ETV Bharat / sukhibhava

International Day of the Unborn Child: ସଚେତନ ରହିଲେ ହ୍ରାସ ପାଇବ ଗର୍ଭସ୍ଥ ଶିଶୁ ମୃତ୍ୟୁହାର

author img

By

Published : Mar 25, 2023, 6:15 AM IST

Updated : Mar 25, 2023, 9:39 AM IST

ଜନ୍ମ ପୂର୍ବରୁ ଆଖି ବୁଜିଥିବା ଶିଶୁଙ୍କ ଉଦ୍ଦେଶ୍ୟରେ ପାଳନ ହୁଏ ଇଣ୍ଟରନ୍ୟାସନାଲ୍ ଡେ' ଅଫ୍‌ ଦି ଅନ୍-ବର୍ଣ୍ଣ ଚାଇଲ୍ଡ, ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ଅଜାତ ଶିଶୁ ଦିବସ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଆଜି ଇଣ୍ଟରନ୍ୟାସନାଲ୍ ଡେ' ଅଫ୍‌ ଦି ଅନ୍-ବର୍ଣ୍ଣ ଚାଇଲ୍ଡ ଅର୍ଥାତ୍ ଅନ୍ତର୍ଜାତୀୟ ଅଜାତ ଶିଶୁ ଦିବସ । ଜନ୍ମ ପୂର୍ବରୁ ଆଖି ବୁଜିଥିବା ଶିଶୁଙ୍କ ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ବିଶ୍ବରେ ଯେପରି କୌଣସି ମୃତଶିଶୁ ଜନ୍ମ ନ ନେବ, ଗର୍ଭାବସ୍ଥାରେ ଶିଶୁର ଏବଂ ମାଆର ସଠିକ୍ ଯତ୍ନ ନେବାକୁ ଏହି ଦିବସ ପ୍ରୋତ୍ସାହିତ କରିଥାଏ । ଏଥିସହ ବେଆଇନ ଏବଂ ଅନିଚ୍ଛାକୃତ ଭାବେ କରାଯାଉଥିବା ଗର୍ଭପାତକୁ ରୋକିବା ଏହି ଦିବସ ପାଳନ ପଛର ଏକ ମୁଖ୍ୟ ଉଦ୍ଦେଶ୍ୟ ।

ଗର୍ଭପାତ ବ୍ୟତୀତ, ଜନ୍ମ ପୂର୍ବରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ କିମ୍ବା ଶିଶୁଟି ଜନ୍ମ ପୂର୍ବରୁ ପ୍ରାଣ ହରାଇବା ଗର୍ଭସ୍ଥ ଶିଶୁର ଅନୁପଯୁକ୍ତ ବିକାଶ, ଗର୍ଭବତୀ ମହିଳା ଏବଂ ଗର୍ଭସ୍ଥ ଶିଶୁର ଅତ୍ୟଧିକ ଦୁର୍ବଳତା, କିମ୍ବା କୌଣସି ଜଟିଳ ରୋଗ କାରଣରୁ ହୋଇଥାଏ । ପରିସଂଖ୍ୟାନ ଅନୁଯାୟୀ, ପ୍ରତିବର୍ଷ ବିଶ୍ବରେ ପ୍ରାୟ 40-50 ନିୟୁତ ଗର୍ଭପାତ କରାଯାଉଛି, ଏହାର ଅର୍ଥ ପ୍ରତିଦିନ ହାରାହାରି 125,000 ଗର୍ଭପାତ ହେଉଛି । କେବଳ ଯୁକ୍ତରାଷ୍ଟ୍ରରେ, ପ୍ରତିବର୍ଷ ପ୍ରାୟ 24,000 ଶିଶୁ ମୃତ ହୋଇ ଜନ୍ମ ହୁଅନ୍ତି । ପରିସଂଖ୍ୟାନ ଅନୁଯାୟୀ, ଗର୍ଭଧାରଣର 28 ସପ୍ତାହ ପରେ, ପ୍ରାୟ 60% ଗର୍ଭସ୍ଥ ଶିଶୁଙ୍କ ଜୀବନ ଚାଲିଯାଏ ।

ଏହା ମଧ୍ୟ ପଢନ୍ତୁ:- One World TB Summit: 2025 ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବ ଭାରତ

ଅନ୍ୟପକ୍ଷରେ, ଆମ ଦେଶ ବାବଦରେ କହିବାକୁ ଗଲେ ଭାରତରେ ପ୍ରତିବର୍ଷ ହାରାହାରି 1.56 କୋଟି ଗର୍ଭପାତ ହେଉଛି, ସେଥିମଧ୍ୟରୁ ପ୍ରାୟ 95% ଅର୍ଥାତ୍ ପ୍ରାୟ 1.48 କୋଟି ଗର୍ଭପାତ ଘରୋଇ ଡାକ୍ତରଖାନା କିମ୍ବା କ୍ଲିନିକରେ କରାଯାଇଥାଏ । ଜୁନ୍ 2020ରେ ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ସ୍ବାସ୍ଥ୍ୟ କିମ୍ବା ଅନ୍ୟାନ୍ୟ ଜରୁରୀ କାରଣରୁ ଏମଟିପି ଆକ୍ଟ(ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି ଆକ୍ଟ 1971) ଅନୁଯାୟୀ ଦେଶରେ କେବଳ 16,296 ଘରୋଇ ଡାକ୍ତରଖାନା /କ୍ଲିନିକ୍ ଗର୍ଭପାତ କରିବାକୁ ଅନୁମତି ଦିଆଯାଇଛି । ତଥାପି ବହୁ ସଂଖ୍ୟକ ଅଣ-ଚିକିତ୍ସା ମାଧ୍ୟମରେ ପ୍ରତିବର୍ଷ ଗର୍ଭପାତ କରାଯାଏ । ପଞ୍ଜୀକୃତ କ୍ଲିନିକ୍ କିମ୍ବା ଡାକ୍ତରଖାନାରେ ନିରାପଦ କିମ୍ବା ଅସୁରକ୍ଷିତ ଗର୍ଭପାତ କରାଯାଇଥାଏ ।

2015 ମସିହାରେ ଆମେରିକାର ଗୁଟମାଚର୍ ବିଶ୍ୱବିଦ୍ୟାଳୟ ଦ୍ବାରା ଆମ ଦେଶର 6ଟି ରାଜ୍ୟରେ ଗର୍ଭପାତ ସମ୍ବନ୍ଧୀୟ ବିଷୟ ଉପରେ ଏକ ଅନୁସନ୍ଧାନ କରାଯାଇଥିଲା । ଫଳାଫଳରୁ ଏହା ଜଣାଗଲା ଯେ, ପ୍ରାୟ 74% ଗର୍ଭପାତ ଅଣ-ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରେ ହୋଇଥାଏ । ସେହିପରି ମାତୃ ଗର୍ଭରେ, ଜନ୍ମ ସମୟରେ କିମ୍ବା ଜନ୍ମର 24 ସପ୍ତାହ ପରେ ପ୍ରାଣ ହରାଉଥିବା ପିଲାଙ୍କ ସଂଖ୍ୟା ମଧ୍ୟ ଅଧିକ । ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ, ଜନ୍ମ ହେଉଥିବା ପ୍ରତି 175ଟି ଜୀବନ୍ତ ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟୁଛି ।

ଇତିହାସ : ପୋପ୍ ଜନ୍ ପଲ୍ ଇଣ୍ଟରନ୍ୟାସନାଲ୍ ଡେ' ଅଫ୍‌ ଦି ଅନ୍-ବର୍ଣ୍ଣ ଚାଇଲ୍ଡ ପ୍ରତିଷ୍ଠା କରିଥିଲେ । ଯାହାର ଉଦ୍ଦେଶ୍ୟ ଥିଲା "ଜୀବନ ସପକ୍ଷରେ ଏକ ସକରାତ୍ମକ ପସନ୍ଦ ଏବଂ ପ୍ରତ୍ୟେକ ପରିସ୍ଥିତିରେ ମାନବିକ ସମ୍ମାନର ସମ୍ମାନ ପାଇଁ ଜୀବନ ପାଇଁ ଏକ ସଂସ୍କୃତି ବିସ୍ତାର କରିବା ।" ପୋପ୍ ଏହି ଦିନକୁ "ଜୀବନ ସପକ୍ଷରେ ଏକ ଅନୁକୂଳ ବିକଳ୍ପ" ଭାବରେ ଦେଖିଲେ । ମାନବ ଜୀବନର ଦୁର୍ବଳ ଏବଂ କ୍ଷୁଦ୍ର ଅଂଶକୁ ସମ୍ମାନ ଏବଂ ସ୍ମରଣ କରିବା ପାଇଁ, ଏହି ଦିନ ମାର୍ଚ୍ଚ 25 ରେ, ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମର ନଅ ମାସ ପୂର୍ବରୁ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା । ତେଣୁ ଏହି ଦିନର ତାରିଖ ମାତା ମରିୟମଙ୍କ ଗର୍ଭରେ ଯୀଶୁ ଖ୍ରୀଷ୍ଟଙ୍କ ଅବତାର ପାଳନ କରୁଥିବା ପର୍ବ ସହିତ ସାମଞ୍ଜସ୍ୟ ରହିଛି ବୋଲି କୁହାଯାଏ ।

Last Updated : Mar 25, 2023, 9:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.