ETV Bharat / sukhibhava

କଙ୍ଗାରୁ କେୟାର ଓ ରୁମିଂ ଇନ୍ - newborns care

ମାଆ ଓ ଛୁଆ ମଧ୍ୟରେ ସ୍କିନ ଟୁ ସ୍କିନ କଣ୍ଟାକ୍ଟ ଭାବେ ବି ଜଣାଶୁଣା କଙ୍ଗାରୁ କେୟାର ବା କଙ୍ଗାରୁ ମଦର କେୟାର (କେଏମସି ) । ଏହାଦ୍ବାରା ସଂକ୍ରମଣ ଆଶଙ୍କା ହ୍ରାସ ପାଇଥାଏ ଓ ସମୟ ପୂର୍ବର ନବଜାତକମାନକୁ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରିବାରେ ସହାୟକ ହୋଇଥାଏ ।

ମାଆ ଓ ଛୁଆ ମଧ୍ୟରେ ସ୍କିନ ଟୁ ସ୍କିନ କଣ୍ଟାକ୍ଟ

author img

By

Published : Jan 13, 2021, 9:49 PM IST

Updated : Jan 13, 2021, 10:14 PM IST

କଙ୍ଗାରୁ କେୟାର ବା କଙ୍ଗାରୁ ମଦର କେୟାର (କେଏମସି ) ମାଆ ଓ ଛୁଆ ମଧ୍ୟରେ ସ୍କିନ ଟୁ ସ୍କିନ କଣ୍ଟାକ୍ଟ ଭାବେ ବି ଜଣାଶୁଣା । ଏହି କଙ୍ଗାରୁ କେୟାର ଏକ୍ସକ୍ଲୁସିଭ ବ୍ରେଷ୍ଟ ମିଲ୍କ ଫିଡିଂରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହାଦ୍ବାରା ସଂକ୍ରମଣ ଆଶଙ୍କା ହ୍ରାସ ପାଇଥାଏ ଓ ସମୟ ପୂର୍ବର ନବଜାତକମାନକୁ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରିବାରେ ସହାୟକ ହୋଇଥାଏ ।

ଫଳରେ କମ ଓଜନ ବିଶିଷ୍ଟ ଛୁଆଙ୍କ ସୁସ୍ଥ ହାର ବଢେ । ଏ ପ୍ରସଙ୍ଗରେ ଅଧିକ ତଥ୍ୟ ହାସଲ ପାଇଁ ଇଟିଭି ଭାରତ ସୁଖିଭବ ପକ୍ଷରୁ ହାଇଦ୍ରାବାଦ ବନଜାରା ହିଲ୍ସ ସ୍ଥିତ ରେନବୋ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ଉପଦେଷ୍ଟା ଡକ୍ଟର ନିତାଶା ବଗଗାଙ୍କ ସହ ଆଲୋଚନା କରାଯାଇଥିଲା ।

ନବଜାତ ଛୁଆଙ୍କ ଯତ୍ନ ପାଇଁ କେଏମସି ବା କଙ୍ଗାରୁ ମଦର କେୟାର ହେଉଛି ଏକ ପ୍ରକାର ପଦ୍ଧତି । ଏହି ପଦ୍ଧତିରେ ଛୁଆକୁ ମାଆ ସହ ଛାତିକୁ ଛାତି ଓ ଦେହକୁ ଦେହ ସହ ଲଗାଇ ରଖାଯାଏ । ଏହି ପଦ୍ଧତି ବିଶେଷତଃ ସେହି ନବଜାତକଙ୍କ କ୍ଷେତ୍ରରେ ଅଧିକ ବ୍ୟବହାର କରାଯାଏ, ଯେଉଁମାନେ କି ସମୟ ପୂର୍ବରୁ ଜନ୍ମ ହେବା ସହ କମ୍ ଓଜନର ହୋଇଥାନ୍ତି ।

କମ ଓଜନ ବିଶିଷ୍ଟ ଛୁଆଙ୍କ ସୁସ୍ଥ ହାର ବଢେ
କମ ଓଜନ ବିଶିଷ୍ଟ ଛୁଆଙ୍କ ସୁସ୍ଥ ହାର ବଢେ

ନିଓନାଟାଲ ଇଣ୍ଟେନସିଭ କେୟାର ୟୁନିଟ (ଏନଆଇସିୟୁ )ରେ ଏ ଧରଣର ଛୁଆମାନେ ଭର୍ତ୍ତି ହୋଇଥିବା ବେଳେ ଶରୀରରେ ନିମ୍ନ ତାପମାତ୍ରା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ଥାଏ । ତେଣୁ ସେମାନଙ୍କୁ କେଏମସି ପଦ୍ଧତିରେ ଯତ୍ନ ଦରକାର ପଡେ ।

କଙ୍ଗାରୁ ପରି କିଛି ନିର୍ଦ୍ଦିଷ୍ଟ ସ୍ତନ୍ୟପାୟୀ ପଶୁ ସେମାନଙ୍କ ଛୁଆଙ୍କୁ ଯେଭଳି ଧରି ରଖନ୍ତି, ସେ ଅନୁସାରେ କଙ୍ଗାରୁ କେୟାରର ନାମକରଣ ହୋଇଛି । ୧୯୭୦ରେ ଏହି ପଦ୍ଧତି ବିକଶିତ ହୋଇଥିଲା ।

ଯେଉଁସବୁ ଦେଶଗୁଡିକରେ ପ୍ରିଟର୍ମ ଛୁଆମାନଙ୍କ ପାଇଁ ଇନକ୍ୟୁବେଟର ଉପଲବ୍ଧ ନଥିଲା ବା ନିର୍ଭରେଯାଗ୍ୟ ନ ଥିଲା, ସେହି ଦେଶଗୁଡିକରେ କେଏମସି ପଦ୍ଧତି ପ୍ରଚଳିତ ଥିଲା । ପରେ କେଏମସି ନବଜାତ ଛୁଆଙ୍କ ନିୟମିତ ଯତ୍ନ ପାଇଁ ଏକ ପ୍ରଭାବଶାଳୀ ଶୈଳୀ ଭାବେ ସବୁଆଡେ ପ୍ରଚଳିତ ହେଲା। ବିଶେଷ କରି ଯେଉଁ ଛୁଆମାନଙ୍କ ଓଜନ ଜନ୍ମ ବେଳେ ୨ କେଜି ଗ୍ରାମ ବା ଏହାଠାରୁ କମ୍ ଥାଏ ଓ ଯେଉଁମାନେ ସମୟ ପୂର୍ବରୁ ଜନ୍ମ ହୋଇଥାନ୍ତି, ସେମାନଙ୍କ ଯତ୍ନ ପାଇଁ କଙ୍ଗାରୁ ମଦର କେୟାର ଗୁରୁତ୍ବପୂର୍ଣ୍ଣ ହୋଇଥାଏ ।

ବ୍ରେଷ୍ଟ ମିଲ୍କ ଫିଡିଂରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା

ଛୁଆମାନଙ୍କ କାମରେ କେମିତି ଆସେ କେଏମସି :

-ଏକ୍ସକ୍ଲୁସିଭ ଓ ଦୀର୍ଘକାଳୀନ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରେ

- ଟେମ୍ପ୍ରଚେର କେୟାର ପ୍ରସାର କରେ

- ସଂକ୍ରମଣ ଆଶଙ୍କା ହ୍ରାସ କରେ

- ନିଓନାଟାଲ ଇଣ୍ଟେନସିଭ କେୟାରରେ ଛୁଆଙ୍କ ରହଣି ହ୍ରାସ କରେ

- ନୀରବ ନିଦ୍ରାର ଅବଧି ଓ ନିୟମିତତା ବୃଦ୍ଧି କରେ

- ସେନସରି ସିଷ୍ଟମକୁ ଷ୍ଟିମୁଲେଟ୍ କରେ

-ପ୍ରିଟର୍ମ ଛୁଆଙ୍କ ମଧ୍ୟରେ ନ୍ୟୁରୋଡେଭଲପମେଣ୍ଟାଟାଲ ଫଳାଫଳରେ ଉନ୍ନତି ଆଣେ

କେଏମସି ଦ୍ବାରା ମାଆ କେମିତି ଉପକୃତ ହୁଏ :

-ବ୍ରେଷ୍ଟ ଷ୍ଟିମୁଲେସନ ହୁଏ । ଫଳରେ ଅଧିକ କ୍ଷୀର ହୁଏ

- ମାଆ ଓ ଛୁଆ ମଧ୍ୟରେ ସ୍ନେହ ବଢେ

- ମାଆ ଓ ଛୁଆ ମଧ୍ୟରେ ‘ଜିରୋ ସେପାରେସନ’ ପ୍ରମୋଟ କରେ

- ପ୍ରସବ ପରବର୍ତ୍ତୀ ଯନ୍ତ୍ରଣା ଓ ଅବସାଦ ଦୂର କରେ ଛୁଆମାନଙ୍କୁ ମାଆମାନେ ପଲୁ ବା ବ୍ଲାଉଜରେ ଘୋଡାଇଥାନ୍ତି, ଯାହା ଫଳରେ କି ଛୁଆ ଖାଲି ସ୍ତନକୁ ଶୋଷିବ । ଏହାକୁ ଇଂରାଜୀରେ ନନ୍ -ନ୍ୟୁଟ୍ରିଟିଭ ସକିଙ୍ଗ୍ –ଏନଏନଏସ ବୋଲି କୁହାଯାଏ । ଏହା ଏକ ଶୈଳୀ,ଯେଉଁଠି ପ୍ରିଟର୍ମ ଛୁଆ କ୍ଷୀର ନଥିଲେ ବି ସ୍ତନ୍ୟପାନ କରିଥାଏ । ସାଧାରଣତଃ ଏହି ଏନଏନଏସ ଓ କେଏମସି ଏକାଠି ଅଭ୍ୟାସ କରାଯାଇଥାଏ ।

ଜନ୍ମରୁ କମ ଓଜନ ଥିବା ଛୁଆକୁ ତ କ୍ଷୀର ଶୋଷିବାରେ ଅସୁବିଧା ହେବ । ତାକୁ ସିଧାସଳଖ ବ୍ରେଷ୍ଟମିଲ୍କ ଦେଇ ହେବନାହିଁ । ତେଣୁ ଖାଲି ସ୍ତନକୁ ଛୁଆ ପାଟିରେ ପୁରାଯାଏ । ନନ୍ ନ୍ୟୁଟ୍ରିଟିଭ ସକିଂ –ଏନଏନଏସ ପାଇଁ ଏହା କରାଯାଏ । ମାଆ ଯଦି ରାଜି ଓ ଆତ୍ମବିଶ୍ବାସୀ, ତାହାହେଲେ ଦେଢ କେଜିରୁ ଦୁଇ କେଜି ବିଶିଷ୍ଟ ଛୁଆମାନଙ୍କୁ ଡାଇରେକ୍ଟ ବ୍ରେଷ୍ଟ ଫିଡିଂ ପାଇଁ ପ୍ରୋତ୍ସାହିତ କରାଯାଇପାରିବ । ବର୍ତମାନ କଙ୍ଗାରୁ ମଦର କେୟାର ବା କେଏମସି ଭାରତର ସବୁ ଅଞ୍ଚଳରେ ପ୍ରୟୋଗ କରାଯାଉଛି ।

Last Updated : Jan 13, 2021, 10:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.