ETV Bharat / sukhibhava

ଶୀତଦିନେ ଭାଇରାଲ ଫିବରରୁ ରକ୍ଷା ପାଇବା ପାଇଁ କଣ କରିବେ, ଜାଣନ୍ତୁ

author img

By

Published : Jan 4, 2023, 10:36 AM IST

ଶୀତଦିନେ ଭାଇରାଲ ଫିବର(Viral Fever)ରୁ ରକ୍ଷା ପାଇବା ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ୍ ଏବଂ ଅନୁଚିତ୍, ଜାଣନ୍ତୁ

viral-fever
viral-fever

ହାଇଦ୍ରାବାଦ: ଶୀତର ପ୍ରକୋପ ଧୀରେ ଧୀରେ କମ୍ ହେଉଥିଲେ ମଧ୍ୟ ଚୀନରେ କୋଭିଡ୍ ସଂକ୍ରମଣ ଚିନ୍ତାରେ ପକାଇଛି । ଆମ ଦେଶରେ ସଂକ୍ରମଣ ହାର ବିଶେଷ ନଥିଲେ ମଧ୍ୟ ସତର୍କ ରହିବାର ଆବଶ୍ୟକତା ରହିଛି । ବିଶେଷ କରି ଏହିସମୟରେ ଭାଇରାଲ୍ ଫିବର୍ ଅଧିକ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଆଜିର ଏହି ଆର୍ଟିକଲରେ ଆମେ କେତେକ ଖାଦ୍ୟ ବାବଦରେ ଆଲୋଚନା କରିବା, ଯାହା ଜ୍ବର ବା ଫିବର୍ ସମୟରେ ଖାଇବା ଉଚିତ୍ ଏବଂ ଅନୁଚିତ୍(what to eat and what not in fever)...

ଭାଇରାଲ୍ ଜ୍ୱରରେ କ'ଣ ଖାଇବେ ଏବଂ କ'ଣ ଏଡାଇବେ:-

ଋତୁ ପରିବର୍ତ୍ତନ କାରଣରୁ ଜ୍ୱର, ଥଣ୍ଡା, ମୁଣ୍ଡବିନ୍ଧା ଏବଂ ଶରୀରରେ ଯନ୍ତ୍ରଣା(viral fever) ହେବା ସାଧାରଣ କଥା । ପାଣିପାଗ ବ୍ୟତୀତ ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଦୂଷିତ ପାଣିରେ ଥିବା ଜୀବାଣୁ ଏବଂ ଭୂତାଣୁ କାରଣରୁ ଭାଇରାଲ୍ ଜ୍ୱର ମଧ୍ୟ ସଂକ୍ରମଣ ବିସ୍ତାର କରିପାରେ । ଭାଇରାଲ୍ ଜ୍ୱରର ଅନେକ ସାଧାରଣ ଲକ୍ଷଣ ଅଛି, ଯେପରିକି ଉଚ୍ଚ ଜ୍ୱର, ବାନ୍ତି, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ଦୁର୍ବଳତା ଏବଂ ଥକାପଣ । ଏହାକୁ ଅବହେଳା କରାଯିବା ଉଚିତ୍ ନୁହେଁ । କାରଣ ଏହି ଜ୍ୱର ବୃଦ୍ଧି ପାଇ ଡେଙ୍ଗୁ ଏବଂ ମ୍ୟାଲେରିଆର ରୂପ ନେଇପାରେ ।

ଭାଇରାଲ୍ ଜ୍ୱରରୁ ତୁରନ୍ତ ଉପଶମ ପାଇଁ ଖାଦ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ, ଯାହା ଦ୍ବାରା ଶରୀରର ପ୍ରତିରକ୍ଷା ପ୍ରଣାଳୀ ଦୃଢ ରହିଥାଏ ଏବଂ ଏହାକୁ ରୋଗ ସହ ଲଢିବା ପାଇଁ ଶକ୍ତି ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା, ଭାଇରାଲ୍ ଜ୍ୱରରେ କିପରି ଖାଦ୍ୟର ଯତ୍ନ ନେବେ...

ଦୁଗ୍ଧ ଜାତୀୟ ଉତ୍ପାଦ:-

ଭାଇରାଲ୍ ଜ୍ୱର ସମୟରେ ଦୁଗ୍ଧଜାତ ଦ୍ରବ୍ୟ ଅତ୍ୟନ୍ତ ଲାଭଦାୟକ । ଏଥିରୁ ଶରୀରରେ ବହୁ ପରିମାଣର ଖଣିଜ ପଦାର୍ଥ, କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଭିଟାମିନ୍ ମିଳିଥାଏ ।

ସବୁଜ ପତ୍ରଯୁକ୍ତ ପନିପରିବା:-

ଶାଗ, କାଲ୍ ଏବଂ ସୋରିଷ ଭଳି ଖାଦ୍ୟରେ ଅନେକ ପୋଷକ ତତ୍ତ୍ୱ ଭରପୂର ରହିଥାଏ, ଯାହା ଭାଇରାଲ୍ ଜ୍ୱର ପରି ଋତୁକାଳୀନ ରୋଗ ବିରୁଦ୍ଧରେ ଲଢିବାରେ ସହାୟକ ହୋଇଥାଏ ।

ବାଦାମ:-

ବାଦାମରେ ପ୍ରୋଟିନ୍, ସେଲେନିୟମ୍, ଭିଟାମିନ୍, ଭିଟାମିନ୍ ଏ ଏବଂ ଇ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ରୋଗରୁ ରକ୍ଷା କରିଥାଏ ।

ସୁପ୍:-

ସୁପ୍ ଭିଟାମିନ୍, ମିନେରାଲ୍ସ ଏବଂ ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ, ଯାହା ରୋଗୀକୁ ଅଧିକ ସମୟ ପର୍ଯ୍ୟନ୍ତ ହାଇଡ୍ରେଟ୍ ରହିବାକୁ ସାହାଯ୍ୟ କରେ । ସୁପ୍ ଏକ ହାଲୁକା ଖାଦ୍ୟ ହୋଇଥିବାରୁ ସହଜରେ ହଜମ ହୋଇଯାଏ ।

ଭାଇରାଲ୍ ଜ୍ୱରରେ ଏହି ଖାଦ୍ୟରୁ ଦୂରେଇ ରୁହନ୍ତୁ...

ଶର୍କରା ଖାଦ୍ୟ:-

ଶର୍କରା ଖାଦ୍ୟ ଏବଂ ପାନୀୟ ଭାଇରାଲ୍ ଜ୍ୱରରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇପାରେ, ତେଣୁ ଏଗୁଡିକୁ ଏଡାଇବା ଉଚିତ୍ । ତେବେ ଶର୍କରା ଜାତୀୟ ଖାଦ୍ୟ, ଯେପରି କ୍ୟାଣ୍ଡିସ କେକ୍, କୁକିଜ୍, ସ୍ବିଟ୍ ରୋଲ୍ସ, ପେଷ୍ଟ୍ରି, ଆଇସ-କ୍ରିମ, ସଫ୍ଟ ଡ୍ରିଙ୍କ୍ସ ଇତ୍ୟାଦି ସେବନରୁ ଦୂରେଇ ରହନ୍ତୁ ।

କଫିନ୍ ପାନୀୟ ଏବଂ ମଦ୍ୟପାନ:-

ଜ୍ୱରରେ ଅଧିକ ତାପମାତ୍ରା କାରଣରୁ ଡିହାଇଡ୍ରେସନ୍ ସମସ୍ୟା ବଢିଯାଏ, ଏପରି ପରିସ୍ଥିତିରେ ଏହି ପାନୀୟ ଗୁଡିକ ଭାଇରାଲ୍ ଫିବର୍ ଆଶଙ୍କାକୁ ବୃଦ୍ଧି କରିଥାଏ । ସେଥିପାଇଁ ଜ୍ୱରରେ ଏପରି ପାନୀୟ ବଦଳରେ ପାଣି, ଲେମ୍ବୁ, ଜୁସ୍ ଏବଂ ନଡ଼ିଆ ପାଣି ପିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.