଏ ।
ଶାରୀରିକ କାରଣ:
- ପାଚନ ବା ହଜମ କ୍ରିୟା ସଠିକ ନହେବା
- କେତେକ କ୍ଷେତ୍ରରେ ମେଦବହୁଳତା ଯୋଗୁଁ ମଧ୍ଯ ଶରୀର ଗରମ ହୋଇଥାଏ
- ଚର୍ବି ବୃଦ୍ଧି
- ପୁରୁଷମାନଙ୍କ ଅପେକ୍ଷା ମହିଳାଙ୍କ କ୍ଷେତ୍ରରେ ଶରୀର ଗରମ ହୋଇଥାଏ
- ବ୍ୟାୟାମ ଏବଂ ଖାଦ୍ୟ ଖାଇବା ପରେ ମଧ୍ୟ ଶରୀର ଗରମ ହୋଇଯାଏ
- ସଂକ୍ରମଣ ହେତୁ ଶରୀର ଗରମ ରହିଥାଏ
- ଥକ୍କାପଣ କାରଣରୁ ଶରୀର ଗରମ ହୋଇଥାଏ
- ରିମାଟଏଡ୍ ଆର୍ଥ୍ରାଇଟିସ୍ କାରଣରୁ ମଧ୍ୟ ଶରୀର ଗରମ ରହିଥାଏ
- କର୍କଟ ରୋଗ ହୋଇଥିଲେ ଶରୀର ଗରମ ହୋଇପାରେ
- ଖରାପ ପାନୀୟ ପିଇବା ମଧ୍ୟ କାରଣ ହୋଇପାରେ
ପ୍ରକାଶଥାଉକି, ଗର୍ଭାବସ୍ଥାରେ ମଧ୍ୟ ଶରୀର ଗରମ ରହିଥାଏ। ଋତୁସ୍ରାବ ସମୟରେ ମଧ୍ୟ ଶରୀର ଗରମ ହୋଇଯାଏ। ଏହି କାରଣରୁ ଅନେକ ହରମୋନ୍ ପରିବର୍ତ୍ତନ ହୁଏ । ହୃଦ୍ରୋଗ, ହରମୋନ୍, ପେଟ୍ରୋ-ଇଣ୍ଟେଷ୍ଟେଣ୍ଟାଲ୍ ଏବଂ ସାଇକ୍ରେଟ୍ରିକ୍ ଔଷଧ ତଥା କେତେକ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିଭାଇରାଲ୍ ଔଷଧ ଦ୍ବାରା ଶରୀର ଉଷ୍ମ ହୋଇପାରେ ।