ETV Bharat / sukhibhava

ସୁସ୍ଥ ପିଲାଟିଏ ଜନ୍ମ ପାଇଁ ବାପାଙ୍କ ସ୍ବାସ୍ଥ୍ୟ ବି ଗୁରୁତ୍ବପୂର୍ଣ୍ଣ

ସୁସ୍ଥ ଗର୍ଭଧାରଣ କିମ୍ବା ସୁସ୍ଥ ପିଲାଟିଏ ଜନ୍ମ ପାଇଁ କେବଳ ମାଆକୁ ନୁହଁ ବାପାଙ୍କୁ ମଧ୍ୟ ସତର୍କ ଏବଂ ସଚେତନ ରହିବାର ଆବଶ୍ୟକତା ରହିଛି । ଏନେଇ କଣ କହୁଛି ଅନୁସନ୍ଧାନ, ଜାଣନ୍ତୁ

author img

By

Published : Jan 16, 2023, 7:40 PM IST

Father with child
Father with child

ହାଇଦ୍ରାବାଦ: ପ୍ରାୟତଃ ଆମେ ଜାଣିଥାନ୍ତି କି ସୁସ୍ଥ ଗର୍ଭଧାରଣ ପାଇଁ ଏବଂ ଏକ ସୁସ୍ଥ ଶିଶୁ ଜନ୍ମ ପାଇଁ ମାଆ ସୁସ୍ଥ ରହିବା ଆବଶ୍ୟକ । ଅବଶ୍ୟ ଏହା ସଠିକ୍ ମଧ୍ୟ, କିନ୍ତୁ ସୁସ୍ଥ ପିଲାଟିଏ ଜନ୍ମ ପାଇଁ କେବଳ ମାଆ ନୁହେଁ ଉଭୟ ପିତାମାତାଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ଫ୍ୟାମିଲି ପ୍ଲାନିଂ ବାବଦରେ ଚିନ୍ତା କରୁଛନ୍ତି କିମ୍ବା ଗର୍ଭଧାରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି, ତେବେ ଏହା ଅତ୍ୟନ୍ତ ଉପଯୋଗୀ ଖବର । ଆଜିର ଏହି ଆର୍ଟିକିଲରେ ଏ ଉପରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରାଥମିକ ସୂଚନା ବାବଦରେ ଆଲୋଚନା କରାଯାଇଛି...

ଡାକ୍ତରୀ ବିଜ୍ଞାନ ଅନୁଯାୟୀ, ଗର୍ଭାବସ୍ଥାରେ ପିତାଙ୍କ ସ୍ୱାସ୍ଥ୍ୟ ପିଲାଙ୍କ ପାଇଁ ଏକ ବଡ ପରିବର୍ତ୍ତନ ଆଣିପାରେ । WebMDରେ ପ୍ରକାଶିତ ଏକ ଆର୍ଟିକିଲ୍ ଅନୁଯାୟୀ, ପ୍ରାୟ 786,000 ଜନ୍ମିତ ଶିଶୁଙ୍କ ଉପରେ ଅଧ୍ୟୟନ କରାଯାଇ ଥିଲା । ଏହି ଅନୁସନ୍ଧାନରେ ଜଣାଗଲା ଯେ, ଯେଉଁ ପୁରୁଷଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା, ସମାନଙ୍କ ପିଲା ଆଗୁଆ ଅର୍ଥାତ୍ 9 ମାସ ପୂର୍ବରୁ ଜନ୍ମ ହେବାର ଆଶଙ୍କା ଅଧିକ । କେବଳ ଏତିକି ନୁହେଁ, ଶିଶୁର ଓଜନ କମ୍ ହେବାର ଆଶଙ୍କା ମଧ୍ୟ ଅଧିକ । ଏଭଳି ପରିସ୍ଥିତିରେ ପିଲାଟି ସୁସ୍ଥ ରହିବା ପାଇଁ ଉଭୟ ପିତାମାତାଙ୍କ ପାଇଁ ସୁସ୍ଥ ରହିବା ଅତ୍ୟନ୍ତ ଜରୁରୀ ।

ଫ୍ୟାମିଲି ପ୍ଲାନିଂ ପୂର୍ବରୁ ମଦ୍ୟପାନରୁ ଦୂରେଇ ରୁହନ୍ତୁ:- ଯେତେବେଳେ ଜଣେ ମହିଳା ଗର୍ଭବତୀ ହୁଅନ୍ତି, ପରିବାର ସଦସ୍ୟମାନେ ତାଙ୍କୁ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ପାଇଁ ପରାମର୍ଶ ଦେଉଥିବାର ଦେଖାଯାଏ, କିନ୍ତୁ ଏହା ଉଭୟ ମାଆ ଓ ବାପାଙ୍କ କ୍ଷେତ୍ରରେ ବିନିଯୋଗ ହେବା ଉଚିତ୍ । ଏକ ରିପୋର୍ଟ ଅନୁଯାୟୀ, ପତ୍ନୀ ଗର୍ଭଧାରଣ କରିବା ପୂର୍ବରୁ ସ୍ୱାମୀ କିଛି ଜିନିଷରୁ ଦୂରେଇ ରହିବା ଉଚିତ୍ । କାରଣ ଶିଶୁ ଜନ୍ମ ପୂର୍ବରୁ ଯଦି ଜଣେ ପୁରୁଷ ଅତ୍ୟଧିକ ମଦ୍ୟପାନ କରନ୍ତି ତେବେ ଶିଶୁର ଜନ୍ମ ଦୋଷର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।

WebMDରେ ପ୍ରକାଶିତ ସୂଚନା ଅନୁଯାୟୀ, ଯଦି ପିତାଙ୍କର ଉଚ୍ଚ ରକ୍ତଚାପ, ମେଦବହୁଳତା, ମଧୁମେହ, କର୍କଟ କିମ୍ବା ଉଦାସୀନତା ଭଳି ଅବସ୍ଥା ଥାଏ, ତେବେ ଶିଶୁ ସଠିକ୍ ସମୟ ପୂର୍ବରୁ ଜନ୍ମ ନେବା ସମ୍ଭାବନା 19 ପ୍ରତିଶତ ଅଧିକ ବୃଦ୍ଧି ପାଇଥାଏ । କମ୍ ଓଜନ ବିଶିଷ୍ଟ ଶିଶୁ ଜନ୍ମ ହେବା ଆଶଙ୍କା 23 ପ୍ରତିଶତ ଅଧିକ। ଯଦି ଶିଶୁକୁ NICUରେ ରଖିବାକୁ ପଡିବ, ତେବେ ଏହି ବିପଦ ପ୍ରାୟ 28% ଅଧିକ ।

ସୁସ୍ଥ ଶିଶୁ ଉଭୟଙ୍କର ଦାୟିତ୍ୱ:- ଯଦି ଶିଶୁର କୌଣସି ପ୍ରକାରର ଜନ୍ମ ଦୋଷ ଥାଏ, ତେବେ ଆମ ସମାଜ ଏଥିପାଇଁ ମାଆଙ୍କୁ ଦାୟୀ କରିଥାଏ । ଡାକ୍ତରୀ ବିଜ୍ଞାନ ଅନୁସାରେ, ଶିଶୁର ସ୍ବାସ୍ଥ୍ୟ ଖରାପ ହେବାର କାରଣ ମାଆଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମେତ ପିତାଙ୍କ ଜିନ୍ ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ । ଏଭଳି ପରିସ୍ଥିତିରେ ମାଆକୁ ଦାୟୀ କରିବା ଅପେକ୍ଷା ଆଗରୁ ସତର୍କ ରହିବା ଉଚିତ୍ । ଏକ ସୁସ୍ଥ ଶିଶୁ ପାଇଁ ଉଭୟ ପିତାମାତା ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ସହିତ ଏକ ସୁସ୍ଥ ରୁଟିନ୍ ଅନୁସରଣ କରିବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.