ETV Bharat / sukhibhava

ଖାଦ୍ୟ ଗ୍ରହଣ ସମୟରେ କାହିଁକି ପାଣି ପିଇବାକୁ ବାରଣ କରାଯାଏ? ଜାଣନ୍ତୁ କାରଣ

ଖାଦ୍ୟ ଗ୍ରହଣ ସମୟରେ କାହିଁକି ପାଣି ପିଇବାକୁ ବାରଣ କରାଯାଏ ? ଖାଦ୍ୟ ଖାଇବାର କେତେ ସମୟ ପରେ ପାଣି ପିଇବା ଉଚିତ ? ପଢନ୍ତୁ ଏହି ଖବର

author img

By ETV Bharat Odisha Team

Published : Aug 25, 2023, 5:52 PM IST

drink water while eating food
drink water while eating food

ହାଇଦ୍ରାବାଦ: ସୁସ୍ଥ ରହିବା ପାଇଁ ଶରୀରକୁ ପାଣିର ଆବଶ୍ୟକତା ରହିଛି । ପ୍ରତ୍ୟେକ ବୟସ୍କଙ୍କୁ ପ୍ରତିଦିନ 3-4 ଲିଟର ପାଣି ପିଇବା ଉଚିତ। ଆବଶ୍ୟକତା ଅନୁସାରେ ପାଣି ପିଇବାର ପ୍ରକୃତ ସମୟ ବିଷୟରେ ଜାଣିବା ଆବଶ୍ୟକ ବୋଲି କୁହାଯାଇଛି । କାରଣ ଭୁଲ ସମୟରେ ପାଣି ପଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ପ୍ରାୟତଃ ଭାରତରେ ଅନେକ ଲୋକଙ୍କର ଖାଇବା ସମୟରେ ପାଣି ପିଇବାର ଅଭ୍ୟାସ ରହିଥାଏ। କିଛି ଖାଇବା ପରେ ସଙ୍ଗେସଙ୍ଗେ ପାଣି ପିଇଥାଆନ୍ତି । ହେଲେ ପ୍ରଶ୍ନ ଉଠୁଛି ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଉଚିତ କି ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡିଥାଏ । ହଜମ ଉପରେ ଏହାର ବହୁତ ଖରାପ ପ୍ରଭାବ ପଡିଥାଏ । ଯଦି ଭୋଜନ ସମୟରେ ବାରମ୍ବାର ପାଣି ପିଅନ୍ତି ତେବେ ଏହା ଅନେକ ଶାରୀରିକ ସମସ୍ୟା ସୃଷ୍ଟି କରିପାରେ । ହଜମ ସମୟରେ ଆମ ପେଟରେ ଥିବା ଏସିଡ୍ ଖାଦ୍ୟକୁ ଭାଙ୍ଗିବା ବା ଗୁଣ୍ଡ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଯେତେବେଳେ ଖାଦ୍ୟ ଖାଇବା ସମୟରେ ପାଣି ପିଅନ୍ତି, ତେବେ ଏହା ପେଟରେ ଥିବା ଏସିଡକୁ ହ୍ରାସ କରିଥାଏ । ଯାହା ଦ୍ବାରା କି ହଜମ ଉପରେ ପ୍ରଭାବ ପଡ଼ିଥାଏ ।

ଏହା ମଧ୍ୟ ପଢନ୍ତୁ: ଖାଇବା ପରେ ଗାଧୋଉଥିଲେ ସାବଧାନ ! ଶରୀର ଉପରେ ପଡିପାରେ ଏହି ପ୍ରଭାବ

ଏହି ସମସ୍ୟା ମଧ୍ୟ ହୋଇଥାଏ: ଖାଇବା ସମୟରେ ପାଣି ପିଇବା ଦ୍ବାରା ଖାଦ୍ୟ ହଜମରେ ସମସ୍ୟା ହୋଇଥାଏ ଏବଂ ସହ ଶରୀରକୁ ପୃଷ୍ଟିକର ତତ୍ତ୍ବ ମଧ୍ୟ ମିଳିପାରେ ନାହିଁ। ତେବେ ଅନେକ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଖାଇବା ସମୟରେ କିମ୍ବା ପରେ ପାଣି ପିଇବା ଶରୀର ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ । ତେବେ ଅନେକ ଲୋକ ହୃଦୟଙ୍ଗମ କରିଛନ୍ତି ଯେ, ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ଅମ୍ଳତା ସମସ୍ୟା ଦେଖା ଦେଇଥାଏ। ଏହା ବ୍ୟତୀତ ଓଜନ ବୃଦ୍ଧି ମଧ୍ୟ ହୋଇଥାଏ ।

  • ଓଜନ ବୃଦ୍ଧି
  • ମେଦବହୁଳତା
  • ହଜମକ୍ରିୟାରେ ଅସୁବିଧା
  • ଗ୍ୟାସ ସମସ୍ୟା
  • ଅସିଡିଟି
  • ଡାଇବେଟିସ
  • ଛାତି ଜଳାପୋଡା

ଖାଦ୍ୟ ଖାଇବାର କେତେ ସମୟ ପରେ ପାଣି ପିଇବା ଉଚିତ: ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟ ଖାଇବାର ଦୁଇ ଘଣ୍ଟା ପରେ ପାଣି ପିଇବା ଉଚିତ। ଯଦି ଖାଦ୍ୟ ଖାଇବାର କିଛି ସମୟ ପରେ ଶୋଷ କିମ୍ବା ଅନ୍ୟ ସମସ୍ୟା ଦେଖାଯାଉଛି, ସେଭଳି ସ୍ଥଳରେ ଅଳ୍ପ ପାଣି ପିଇବା ଉଚିତ ବୋଲି କୁହାଯାଇଛି । ଠିକ ସମୟରେ ପାଣି ପଇବା ଦ୍ବାରା ଓଜନ ସ୍ଥିର ରହିବା ସହିତ ହଜମକ୍ରିୟା ମଧ୍ୟ ଠିକ ରହିଥାଏ । ଏସିଡିଟି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.