ETV Bharat / sukhibhava

ଏହି ପ୍ରାକୃତିକ ଚିକିତ୍ସା ଉପାୟରେ ଦୂର କରନ୍ତୁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା - କେମିତି ଦୂର ହେବ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା

ଗଣ୍ଠି ଯନ୍ତ୍ରଣା ବା ଜଏଣ୍ଟ ପେନ୍ ଆଜିକାଲି ସବୁ ବର୍ଗର ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଯାଉଛି । ଯଦି ଆପଣଙ୍କର ଏହି ସମସ୍ୟା ରହିଛି, ତେବେ କିପରି ପ୍ରାକୃତିକ ଚିକିତ୍ସା ଉପାୟରେ ଏହାର ସମାଧାନ କରିବେ, ଜାଣନ୍ତୁ...

knee pain
knee pain
author img

By

Published : May 2, 2023, 11:22 AM IST

ହାଇଦ୍ରାବାଦ: କେତେକ ସ୍ବାସ୍ଥ୍ୟ ସମସ୍ୟା କେବଳ ଏକ ନିର୍ଦ୍ଦିଷ୍ଟ ବୟସ ପରେ ଦେଖାଯାଏ । ବୃଦ୍ଧାବସ୍ଥାକୁ ଏସବୁ ରୋଗର ସଙ୍କେତ ଭାବରେ ବିବେଚନା କରାଯାଉଥିଲା । କିନ୍ତୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହାର ପରିବର୍ତ୍ତନ ପରିଲିକ୍ଷିତ ହେଉଛି । ପୂର୍ବରୁ 65-70 ବର୍ଷ ବୟସରେ ଦେଖା ଯାଉଥିବା ସ୍ବାସ୍ଥ୍ୟ ସମସ୍ୟା ବର୍ତ୍ତମାନ 35ରୁ 40 ବର୍ଷ ବୟସରେ ଦେଖାଯାଉଛି । ଏହିପରି ଗୋଟିଏ ସମସ୍ୟା ହେଉଛି ଗଣ୍ଠି ଯନ୍ତ୍ରଣା । ବିଶେଷକରି ଆଣ୍ଠୁରେ ଯନ୍ତ୍ରଣା । ଦୀର୍ଘ ସମୟ ବସି ରହି କାର୍ଯ୍ୟ କରିବା କାରଣରୁ ଏହି ଯନ୍ତ୍ରଣା କେବଳ ବୟସ୍କ ନୁହଁନ୍ତି ଯୁବପିଢିଙ୍କୁ ମଧ୍ୟ ପ୍ରଭାବିତ କରୁଛି । ତେବେ ନାଚ୍ୟୁରୋପାଥି ଅର୍ଥାତ୍ ପ୍ରାକୃତିକ ଚିକିତ୍ସା ମାଧ୍ୟମରେ କିପରି ଏହାର ଚିକିତ୍ସା କରିବେ, ଜାଣନ୍ତୁ...

ନାଚ୍ୟୁରୋପାଥି କଣ:-

ଯେପରି ଆୟୁର୍ବେଦ, ହୋମିଓପାଥ୍ ଏବଂ ୟୁନାନି ଔଷଧ ଅଛି ସେହିଭଳି ପ୍ରାକୃତିକ ଚିକିତ୍ସା ବିଜ୍ଞାନ ନାଚ୍ୟୁରୋପାଥି ରହିଛି । ଯେଉଁଥିରେ ଔଷଧ ମାଧ୍ୟମରେ କୌଣସି ଚିକିତ୍ସା କରାଯାଏ ନାହିଁ, ବରଂ ଏହି ରୋଗ କେବଳ ପ୍ରାକୃତିକ ପଦ୍ଧତି ଦ୍ବାରା ଚିକିତ୍ସା କରାଯାଏ ଏବଂ ଏହା ମୂଳରୁ ବିଲୋପ ହୋଇଯାଏ । ୱାଟର ଥେରାପି, ଆକ୍ୟୁପ୍ରେସର, ଆକ୍ୟୁପଙ୍କଚର୍, ଯୋଗ ଥେରାପି ହେଉଛି ନାଚ୍ୟୁରୋପାଥିର ଚିକିତ୍ସା ।

ଆଣ୍ଠୁଗଣ୍ଠି ଯନ୍ତ୍ରଣା କିପରି ଚିକିତ୍ସା କରିବେ

ଯଦି ଅଳ୍ପ ବୟସରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି କିମ୍ବା ଆଣ୍ଠୁ ଜାମ୍‌ର ସମସ୍ୟା ଅଛି, ତେବେ ଘରେ ଏହି ପଦ୍ଧତି ସହିତ ୱାଟର ଥେରାପି ମାଧ୍ୟମରେ ବିନା ଔଷଧ ସେବନ କରି ଚିକିତ୍ସା କରିପାରିବେ । ଏହାକୁ ଦୀର୍ଘ ସମୟ ଧରି ବ୍ୟବହାର କରିବା ଦ୍ୱାରା ଯନ୍ତ୍ରଣା ସମ୍ପୂର୍ଣ୍ଣ ରୂପେ ଭଲ ହେବାର ସମ୍ଭାବନା ରହିଛି...

ଏହା ମଧ୍ୟ ପଢନ୍ତୁ:- World Asthma Day: ଏହି ସବୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ ଆସ୍ଥମା ରୋଗୀ

  • ସର୍ବପ୍ରଥମେ ଏପରି ପୋଷାକ ପିନ୍ଧନ୍ତୁ ଯେଉଁଥିରେ ଆଣ୍ଠୁକୁ ବାୟୁ ଚଳାଚଳ ହୋଇପାରୁଥିବ । ଅର୍ଥାତ୍ ଆଦୌ ଟାଇଟ୍ ପୋଷାକ ପିନ୍ଧନ୍ତୁ ନାହିଁ ।
  • ହାଲୁକା ପୋଷାକ ପିନ୍ଧିବା ପରେ ଏକ ବାଲ୍ଟିରେ ପାଣି ଭରନ୍ତୁ କିମ୍ବା ଟ୍ୟାପ୍ ଚଲାନ୍ତୁ । ଗୋଟିଏ ଆଣ୍ଠୁକୁ ଚାଲୁଥିବା ପାଣିରେ ଦୁଇ ମିନିଟ୍ ବୁଡାଇ ରଖନ୍ତୁ ।
  • ଏହାପରେ ଅନ୍ୟ ଆଣ୍ଠୁରେ ମଧ୍ୟ ଏହିପରି ପ୍ରକ୍ରିୟା କରନ୍ତୁ । ଦୁଇ ଆଣ୍ଠୁରେ ୱାଟର୍ ଥେରାପି ସରିଯିବା ପରେ ତଉଲିଆରେ ପୋଛି ଦିଅନ୍ତୁ ।
  • ଏହାପରେ ସ୍ପୋର୍ଟ୍ସ ବୁଟ୍ ପିନ୍ଧି 30 ମିନିଟ୍ ଚାଲନ୍ତୁ ।

ଏହିପରି ପ୍ରତିଦିନ ଏବଂ କ୍ରମାଗତ ଭାବରେ ଅତି କମରେ 3 ମାସ ପର୍ଯ୍ୟନ୍ତ କରନ୍ତୁ । ନିଶ୍ଚିତ ରୂପେ ପରିବର୍ତ୍ତନ ଦେଖିବାକୁ ପାଇବେ । ଏହା ପୂର୍ବରୁ ଆପଣଙ୍କ ମନରେ ନିହାତି ପ୍ରଶ୍ନ ସୃଷ୍ଟି ହେଉଥିବ କି, ପାଣି କିପରି ଆଣ୍ଠୁ ଯନ୍ତ୍ରଣାକୁ ଭଲ କରିପାରିବ । କହି ରଖୁଛୁ ଯେ, ଯେତେବେଳେ କ୍ରମାଗତ ଭାବରେ ଆଣ୍ଠୁ ଉପରେ ପାଣି ଢାଳିବେ, ଥଣ୍ଡା କାରଣରୁ ଶିରା ଏବଂ ଧମନୀ ସଂକୁଚିତ ହୋଇଯିବ । ତାପରେ ଯେତେବେଳେ ଚାଲିବା କିମ୍ବା ଦୌଡ଼ିବ ଆରମ୍ଭ କରିବେ ସେଗୁଡ଼ିକ ଗରମ ହୋଇଯିବ ଏବଂ ରକ୍ତ ପ୍ରବାହ ଶୀଘ୍ର ହେବ । ତାହା ହେଉଛି, ପ୍ରଥମେ ଧୀର ରକ୍ତ ପ୍ରବାହ ଶୀତଳତା ଦ୍ୱାରା ସ୍ଥିର ହୋଇଯାଏ ଏବଂ ତାପରେ ଉତ୍ତାପ ଦେଇ ଏହାକୁ ବୃଦ୍ଧି କରାଯାଏ । ଏହି ପଦ୍ଧତି ଆଣ୍ଠୁ କୋଷ, ଟିସୁ ପାଇଁ ଏକ ଟନିକ୍ ପରି କାମ କରେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.