ETV Bharat / sukhibhava

National Farmers Day: ଅନ୍ନଦାତାଙ୍କୁ କୃତଜ୍ଞତା ଜଣାଇବାର ଦିନ

author img

By

Published : Dec 23, 2022, 11:30 AM IST

ଖରା-ବର୍ଷାକୁ ଯିଏ ବେଖାତିର କରି ଆହାର ଯୋଗାଏ ଆଜି ସେହି ଅନ୍ନଦାତାଙ୍କୁ କୃତଜ୍ଞତା ଜଣାଇବାର ଦିନଟିଏ । ଅର୍ଥାତ୍ ଆଜି ଜାତୀୟ କୃଷକ ଦିବସ(National Farmers Day) । ଜାଣନ୍ତୁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

National Farmers Day: ଅନ୍ନଦାତାଙ୍କୁ କୃତଜ୍ଞତା ଜଣାଇବାର ଦିନ
National Farmers Day: ଅନ୍ନଦାତାଙ୍କୁ କୃତଜ୍ଞତା ଜଣାଇବାର ଦିନ

ନୂଆଦିଲ୍ଲୀ: ଖରା-ତରାକୁ ସିଏ କରେ ବେଖାତିର, ପ୍ରଚଣ୍ଡ ରୌଦ୍ରତାପ ଆଉ ଧାରା ଶ୍ରାବଣର ବିଜୁ-ଘଡଘଡିକୁ ସିଏ କରେ ଭୃକ୍ଷେପ । କାଦୁଅ ପଚପଚ ଅସନା ମାଟିକୁ ଦେହରେ ବୋଳି ଯିଏ ଆହାର ଯୋଗାଏ, ଭୋକ ମେଣ୍ଟାଏ ସେ ଅନ୍ନଦାତା । ଆଜି ଏହି ଅନ୍ନଦାତାଙ୍କୁ ସମ୍ମାନ ଜଣାଇବାର ଦିନଟିଏ । ଆଜ୍ଞା ହଁ, ଆଜି ହିଁ ଜାତୀୟ କୃଷକ ଦିବସ । ବର୍ଷ ତମାମ ଯିଏ ବିନା ଛୁଟିରେ ଆହାର ପାଇଁ ଅହନିଶି କ୍ଷେତରେ ଖଟେ ସେହି ମହାନ ବ୍ରତି କୃଷକଙ୍କ ଉଦ୍ଦେଶ୍ୟରେ ପାଳନ ହୁଏ ଏହି ଦିବସ ।

ପୂର୍ବତନ ତଥା ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂଙ୍କ(Fifth Prime Minister of India, Chaudhary Charan Singh) ଜନ୍ମଦିନ ଅବସରରେ ଜାତୀୟ କୃଷକ ଦିବସ(National Farmers Day) ପାଳନ କରାଯାଏ । କୃଷକଙ୍କ ମସିହା କୁହାଯାଉଥିବା ଚୌଧରୀ ଚରଣ ସିଂ ଜଣେ ଜଣାଶୁଣା ନେତା ଥିଲେ । ସେ 1902 ଆଜିର ଦିନ(ଡିସେମ୍ବର 23) ରେ ଉତ୍ତରପ୍ରଦେଶର ମେରଟ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରରେ ଅର୍ଥମନ୍ତ୍ରୀ ଭାବରେ ସେ ଗାଁ ଓ ଚାଷୀଙ୍କୁ ପ୍ରାଥମିକତା ଦେଇ ଏକ ବଜେଟ ପ୍ରସ୍ତୁତ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୃଷି କ୍ଷେତ୍ରର ଉନ୍ନତିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ କୃଷକଙ୍କ ସୁବିଧା ପାଇଁ ଅନେକ କୃଷକ ଅନୁକୂଳ ନୀତି ପ୍ରସ୍ତୁତ କରିଥିଲେ । ସେ ମାତ୍ର ଗୋଟିଏ ବର୍ଷ ପ୍ରଧାନମନ୍ତ୍ରୀ ଦାୟିତ୍ବ ତୁଲାଇ ଥିଲେ ମଧ୍ୟ ଭାରତୀୟ କୃଷକଙ୍କ କଲ୍ୟାଣ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । କୃଷକଙ୍କୁ କୃତଜ୍ଞତା ଜଣାଇବା ଏବଂ ସେମାନଙ୍କୁ ସେମାନଙ୍କର ପରିଶ୍ରମର ପୁରସ୍କାର ମିଳିବା ଉଚିତ୍‌ ବୋଲି ସେ କହୁଥିଲେ ।

କୃଷି ଏବଂ କୃଷକଙ୍କ ପ୍ରତି ସେ କରିଯାଇଥିବା ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକୁ ଚିର ସ୍ମରଣୀୟ କରିବା ପାଇଁ 2001 ମସିହାରେ ଭାରତ ସରକାର ଚୌଧରୀ ଚରଣ ସିଂ ଜନ୍ମଜୟନ୍ତୀକୁ କିଶାନ ଦିବସ ରୂପରେ ଘୋଷଣା କରିଥିଲେ । ସେବେ ଠାରୁ ପ୍ରତିବର୍ଷ ଆଜିର ଦିନରେ କିଶାନ ଦିବସ ପାଳନ କରାଯାଉଛି । ଏହା ବ୍ୟତୀତ କୃଷକମାନେ ଭାରତର ଆର୍ଥିକ ବିକାଶର ମେରୁଦଣ୍ଡ ବୋଲି ବିବେଚନା କରାଯାଏ । ଦେଶର ସାମଗ୍ରିକ ଅର୍ଥନୈତିକ ତଥା ସାମାଜିକ ବିକାଶରେ କୃଷକଙ୍କର ଭୂମିକାକୁ ସମ୍ମାନ ଜଣାଇବା ପାଇଁ ମଧ୍ୟ ଦିନଟି ପାଳନ କରାଯାଏ ।

ପୂର୍ବତନ ତଥା ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ମଧ୍ୟ କୃଷକମାନଙ୍କ ଅବଦାନକୁ କୃତଜ୍ଞତା ଜଣାଇ 'ଜୟ କିଶାନ' ନାରା ଦେଇଥିଲେ । ଆମ ଦେଶରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ନାନା ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଉଛି । କୃଷକ ଦିବସ ଅବସରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ, ସେମିନାର, ଉତ୍ସବ ଏବଂ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ତଥାପି ଆମ ରାଜ୍ୟ ଓଡିଶାରେ କୃଷି ଆତ୍ମହତ୍ୟା ଏକ ଅଭିଶାପ ସଦୃଶ ପାଲଟିଛି । ଅଧିକାଂଶ ସମୟରେ କୃଷକ ଆତ୍ମହତ୍ୟା ଖବରର ଶିରୋନାମାରେ ରହୁଛି । ତେଣୁ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଢ ସଂକଳ୍ପବଦ୍ଧ ହେବା ସହ ଅକାଳରେ ଯେପରି ଅନ୍ନଦାତାର ଜୀବନ ନଯାଏ ସେଥିପ୍ରତି ଦାୟିତ୍ବବାନ ହେବାର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.