ETV Bharat / sukhibhava

Ghee Benefits: ତ୍ବଚାରେ ଚମକ ଆଣେ ଘିଅ, ଲଗାନ୍ତୁ ଏହି ଫେସ୍‌ପ୍ୟାକ୍‌

author img

By ETV Bharat Odisha Team

Published : Oct 19, 2023, 12:06 PM IST

ତ୍ବଚାରେ ଚମକ ଆଣେ ଘିଅ। ପ୍ରତିଦିନ ଘିଅ ଫେସ୍‌ପ୍ୟାକ୍‌ ଲଗାନ୍ତୁ ଏବଂ ଗ୍ଲୋ କରନ୍ତୁ। ଅଧିକ ପଢନ୍ତୁ

Ghee Benefits
Ghee Benefits

ହାଇଦ୍ରାବାଦ: ପ୍ରତ୍ୟେକ ନିଜେ ଫିଟ୍‌ ଓ ସାଇନିଂ ରହିବାକୁ ପସନ୍ଦ କରନ୍ତି । ଫିଟ୍‌ ରହିବା ପାଇଁ ବ୍ୟାୟାମ ଏକ ମାତ୍ର ଉପାୟ ରହିଥିବା ବେଳେ ତ୍ୱଚାରେ ଗ୍ଲୋ ଆଣିବା ପାଇଁ ରହିଛି ଅନେକ ଉପାୟ । ସେଥି ମଧ୍ୟରୁ ଗୋଟିଏ ଉପାୟ ହେଉଛି ଘିଅ ଫେସ୍‌ପ୍ୟାକ୍‌ । ବର୍ତ୍ତମାନ ପାର୍ବଣ ଋତୁ ଜାରି ରହିଥିବା ବେଳ ପ୍ରସାଦ ଏବଂ ମିଠାରେ ଘିଅ ବ୍ୟବହୃତ ହୋଇଥାଏ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଆପଣ ଗ୍ଲୋ' କରିବାକୁ ଚାହାନ୍ତି ତେବେ ଘିD ଫେସପ୍ୟାକ ଲଗାନ୍ତୁ।

* ପ୍ରଥମେ ଅଧ ଚାମଚ ବେସନକୁ ନେଇ ସେଥିରେ ଦୁଇ ଚାମଚ ଘିଅ ମିଶାନ୍ତୁ । ଏହାପରେ ଆବଶ୍ୟକତା ଅନୁସାରେ ସେଥିରେ ପାଣି ମିଶାନ୍ତୁ । ଏହାକୁ ମୁହଁରେ ଲଗାଇ 5 ମିନିଟ ସୁଖିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ପାପୁଲିକୁ ପାଣିରେ ଧୋଇ ମସାଜ କରନ୍ତୁ । ସମ୍ପୁର୍ଣ୍ଣ ଫେସ୍‌କୁ ରବ୍‌ କରନ୍ତୁ । ଏହାଦ୍ବାରା ମୁହଁକୁ ମୃତକୋଷ ବାହାରି ଯିବା ସହିତ ମୁହଁରେ ଗ୍ଲୋ' ଆସିଥାଏ।

ଏହା ମଧ୍ୟ ପଢନ୍ତୁ: ଖାଲି ପେଟରେ ଘିଅ ଖାଇବା ଦ୍ବାରା କଣ ହୋଇଥାଏ? କଣ କହୁଛନ୍ତି ଏକ୍ସପର୍ଟ

* ଗୋଟିଏ ଚାମଚ ଘିଅ ସହିତ ଏକ ଚାମଚ ମହୁ ମିଶାଇ ମୁହଁରେ ଲଗାନ୍ତୁ । ଏହାପରେ ଅଧଘଣ୍ଟା ସୁଖିବାକୁ ଛାଡ଼ି ଧୋଇ ଦିଅନ୍ତୁ। ତେବେ ମହୁରେ ରହିଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଯୋଗୁଁ ଆକନୀ ସମସ୍ୟା ବି ହୋଇନଥାଏ । ଘିଅ ଲଗାଇବା ଦ୍ବାରା ଚର୍ମ ସୁସ୍ଥ ରହିବା ସହିତ ଚମକ ମଧ୍ୟ ଆସିଥାଏ ।

* ଏକ ଚାମଚ ଘିଅ ନେଇ ସେଥିରେ ଅଳ୍ପ ପରିମାଣର ହଳଦୀ ମିଶାଇ ମୁହଁରେ ଲଗାନ୍ତୁ । ଏହାପରେ 5 ମିନିଟ୍‌ ପର୍ଯ୍ୟନ୍ତ ମୁହଁକୁ ମାଲିସ କରି ଫେସ୍‌ଓ୍ବାସ୍‌ରେ ମୁହଁ ଧୋଇ ଦିଅନ୍ତୁ । ହଳଦୀରେ ରହିଥିବା ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ଯୋଗୁଁ ତ୍ବଚାରେ ଚମକ ଆସିବା ସହିତ ଫ୍ରେସ୍‌ ମଧ୍ୟ ଲାଗିଥାଏ ।

* ଖରାରେ ଯିବା ଆସିବା କରିବା ଦ୍ବାରା ତ୍ବଚାର ଗ୍ଲୋ' କମିଯିବା ସହିତ ଟାନ୍‌ ମଧ୍ୟ ହୋଇଯାଇଥାଏ । ତେବେ ଏହି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇପାରିବ ଘିଅ । ଅଳ୍ପ ପରିମାଣର ଆଲୋଭେରା ଜେଲ୍‌ ନେଇ ସେଥିରେ ଘିଅ ମିଶାଇ ମୁହଁରେ ଲଗାନ୍ତୁ । 10ମିନିଟ ମୁହଁରେ ରଖି ଧୋଇ ଦିଅନ୍ତୁ । ଏହାପରେ ଏକ ଚାମଚ ଘିଅ ସହିତ ଏକ ଚାମଚ ଚନ୍ଦନଗୁଣ୍ଡ ମିଶାଇ ଲଗାନ୍ତୁ । ଏହା ଦ୍ବାରା ତ୍ବଚାରେ ଚମକ ଓ ତୋଫାପଣ ଆସିଥାଏ ।

* ଏହା ବ୍ୟତୀତ ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ସେମାନେ ଖାଦ୍ୟରେ ଘିଅକୁ ଅନ୍ତର୍ଭୁକ୍ତ କରିବା ଜରୁରୀ ଅଟେ । ଯେଉଁମାନେ ପ୍ରତିଦିନ ଘିଅ ଖାଉଛନ୍ତି, ସେମାନଙ୍କର ହଜମ ପ୍ରକ୍ରିୟା ଅତ୍ୟନ୍ତ ଉନ୍ନତ ରହିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.