ETV Bharat / sukhibhava

ଚର୍ମ ଉପରେ କୁପ୍ରଭାବ ପକାଏ ମୋବାଇଲ-ଲାପଟପ୍‌ରୁ ନିର୍ଗତ ବିକିରଣ, ଏହିପରି କରନ୍ତୁ ଚିକିତ୍ସା - ସ୍ବାସ୍ଥ୍ୟ ଖବର

ମୋବାଇଲ୍ ଓ ଲାପଟପ୍‌ରେ ଅଧିକ ସମୟ ବିତାଇବା ଫଳରେ ସେଥିରୁ ନିର୍ଗତ ହେଉଥିବା ବିକିରଣ ଚର୍ମ ଉପରେ ପ୍ରଭାବ ପକାଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ କଣ କରିବେ, ଜାଣନ୍ତୁ

green light effect
green light effect
author img

By

Published : Feb 2, 2023, 5:38 PM IST

ହାଇଦ୍ରାବାଦ: କୋରୋନା ପରଠାରୁ ୱାର୍କ ଫ୍ରମ୍ ହୋମ୍ ଏବଂ ଅନ୍‌ଲାଇନ୍ କ୍ଲାସ୍ ପିଲାଠୁ ବୟସ୍କ ସମସ୍ତଙ୍କୁ ସ୍କ୍ରିନିଂ ବ୍ୟବହାର ପାଇଁ ଏକ ପ୍ରକାର ବାଧ୍ୟ କରୁଛି । ମହାମାରୀ ସମୟରେ ଘରେ ରହିବା କାରଣରୁ ମଧ୍ୟ ଲୋକେ ମୋବାଇଲ୍, ଲାପଟପ୍ ସହ ଅଧିକ ସମୟ ବିତାଇଲେ । ଏହି ଅଭ୍ୟାସ ବର୍ତ୍ତମାନ ଜଟିଳ ରୋଗ ସମସ୍ୟାର କାରଣ ହେଉଛି । ମୋବାଇଲ, ଲାପଟପ୍ ଏବଂ କମ୍ପ୍ୟୁଟରରୁ ନିର୍ଗତ ହେଉଥିବା ରେଡିଏସନ ବା ଆଲୋକ ଚର୍ମ ଉପରେ ସିଧାସଳଖ ପ୍ରଭାବ ପକାଉଛି । ତେବେ ଏହି ସମସ୍ୟାରୁ କିପରି ରକ୍ଷା ପାଇବେ, ଜାଣନ୍ତୁ...

ଚର୍ମର ରଙ୍ଗହୀନତା(Skin discolouration):- ସମସ୍ତ ଡିସ୍‌ପ୍ଲେ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକର ଗୋଟିଏ ରଶ୍ମୀ ରହିଛି, ଯାହା ଚର୍ମ ଉପରେ କ୍ଷତିକାରକ ବିକିରଣ ପ୍ରଭାବ ପକାଇଥାଏ । ଏହ ବିକିରଣ ଚର୍ମ କୁଞ୍ଚନ ସୃଷ୍ଟି କରିବା ସହ ଶୁଷ୍କତା ସୃଷ୍ଟି କରିଥାଏ ।

ଅକାଳ ବୃଦ୍ଧାବସ୍ଥା(Premature ageing):- ଇଲେକ୍ଟ୍ରୋନିକ୍ ଉପକରଣର ମାତ୍ରାଧିକ ବ୍ୟବହାର ଦ୍ବାରା ଆମ ଚର୍ମ ଚକ୍ର ବା skin cycle ପ୍ରଭାବିତ ହୋଇଥାଏ । ଡିଭାଇସ୍ କିମ୍ବା ସୂର୍ଯ୍ୟକିରଣରୁ ନିର୍ଗତ ବିକିରଣ ଆମ ଚର୍ମରେ Tanning Beds ସୃଷ୍ଟି କରେ । (Ultra Violate) ଅତିବାଇଗଣୀ ରଶ୍ମିରେ ଅତ୍ୟଧିକ ସଂସ୍ପର୍ଶରେ ଆସିବା ଦ୍ବାରା ଟିସୁର ଭିତର ସ୍ତରରେ କ୍ଷତି ପହଞ୍ଚିଥାଏ । ଫଳରେ ଏହି ରେଡିଏସନ ଚର୍ମକୁ କୁଞ୍ଚୁକୁଞ୍ଚିଆ ବା ଡ୍ୟାମେଜ୍ କରିଦିଏ ।

ବ୍ରେକଆଉଟ୍:- ଯେତେବେଳେ ଆମର ଚର୍ମ ଚତୁପାର୍ଶ୍ବର ପରିବେଶ ସହ ଖାପ ଖୁଆଇ ପାରେନାହିଁ, ସେତେବେଳେ ନାନା ସମସ୍ୟା ଉପୁଜିଥାଏ । ବ୍ରେକଆଉଟ୍ ପରିବେଶ ବା ଅସ୍ବାଭାବିକ ପରିବେଶ ଏକାଧିକ ଚର୍ମ ସମସ୍ୟା ମଧ୍ୟରୁ ଗୋଟିଏ । ସେନସିଟିଭ ସ୍କିନ୍ ଏପରି ପରିବେଶ ଦ୍ବାରା ପ୍ରଭାବିତ ହୋଇଥାଏ ।

ଚର୍ମ ରଙ୍ଗରେ ପ୍ରଭାବ:- ବିକିରଣ ଏବଂ ନୀଳ ରଙ୍ଗର ଆଲୋକ ଦ୍ବାରା ସର୍ବାଧିକ ଚର୍ମ ସମସ୍ୟା ସୃଷ୍ଟି ହୋଇଥାଏ । ଏହାଦ୍ବାରା ଚର୍ମ ଚାରିପାଖରେ କଳା ରଙ୍ଗର ଦାଗ ସୃଷ୍ଟି ହେବା ସହ ଚର୍ମ ରଙ୍ଗରେ ପରିବର୍ତ୍ତନ ହୋଇଥାଏ ।

ଚର୍ମର ସମ୍ବେଦନଶୀଳତା:- ବୟସ ବଢିବା ସହିତ ଚର୍ମର ସମ୍ବେଦନଶୀଳତା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କାରଣ, ଯାହା ଆମ ଚର୍ମକୁ ସିଧାସଳଖ ପ୍ରଭାବିତ କରିଥାଏ ଏବଂ ଏହାଦ୍ବାରା ସ୍ଥାୟୀ ସମସ୍ୟା ସୃଷ୍ଟି ହୋଇଥାଏ । ସ୍କିନ୍ ସେନସିଟିଭିଟି ଚର୍ମର ଶକ୍ତିକୁ ଦୁର୍ବଳ କରିଥାଏ ।

ତେବେ ଆମ ଚର୍ମକୁ ରେଡିଏସନ ବା ବିକିରଣରୁ ରକ୍ଷା କରିବା ପାଇଁ ଚର୍ମକୁ ସତେଜ ଓ ଖୋଲା ପବନରେ ରଖିବା ସହ ବିକିରଣଠାରୁ ଦୂରେଇ ରଖିବା ଉଚିତ । ଚର୍ମର ଉଜ୍ବଳତା ରକ୍ଷା କରିବା ପାଇଁ ପାଣି ପିଇବାଠାରୁ ଅନ୍ୟ କୌଣସି ଭଲ ଉପାୟ ନାହିଁ । ତେଣୁ ଯେତେ ଅଧିକ ପାଣି ପିଅନ୍ତୁ । ନିୟମିତ ଭାବରେ ମୁହଁକୁ ପାଣିରେ ସଫା କରନ୍ତୁ । ଏହାଦ୍ବାରା ଆଖିରେ ପଡୁଥିବା ବିକିରଣ ପାଣିଦ୍ବାରା ଧୋଇହୋଇ ଯାଇଥାଏ । ସମସ୍ତ ପ୍ରକାରର ବିକିରଣରୁ ରକ୍ଷା ପାଇବା ପାଇଁ ଦୈନିକ ମଶ୍ଚରାଇଜର ଭାବରେ ଏକ ବିକିରଣ ସୁରକ୍ଷା ଫେସ୍ କ୍ରିମ୍ ବ୍ୟବହାର କରନ୍ତୁ । ଶୋଇବା ସମୟରେ ଫୋନ୍ ବ୍ୟବହାର କରନ୍ତୁ ନାହିଁ । ଏହି ସମସ୍ୟା ହେଉଛି ଚର୍ମ ବ୍ୟାଧିର ମୁଖ୍ୟ କାରଣ । ତେଣୁ ଏହାଠୁ ନିଶ୍ଚିତ ରୂପେ ଦୂରେଇ ରୁହନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.