ETV Bharat / sukhibhava

Pink Lips: ଆପଣାନ୍ତୁ ଏହି ଘରୋଇ ଉପଚାର, ପିଙ୍କ୍‌ ରହିବ ଓଠ

ଓଠର ଚମକ ଆମ ଚେହେରାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ। ତେବେ ବ୍ୟସ୍ତବହୁଳ ଜୀବନ ଯୋଗୁଁ ଓଠର ଯତ୍ନ ନେବା ପାଇଁ ସମୟ ମିଳେ ନାହିଁ, ତେଣୁ ଓଠ କଳା ପଡିବା ସହିତ ଶୁଷ୍କ ହୋଇଯାଇଥାଏ । ତେବେ ଆପଣାନ୍ତୁ ଏଭଳି କିିଛି ଘରୋଇ ଉପଚାର

Home Remedies for Lip Care
Home Remedies for Lip Care
author img

By

Published : Aug 10, 2023, 3:40 PM IST

ହାଇଦ୍ରାବାଦ: ଓଠ ଆମ ଚେହେରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ଆମ ଚେହେରାରେ ଚମକକୁ ବଢାଇଥାଏ । ଖାସ କରି ଗ୍ରୀଷ୍ମ ଋତୁରେ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା ଦ୍ବାରା ଓଠ ଶୁଷ୍କ ହୋଇଯାଇଥାଏ । ତେଣୁ ପାଣିପାଗ ପରିବର୍ତ୍ତନ ହେବା ମାତ୍ରେ ଚର୍ମ ଯତ୍ନ ଏବଂ ନିତ୍ୟକର୍ମ ମଧ୍ୟ ପରିବର୍ତ୍ତନ ହେବା ଉଚିତ । ଶୁଷ୍କ ଓଠ ବା ଓଠ ଶୁଖିଲା ଦେଖାଗେଲେ ତାହା ମୁଖର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ । ସେଥିପାଇଁ ଚର୍ମ ସହିତ, ଓଠର ଯତ୍ନ ନେବା ମଧ୍ୟ ଆବଶ୍ୟକ । ପିଙ୍କ ଓଠ ମୁଖର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । ସମସ୍ତ ଗୋଲାପୀ ଓଠ ପାଇଁ ଅନେକ କେମିକାଲ ଯୁକ୍ତ ଲିପଷ୍ଟିକ୍‌ ଲଗାଇଥାଆନ୍ତି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଓଠର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ । ତେବେ ଘୋରୋଇ ଉପଚାର ଦ୍ବାରା ମଧ୍ୟ ଓଠକୁ ପିଙ୍କ୍‌ କରିପାରିବା । ଜାଣନ୍ତୁ ପୁରା ଉପଚାର

♥ ମୃତ କୋଷ ଓଠର ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ । ତେଣୁ ସମୟ ସମୟରେ ଓଠରୁ ମୃତକୋଷ ବାହାର କରିବା ଉଚିତ । ନଚେତ ଓଠ ଶୁଷ୍କ ହୋଇଯାଇଥାଏ । ଏଥିପାଇଁ ଏକ ଚାମଚ୍‌ ପେଟ୍ରୋଲିୟମ ଜେଲିକୁ କିଛି ଚିନି ସହିତ ମିଶାଇ ଓଠରେ ଲଗାନ୍ତୁ । କିଛି ସମୟ ପରେ ଓଠକୁ ଗରମ ପାଣିରେ ଧୋଇବା ଉଚିତ । ଏହା ବ୍ୟତୀତ ବ୍ରସରେ ଏକ ଚାମଚ ଚିନି ପକାଇ କିଛି ସମୟ ଘଷିବା ଉଚିତ । ସପ୍ତାହରେ ଥରେ ଏଭଳି କରିବା ଦ୍ବାରା ଓଠରେ ଚମକ ଆସିଥାଏ ।

♥ କିଛି ରୋଜହିପ୍ସକୁ ନେଇ ଭଲ ଭାବରେ ଗ୍ରାଇଣ୍ଡ୍‌ କରନ୍ତୁ । ଏହାପରେ ସେଥିରେ କିଛି ଆଲ୍‌ମଣ୍ଡ୍‌ ତେଲ ନେଇ ନଡ଼ିଆ କତାରେ ଭଲ ଭାବରେ ଘଷନ୍ତୁ । ଏହାକୁ ଅଧଘଣ୍ଟା ସୁଖିବାକୁ ଛାଡ଼ିଦେବା ପରେ ଭଲ ଭାବେ ଧୋଇ ଦିଅନ୍ତୁ । ପ୍ରତିଦିନ ଏଭଳି କରିବା ଦ୍ବାରା ଓଠର କଳାଦାଦ ଦୂର ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: Monsoon Skin Care: ମୁଖ ବ୍ରଣକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଘରୋଇ ଉପଚାର

♥ ପ୍ରଥମେ କିଛି ଡାଲଚିନିକୁ ନେଇ ଭଲ ଭାବରେ ଗୁଣ୍ଡ କରନ୍ତୁ । ଏହାପରେ ଏଥିରେ ଏକ ଚାମଚ ଚିନି ମିଶାଇ ଲେମ୍ବୁରସ ମିଶାଇ ଓଠକୁ କୋଟ୍‌ କରନ୍ତୁ ବା ଲେପ କରନ୍ତୁ । ଅଧ ଘଣ୍ଟା ପରେ କ୍ଷୀର ଲଗାଇ ଏକ ନରମ ବ୍ରସ୍‌ରେ ଘଷନ୍ତୁ । ପ୍ରତିଦିନ ଏହା କରିବା ଦ୍ବାରା ଓଠରେ ରହିଥିବା ମୃତକୋଷ ବାହାରିବା ସହିତ ଓଠ ସଫ୍ଟ ହୋଇଥାଏ ।

♥ ଦୁଇ ଚାମଚ ଗୋଲାପ ପାଖୁଡ଼ାକୁ ଗୁଣ୍ଡ କରି ଚକୋଲେଟ ପାଉଡର ସହିତ ଭଲ ଭାବେ ମିଶାନ୍ତୁ । ଏହାପରେ ସେଥିରେ ନଡିଆ ତେଲ ଏବଂ ଚିନିକୁ ମିଶାଇ ଭଲ ଭାବେ ଗୋଳାନ୍ତୁ । ଅଧ ଘଣ୍ଟା ଛାଡ଼ିଦେବା ପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । ଏହା କରିବା ଦ୍ବାରା ଓଠ ଫ୍ରେସ ରହିବା ସହିତ ପିଙ୍କ୍‌ ବି ଦେଖାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.