ETV Bharat / state

ବିଦ୍ୟାଳୟ ପରିସରରେ ଛୁରାମାଡ଼, ଛାତ୍ର ଆହତ - KNIFE ATTACK

ବିଦ୍ୟାଳୟ ପରିସରରେ ଛୁରାମାଡ଼ । ଆହତ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଲେ ଶିକ୍ଷକ । ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ କରିଥିଲେ ଆକ୍ରମଣ ।

Knife Attack
Knife Attack (ETV Bharat Odisha)
author img

By ETV Bharat Odisha Team

Published : Dec 20, 2024, 7:35 PM IST

କେନ୍ଦ୍ରାପଡା: ବିଦ୍ୟାଳୟ ପରିସରରେ ଉତ୍ତେଜନା । ଛୁରାମାଡରେ ଛାତ୍ର ଆହତ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତେଲେଙ୍ଗା ବସନ୍ତ ପଞ୍ଚାୟତ ନୋଡାଲ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ ଛୁରା ମାରିଥିବା ନେଇ ଅଭିଯୋଗ ହୋଇଥିଲା ।

ଛାତ୍ରଙ୍କୁ ଛୁରାମାଡ:

ବିଦ୍ୟାଳୟ ପରିସରରେ ଛାତ୍ରର ଛୁରାମାଡରେ ଅନ୍ୟ ଜଣେ ଛାତ୍ର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଥିଲା । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତେଲେଙ୍ଗା ବସନ୍ତ ପଞ୍ଚାୟତ ନୋଡାଲ ହାଇସ୍କୁଲରେ ଘଟିଛି ଏଭଳି ଘଟଣା । ମଧ୍ୟାହ୍ନ ଭୋଜନ ବିରତି ଚାଲୁଥିବା ସମୟରେ ଦୁଇ ଛାତ୍ରଙ୍କ ମଧ୍ୟରେ ଏପରି ଛୁରାମାଡ ଘଟଣା ଘଟିଥିଲା । ସୂଚନା ଅନୁଯାୟୀ, ଆଜି ବିଦ୍ୟାଳୟର କ୍ଳାସ ଚାଲିଥିବାବେଳେ ଉଭୟ ଛାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଶିକ୍ଷକ ଆସି ଦୁହିଁଙ୍କୁ ଆକଟ କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା । ହେଲେ ମଧ୍ୟାହ୍ନ ଭୋଜନ ସମୟରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣେ ଛାତ୍ରଙ୍କୁ ଛୁରୀ ସାହାଯ୍ୟରେ ଆକ୍ରମଣ କରିଛନ୍ତି ।

Knife Attack (ETV Bharat Odisha)

ଏହା ବି ପଢନ୍ତୁ...ଶିକ୍ଷାର ମନ୍ଦିରରେ ଛୁରାମାଡ, ସହପାଠୀକୁ ଛୁରି ଭୁସିଲା ଛାତ୍ର - Student Stabbed His Classmate

ଏହା ବି ପଢନ୍ତୁ...ହର୍ଣ୍ଣ ବଜାଇବାକୁ ନେଇ ଡେଲିଭରି ବୟର ଉନ୍ମକ୍ତ କାଣ୍ଡ, PCR ଷ୍ଟାଫକୁ ଛୁରାମାଡ - delivery boy assault to constable

ଏହା ବି ପଢନ୍ତୁ...ପତ୍ରପୋଡା ମାଂସ ପାଇଁ ବୃଦ୍ଧଙ୍କୁ ପୋଡିଦେଲେ, ଦୁଇ ଭାଇ ଗିରଫ

ଶିକ୍ଷକଙ୍କ ପ୍ରତିକ୍ରିୟା:

ଆକ୍ରମଣର ଶିକାର ହୋଇଥିବା ଛାତ୍ର ଜଣଙ୍କର ରକ୍ତସ୍ରାବ ହେବାରୁ ଶିକ୍ଷକ ତାଙ୍କୁ ସ୍ଥାନୀୟ ପଟ୍ଟାମୁଣ୍ଡାଇ ଉପ ଚିକିତ୍ସାକେନ୍ଦ୍ରକୁ ଆଣି ଚିକିତ୍ସା କରାଇଛନ୍ତି । ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ଶିକ୍ଷକ ସୁଶାନ୍ତ କୁମାର ଦାସ କହିଛନ୍ତି, "ଖାଇସାରିବା ସମୟରେ ସେମାନଙ୍କ ପରସ୍ପର ଭିତରେ କ'ଣ ହୋଇଛି । ବହୁତ ପିଲା ଏକାଠି ହୋଇଥିଲେ, ଛୋଟ କ୍ୟାମ୍ପସ । ସମୟରେ ଘର ନିର୍ମାଣ ପାଇଁ ଯେଉଁ ବାଲି ଗଦା ହୋଇଛି ସେଠାରେ ଖେଳିବା ସମୟରେ ଏଭଳି ଗଣ୍ଡଗୋଳ ହୋଇଛି । ଆମେ କେବେ ଛୁରୀ ସ୍କୁଲରେ ଦେଖିନଥିଲୁ ସେ ଯେଉଁଥିରେ ଆକ୍ରମଣ କରିଛି ତାହା ଛୁରା ନୁହେଁ, ତାହା କତୁରୀର ଏକ ଅଂଶ । ମୁଁ ସଙ୍ଗେସଙ୍ଗେ ଛାତ୍ର ଜଣଙ୍କୁ ନେଇ ମେଡିକାଲ ପଳାଇ ଆସିଲି ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.