ETV Bharat / sukhibhava

ଋତୁସ୍ରାବରେ ଅନିୟମିତତା ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଟିପ୍ସ

author img

By ETV Bharat Odisha Team

Published : Oct 27, 2023, 4:38 PM IST

ଋତୁସ୍ରାବରେ ଅନିୟମିତତା ନେଇ ଚିନ୍ତିତ କି? ଏହି ଖାଦ୍ୟ ଖାଇଲେ ଆସିବ ସୁଧାର

how to get regular periods naturally
how to get regular periods naturally

ହାଇଦ୍ରାବାଦ: ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା । ଋତୁସ୍ରାବ ହେଉଛି ନାରୀ ଜୀବନର ଏକ ବିଶେଷ ଅଂଶ । ଏହା ବିନା ନାରୀଟିଏ ମା’ ହୋଇପାରିବେ ନାହିଁ । ସାଧାରଣତଃ 22ରୁ 30 ଦିନ ଭିତରେ ଋତୁସ୍ରାବ ହୋଇଥାଏ। କିନ୍ତୁ ଗୋଟିଏ ଗୋଟିଏ ମାସରେ ଋତୁସ୍ରାବ ହେଉନଥିବା ନେଇ ମଧ୍ୟ ଅଭିଯୋଗ ହୋଇଥାଏ । ତେବେ ଏହାର ଅନେକ କାରଣ ହୋଇଥାଏ । ଚାପ, ଚିନ୍ତା ଏବଂ ହରମୋନରେ ଅସନ୍ତୁଳନତା କାରଣରୁ ଋତୁସ୍ରାବରେ ବିଳମ୍ବ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ପ୍ରାୟ ମହିଳାଙ୍କର 2ରୁ 7 ଦିନ ରକ୍ତସ୍ରାବ ହୋଇଥାଏ । କିଛି ମହିଳା ବା ଯୁବତୀଙ୍କର କମ ରକ୍ତସ୍ରାବ ହେଉଥିବା ବେଳେ ଆଉ କିଛି ଜଣଙ୍କର ଅଧିକ ହୋଇଥାଏ । ତେବେ ଋତୁସ୍ରାବରେ ଅନିୟମିତତାରେ ଏହା ମଧ୍ୟ ଏକ କାରଣ ହୋଇଥାଏ । ତେବେ ଘରୋଇ ଉପଚାର ଦ୍ବାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଅଦା ଚା': ଏହି ଚା ପିଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଇଥାଏ। ତେବେ ଏହା ଋତୁସ୍ରାବ ପାଇଁ ମଧ୍ୟ ରାମବାଣ ବୋଲି କୁହାଯାଇଛି। ଯଦି ଋତୁସ୍ରାବରେ ଅନିୟମିତତା ଦେଖାଯାଉଛି ତେବେ ଅଦା ଚା' ପିଇବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। କିଛି ଦିନ ଏହା ପିଇବା ଦ୍ବାରା ଋତୁସ୍ରାବ ଠିକ ସମୟରେ ହେବ ବୋଲି କୁହାଯାଇଛି। ଏହା ଶରୀରକୁ ଗରମ କରିଥାଏ। ଏହା ସହିତ ଋତୁସ୍ରାବ ସମୟରେ ଯନ୍ତ୍ରଣା ହେଉଥିଲେ ମଧ୍ୟ ଏହି ଚା' ମୁକ୍ତି ଦେବ ବୋଲି କୁହାଯାଇଛି । ଅଦାରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟୋରି ଗୁଣ ଋତୁସ୍ରାବରେ ହେଉଥିବା ଯନ୍ତ୍ରଣାକୁ ମଧ୍ୟ କମ କରିଥାଏ।

ଏହା ମଧ୍ୟ ପଢନ୍ତୁ: ମାସକୁ ଦୁଇଥର ଋତୁସ୍ରାବ ହେଉଥିଲେ ସାବଧାନ ! ଏହି କାରଣ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

କଞ୍ଚା ଅମୃତଭଣ୍ଡା: ଋତୁସ୍ରାବ ଜନିତ ସମସ୍ୟା ଦେଖାଯାଉଥିଲେ ପ୍ରତିଦିନ ଖାଦ୍ୟରେ କଞ୍ଚା ଅମୃତଭଣ୍ଡା ଯୋଡିବା ଆବଶ୍ୟକ ବୋଲି କୁହାଯାଇଛି। ଏହା ଋତୁସ୍ରାବ ଚକ୍ରକୁ ଠିକ ରଖିବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଇଛି। କଞ୍ଚା ଅମୃତଭଣ୍ଡାରେ ଏକ ପ୍ରକାର ଏନାଜଇମ ରହିଥାଏ ଯାହାକୁ ପାପାଇନ କୁହାଯାଏ। ଏହା ମହିଳାଙ୍କ କ୍ଷେତ୍ରରେ ହରମୋନକୁ ସନ୍ତୁଳିତ କରି ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ରହିଥିବା କାରୋଟିନ ଇଷ୍ଟ୍ରୋଜେନ ହରମୋନ କ୍ଷରଣ କରିବାରେ ସାହାଯ୍ୟ କରିଥାଏ । ଯାହା ଋତୁଚକ୍ର ପାଇଁ ଆବଶ୍ୟକ ଅଟେ ।

ଭିଟାମିନ-D: ଛତୁ, ଅଣ୍ଡା, କମଳା ଇତ୍ୟାଦି ଖାଦ୍ୟ ପଦାର୍ଥରେ ଭିଟାମିନ ଡି ଭରପୂର ମାତ୍ରାରେ ରହିଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଋତୁଚକ୍ର ପାଇଁ ଭିଟାମିନ ଡି ନିହାତି ଜରୁରୀ ଅଟେ। ତେବେ ଏହି ସମସ୍ତ ଖାଦ୍ୟ ଖାଇବା ବ୍ୟତୀତ କିଛି ସମୟ ପର୍ଯ୍ୟନ୍ତ ସୂର୍ଯ୍ୟକିରଣରେ ବସନ୍ତୁ। ଶରୀରରେ ଭିଟାମିନ ଡିର ମାତ୍ରା ଠିକ ରହିବା କାରଣରୁ ହରମୋନ ମଧ୍ୟ ସନ୍ତୁଳିତ ଅବସ୍ଥାରେ ରହିଥାଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.