ETV Bharat / sukhibhava

Parents Tips: ସ୍କୁଲକୁ ଫେରିଲେ ଶିଶୁ, ଇମ୍ୟୁନିଟି ପାୱାରକୁ କରନ୍ତୁ ସୁଦୃଢ

author img

By

Published : Apr 9, 2022, 6:42 PM IST

ସ୍ଥିତି ସ୍ବାଭାବିକ ହୋଇଛି । ବିଦ୍ୟାଳୟ ଖୋଲିଛି । ଆଉ ପିଲାମାନେ ପାଠ ପଢିବା ପାଇଁ ଦୀର୍ଘ ୨ ବର୍ଷ ପରେ ବିଦ୍ୟାଳୟକୁ ଯାଇଛନ୍ତି । ତେବେ ଏଭଳି ସମୟରେ ସେମାନେ ପୁଣି ସାଙ୍ଗସାଥୀଙ୍କ ସଂସ୍ପର୍ଶରେ ଆସିବାକୁ ଯାଉଛନ୍ତି । ତେବେ ମହାମାରୀ ସମୟରେ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ପିତାମାତା ଅଧିକ ଧ୍ୟାନ ଦେବା ଆବଶ୍ୟକ । ଅଧିକ ପଢନ୍ତୁ

Parents Tips: ସ୍କୁଲକୁ ଫେରିଲେ ଶିଶୁ, ଇମ୍ୟୁନିଟି ପାୱାରକୁ କରନ୍ତୁ ସୁଦୃଢ
Parents Tips: ସ୍କୁଲକୁ ଫେରିଲେ ଶିଶୁ, ଇମ୍ୟୁନିଟି ପାୱାରକୁ କରନ୍ତୁ ସୁଦୃଢ

ହାଇଦ୍ରାବାଦ: ଶିଶୁଙ୍କ କ୍ଲାସରୁମ ପାଠପଢା ପରେ ମହାମାରୀର ଗଭୀର ପ୍ରଭାବ ପଡିଛି । ଶାରୀରିକ କାର୍ଯ୍ୟକଳାପର ଅଭାବ ସହିତ ଅସ୍ବାସ୍ଥ୍ୟକର ଖାଦ୍ୟ, କମ୍ପ୍ୟୁଟର ଏବଂ ମୋବାଇଲ ଆଗରେ ଅଧିକ ସମୟ ବିତାଇବା ସେମାନଙ୍କ ଶାରୀରିକ, ମାନସିକ ଓ ସାମାଜିକ ବିକାଶ ଉପରେ ମଧ୍ୟ ପ୍ରଭାବ ପକାଇଛି । ହେଲେ ଏବେ ସ୍ଥିତି ସ୍ବାଭାବିକ ହୋଇଛି । ସ୍କୁଲ ଖୋଲିବା ପରେ ପିଲାମାନେ ଦୀର୍ଘ ୨ ବର୍ଷ ପରେ କ୍ଲାସରୁମରେ ବସି ପାଠ ପଢିଛନ୍ତି । ଯେହେତୁ ଶିଶୁ ପୁଣି ନିଜର ସାଧାରଣ ଜୀବନକୁ ଫେରିଛନ୍ତି ଏଭଳି ସମୟରେ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ପ୍ରତି ପିତାମାତା ଅଧିକ ଯତ୍ନବାନ ହେବା ଆବଶ୍ୟକ ।

ପିଲାମାନେ ବହୁ ଦିନ ପରେ ଶିକ୍ଷକ ଓ ସାଙ୍ଗସାଥୀଙ୍କ ମେଳକୁ ଯାଉଛନ୍ତି । ଏଭଳି ସ୍ଥିତିରେ ସେମାନେ ଅନେକ ଜୀବାଣୁର ସଂସ୍ପର୍ଶରେ ମଧ୍ୟ ଆସିବାର ଆଶଙ୍କା ରହିଛି । ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ସେମାନଙ୍କ ଖାଦ୍ୟ ପ୍ରଣାଳୀ ଉପରେ ଅଭିଭାବକ ଧ୍ୟାନ ଦେବା ଜରୁରୀ । ଖାଦ୍ୟରେ ଅନେକ ମୁଖ୍ୟ ପୋଷକ ତତ୍ତ୍ବ ରହିଛି ଯାହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ନିୟନ୍ତ୍ରଣ, ନିର୍ମାଣ ଏବଂ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏହି ପୋଷକ ତତ୍ତ୍ବଗୁଡ଼ିକ ପ୍ରୋଟିନ୍, ଫଳ, ପନିପରିବା, ଦୁଗ୍ଧ, ଲେମ୍ବୁ, ବାଦାମ ଏବଂ ଶସ୍ୟ ପରି ଖାଦ୍ୟରେ ମିଳିଥାଏ । ଅଭିଭାବକମାନେ ଏହାକୁ ଦୈନିକ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନରେ ସାମିଲ କରିବାକୁ ଚିନ୍ତା କରିବା ଉଚିତ ।

  • ଭିଟାମିନ ସି: ବିଭିନ୍ନ ଖାଦ୍ୟରୁ ଭିଟାମିନ ସି ମିଳିଥାଏ । କମଳା ଓ ଲେମ୍ବୁ ପରି ଫଳରେ ଅଧିକ ପରିମାଣରେ ଭିଟାମିନ ସି ରହିଥାଏ । ଏହାସହିତ ବ୍ରୋକଲି, ଫୁଲକୋବି ଓ ଗୋଲମରିଚ ଭଳି ପନିପରିବାରେ ମଧ୍ୟ ଏହାର ପରିମାଣ ଭରପୂର ରହିଥାଏ ।
  • ଭିଟାମିନ ଇ: ଏକ ପ୍ରମୁଖ ଆଣ୍ଟିଅକ୍ସିଡାଣ୍ଟ ଯାହା ସ୍ନାୟୁ ପ୍ରଣାଳୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଏବଂ ଏହା ଏକ ଗୁରୁତ୍ବପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ । ଏହା କୋଷର ବିକାଶରେ ସହାୟକ ହୋଇଥାଏ । ପିଲାମାନଙ୍କ ମଧ୍ୟରେ ଭିଟାମିନ୍ ଇ, ଉଦ୍ଭିଦ ଜାତୀୟ ତେଲ, ବାଦାମ, ମଞ୍ଜି, ପତ୍ର ଏବଂ ସବୁଜ ପନିପରିବାରେ ମିଳିଥାଏ ।
  • ସିଲେନିଅମ: ଶରୀରର ସୁସ୍ଥ କାର୍ଯ୍ୟ ଏବଂ ସୁସ୍ଥ କୋଷଗୁଡିକ ସୁନିଶ୍ଚିତ କରିବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ସହ ଏକ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ । ଏହା ସାଧାରଣତଃ ପନିପରିବାରେ ପ୍ରଚୁର ପରିମାଣରେ ମିଳିଥାଏ । ବିନ୍ସ, ଛତୁ ଏବଂ ସୂର୍ଯ୍ୟମୁଖୀ ମଞ୍ଜି ପରି ଏହା ଖଣିଜ ପଦାର୍ଥର ଉତ୍ତମ ଉତ୍ସ । କୁକୁଡ଼ା ଏବଂ ନିର୍ଦ୍ଦିଷ୍ଟ ସାମୁଦ୍ରିକ ଖାଦ୍ୟରେ ମଧ୍ୟ ଏହା ଭରପୂର ପରିମାଣରେ ରହିଥାଏ ।
  • ଅର୍ଜିନିନ: ଏହା ଏକ ଗୁରୁତ୍ବପୂର୍ଣ୍ଣ ଆମିନୋ ଏସିଡ୍ । ଯାହାକି ଅସ୍ଥିକୁ ସୁଦୃଢ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅର୍ଜିନିନର ଉତ୍ସ ହେଉଛି ଦୁଗ୍ଧଜାତ ଦ୍ରବ୍ୟ, ଆମିଷ ଖାଦ୍ୟ ଓ ବାଦାମ ।
  • ଭିଟାମିନ କେ୨: ଏହା ଏକ ଗୁରୁତ୍ବପୂର୍ଣ୍ଣ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ ଯାହା ହାଡରେ କ୍ୟାଲସିୟମ୍ ପରିବହନ କରିବାରେ ସାହାଯ୍ୟ କରେ । ଶକ୍ତିଶାଳୀ ହାଡ ଗଠନ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ଦୁଗ୍ଧ, ଅଣ୍ଡା ଏବଂ ମାଂସରୁ ଭିଟାମିନ କେ୧୨ ମିଳିଥାଏ ।
  • ଜିଙ୍କ: ଶିଶୁଙ୍କ ବିକାଶ ଏବଂ ପ୍ରତିରକ୍ଷା ପ୍ରଣାଳୀ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ । ଏହା ମାଂସ, କୁକୁଡ଼ା, ସାମୁଦ୍ରିକ ଖାଦ୍ୟ, କ୍ଷୀର, ଶସ୍ୟ, ବିନ୍ସ, ମଞ୍ଜି ଏବଂ ବାଦାମରୁ ମିଳିଥାଏ ।
  • ଆଇରନ: ଏହା ଏକ ଖଣିଜ ପଦାର୍ଥ ଯାହା ଆମ ଶରୀର ଅନେକ କାର୍ଯ୍ୟ ପାଇଁ ଆବଶ୍ୟକ ହୋଇଥାଏ । କାରଣ ଏହା ମାଂସପେଶୀକୁ ଅମ୍ଳଜାନ ସଂରକ୍ଷଣ ଏବଂ ବ୍ୟବହାର କରିବାରେ ସାହାଯ୍ୟ କରେ । ଏହା ଗାଢ ସବୁଜ ପତ୍ରର ପନିପରିବାରେ ମିଳିଥାଏ ଯେପରିକି ଲେମ୍ବୁ, କଖାରୁ ମଞ୍ଜି, ଅଣ୍ଡା, ମାଂସ ।
  • ଆୟୋଡିନ: ଏହା ମଧ୍ୟ ଏକ ଖଣିଜ ପଦାର୍ଥ ଯାହାକି ଥାଏରଡ଼ ହରମୋନ ତିଆରି କରିଥାଏ । ଏହାସହିତ ଶରୀରର ମେଟାବୋଲିଜିମ ପାୱାର ଓ ଅନ୍ୟ କାର୍ଯ୍ୟକଳାପରେ ସାହାଯ୍ୟ କରିଥାଏ । ଏହା ସାମୁଦ୍ରିକ ଖାଦ୍ୟ ଓ ଆୟୋଡାଇଜଡ ଲୁଣରେ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.