ETV Bharat / sukhibhava

Tips for Tea Lover: ଦିନକୁ କେତେ କପ୍‌ ଚା’ ପିଇବେ ? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ - ସ୍ବାସ୍ଥ୍ୟ ଉପରେ ଚାର ପ୍ରଭାବ

ସକାଳ ଶଯ୍ୟାତ୍ୟାଗ ପର ଠାରୁ ଭାରତୀୟ ପରିବାରରେ ଆରମ୍ଭ ହୋଇଯାଏ ଚା'ର ଆସର । ମାତ୍ର ଏହି ଅଭ୍ୟାସ ଧିରେ ଧିରେ ସ୍ବାସ୍ଥ୍ୟ ହାନିକାରକ ହୋଇପାରେ । କେତେ ପରିମାଣରେ ଚା' ପିଇଲେ କୌଣସି ସ୍ବାସ୍ଥ୍ୟ ଜନିତ ସମସ୍ୟା ହୁଏନି, ଜାଣନ୍ତୁ ।

Tea
Tea
author img

By

Published : Feb 17, 2023, 9:11 AM IST

ହାଇଦ୍ରାବାଦ: ଭାରତୀୟଙ୍କ ପ୍ରଥମ ପସନ୍ଦ ଚା' । ସକାଳ ଶଯ୍ୟାତ୍ୟାଗ ପରଠାରୁ ଆରମ୍ଭ ହୋଇଯାଏ ଚା'ର ଆସର । କିଛି ଲୋକ ମଧ୍ୟ ଏପରି ଥାଆନ୍ତି, ଯେଉଁମାନଙ୍କୁ ଯେତେବେଳେ ବି ଚା' ଯାଚିଲେ କେବେ ମନାକରନ୍ତିନି । ଯେକୌଣସି ସମୟରେ ଚା' ପିଇବାକୁ ଆଗଭର ହୋଇଯାଆନ୍ତି । ଯଦି ଆପଣ ମଧ୍ୟ ଏହି ତାଲିକାରେ ଅଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଚା' ଅନେକାଂଶରେ ସ୍ବାସ୍ଥ୍ୟ ଉପକାରୀ ସାବ୍ୟସ୍ଥ ହୋଇଥିଲେ ମଧ୍ୟ ଅତ୍ୟଧିକ ସେବନ କ୍ଷତିକାରକ । ତେବେ ଗୋଟିଏ ଦିନରେ କେତେ ଚା' ପିଇବା ଉଚିତ୍, ଜାଣନ୍ତୁ...

ହେଲ୍‌ଥଲାଇନ ରିପୋର୍ଟ ଅନୁଯାୟୀ, ଚା'ରେ ଥିବା ଅନେକ ଆରୋଗ୍ୟ ଗୁଣ ଯୋଗୁଁ ଏହା ପାରମ୍ପାରିକ ଔଷଧ ଭାବରେ ଶତାବ୍ଦୀ ଧରି ବ୍ୟବହୃତ ହୋଇଆସୁଛି । ଥକା ଲାଗିଲେ, ମୁଣ୍ଡ ବିନ୍ଧା ହେଲେ ଲୋକେ ଚା' ପିଇବାକୁ ପସନ୍ଦ କରିଥାନ୍ତି । ମାତ୍ର ଅଧିକ ଚା' ପିଇବା ଦ୍ବାରା ଡିହାଇଡ୍ରେସନ୍, ଅମ୍ଳତା, ରକ୍ତଚାପ, ପେଟ ସମ୍ବନ୍ଧୀୟ ସମସ୍ୟା, ଛାତିରେ ଜ୍ବଳନ, ଅନ୍ତନଳୀ ଉପରେ ପ୍ରଭାବ ପକାଇଥାଏ । ଅଧିକ ଚା' ପିଇବା ଦ୍ୱାରା ଜଣେ ସୁସ୍ଥ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ:- Side Effect Of Tea: ଅତ୍ୟଧିକ ଚା’ ସେବନ, ଡାକି ଆଣିବ ଏହି ସବୁ ରୋଗ

କଫିନ୍‌ର ଅତ୍ୟଧିକ ବ୍ୟବହାର ବିପଜ୍ଜନକ: ବ୍ରାଉନ୍ ୟୁନିଭରସିଟି ଅନୁଯାୟୀ, ଉଭୟ କପ୍ ଗ୍ରୀନ୍ ଏବଂ ବ୍ରାଉନ୍ ଟିରେ 40 ମିଲିଗ୍ରାମ କଫିନ୍ ଥାଏ । ଅଧିକ ସେବନ କରିବା ଦ୍ୱାରା କଫିନ୍ ନିଶା ହୋଇପାରେ, ଯାହା ଫଳରେ କୌଣସି କାର୍ଯ୍ୟରେ ଧ୍ୟାନ ଦେବା କଷ୍ଟକର ହୋଇପାରେ । ଏହି କାରଣରୁ ଜଣେ ବ୍ୟକ୍ତି ଅସ୍ଥିର ଅନୁଭବ କରିବା ସହ ବିରକ୍ତ ଭାବ ପୋଷଣ କରିଥାନ୍ତି । ଏହା ବ୍ୟତୀତ ଶୋଇବା ଶୈଳୀ ମଧ୍ୟ ପରିବର୍ତ୍ତିତ ହୋଇପାରେ । କଫିନ୍‌ର ଅଳ୍ପ ବ୍ୟବହାରରୁ ଅନେକ ଲାଭ ପାଇପାରିବେ, କିନ୍ତୁ ଯଦି ଏହା ଅତ୍ୟଧିକ ହୋଇଯାଏ, ତେବେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

କେତେ କପ୍ ଚା ପିଇବା ଠିକ୍: ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଯେ, ଗୋଟିଏ ଦିନରେ କେତେ ଚା' ପିଇବା ଉଚିତ୍ ଯାହାଦ୍ୱାରା ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡିବନି । ହେଲ୍‌ଥଲାଇନ ଅନୁଯାୟୀ, ପ୍ରତିଦିନ 3 ରୁ 4 କପ୍ (710–950 ମିଲି) ଚା ପିଇପାରିବେ । ଆନ୍ନାଲ୍ସ ଅଫ୍ ଇଣ୍ଟର୍ନାଲ୍ ମେଡିସିନ୍‌ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ଦିନକୁ ଦୁଇ କିମ୍ବା ଅଧିକ କପ୍ ଚା ପିଇଥାନ୍ତି, ସେମାନଙ୍କର ମଦ୍ୟପାନକାରୀଙ୍କ ତୁଳନାରେ ମୃତ୍ୟୁହାର 9 ରୁ 13 ପ୍ରତିଶତ କମ୍ ଥିଲା । ସେହିପରି ଅଧିକାଂଶ ରିପୋର୍ଟ ଦର୍ଶାଇଛି ଯେ, ଅତ୍ୟାଧିକ ଚା' ସେବନ ବିଭିନ୍ନ ରୋଗ ସହ ଜଡିତ । ତେଣୁ ଦିନକୁ 3ରୁ 4 କପ୍‌ରୁ ଅଧିକ ଚା' ପିଇବାକୁ ବାରଣ କରିଛନ୍ତି ବିଶେଷଜ୍ଞ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.