ETV Bharat / sukhibhava

ମହାମାରୀ ଶିଶୁଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଉଛି କି ?

କୋରୋନା ମହାମାରୀ ଶିଶୁଙ୍କ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଉଛି । ଗବେଷଣାରୁ ଜଣାପଡ଼ିଛି ଯେ ମହାମାରୀ ପୂର୍ବରୁ ଜନ୍ମ ନେଇଥିବା ଶିଶୁଙ୍କ ତୁଳନାରେ ମହାମାରୀ କାଳରେ ଜନ୍ମିତ ଶିଶୁ କମ ଚତୁର ହେଉଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ମହାମାରୀ ଶିଶୁଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଉଛି କି ?
ମହାମାରୀ ଶିଶୁଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଉଛି କି ?
author img

By

Published : Jan 15, 2022, 4:58 PM IST

ହାଇଦ୍ରାବାଦ: କୋରୋନା ମହାମାରୀ ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିବାବେଳେ ପିଲାମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି । ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ମହାମାରୀ କେବଳ ପିଲାମାନଙ୍କୁ ସେମାନଙ୍କର ଖେଳ ସମୟ ଏବଂ ସାମାଜିକ କଥାବାର୍ତ୍ତା ଆଦିକୁ ଛଡ଼ାଇ ନେଉନାହିଁ, ବରଂ ସେମାନଙ୍କର ଯୋଗାଯୋଗ ଦକ୍ଷତା ଉପରେ ମଧ୍ୟ ପ୍ରଭାବ ପକାଇଛି ।

ଏହା ଉପରେ ଅଧିକ ଗବେଷଣା କରିଛନ୍ତି ନ୍ୟୁୟର୍କ କଲମ୍ବିଆ ବିଶ୍ବବିଦ୍ୟାଳୟ ଓ ନ୍ୟୁୟର୍କ-ପ୍ରେଜବାଇଟେରିଆନ ମୋର୍ଗାନ ସ୍ଟାନଲେ ଚିଲଡ୍ରେନ୍ସ ହସ୍ପିଟାଲର କିଛି ବିଶେଷଜ୍ଞ । କୋରୋନା ମହାମାରୀ ସମୟରେ ଓ ଏହାର ପୂର୍ବରୁ ଜନ୍ମ ନେଉଥିବା ଶିଶୁଙ୍କ ସ୍ନାୟୁର ବିକାଶ ଉପରେ ସେମାନେ ଗବେଷଣା କରିଛନ୍ତି । ତେବେ ଗବେଷଣାରୁ ଜଣାପଡ଼ିଛି ଯେ କୋରୋନା ମହାମାରୀ କାଳରେ ଜନ୍ମ ନେଉଥିବା ନବଜାତଙ୍କ ମସ୍ତିଷ୍କ ମହାମାରୀ ପୂର୍ବରୁ ଜନ୍ମ ନେଉଥିବା ନବଜାତଙ୍କ ମସ୍ତିଷ୍କ ତୁଳନାରେ ଅଧିକ ଚତୁର ନଥିବା ଜଣାପଡ଼ିଛି । (ଉଭୟ ଗ୍ରୁପର ଶିଶୁଙ୍କ ପିତାମାତାଙ୍କୁ ପଚରା ଉଚୁରା କରିବା ପରେ ମିଳିଛି ନିଷ୍କର୍ସ) ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେମାନଙ୍କର ପିତାମାତା ମହାମାରୀ ଦ୍ବାରା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ରିପୋର୍ଟରେ କୁହାଯାଇଛି ଯେ ମହାମାରୀ ପାଇଁ ଲାଗୁ କରାଯାଇଥିବା ଲକଡାଉନ୍ ଅନେକ ପରିବାରକୁ ପୃଥକ କରିଦେଇଛି । ଫଳରେ ଶିଶୁମାନେ ଖେଳି ପାରୁନଥିବା ବେଳେ ସେମାନଙ୍କ ସାମାଜିକ କଥାବାର୍ତ୍ତା ଲୋପ ପାଇଛି । ଘର ଭିତରେ ବହୁ ସମୟ ଧରି ଆବଦ୍ଧ ହୋଇ ରହୁଥିବା ବେଳେ ସେମାନଙ୍କ ସାମାଜିକ ଯୋଗାଯୋଗ ଉପରେ ପ୍ରଭାବ ପଡ଼ିଛି । ଯାହାକି ସିଧାସଳଖ ଭାବେ ସେମାନଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଉଛି ।

ଆଉ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଅଧିକ ରୋଜଗାର ନଥିବା ପରିବାରର ଶିଶୁ ଓ ଝିଅଙ୍କ ତୁଳନାରେ ପୁଅମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି । ଯେତେଦିନ ପର୍ଯ୍ୟନ୍ତ ମହାମାରୀ ରହିବ ସେହି ଅନୁସାରେ ଶିଶୁଙ୍କ ମସ୍ତିଷ୍କ ପ୍ରଭାବିତ ହେବ ବୋଲି ଜଣାପଡ଼ିଛି । ଏହାସହିତ ଗର୍ଭ ଧାରଣ ସମୟରେ ମା' ଚିନ୍ତାରେ ରହିଲେ ଏହା ଶିଶୁର ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । କାନାଡ଼ାର କାଲଗାରି ୟୁନିଭର୍ସିଟି ୮ ହଜାର ଗର୍ଭବତୀଙ୍କୁ ନେଇ ଗବେଷଣା କରିଥିଲା ।

ଏହା ବି ପଢନ୍ତୁ: ଆପଣ ଶୀତବସ୍ତ୍ର ସହ କମ୍ବଳ ଘୋଡ଼େଇ ଶୋଉଛନ୍ତି କି ? ହୋଇପାରେ ହାନିକାରକ

ତେବେ ଉକ୍ତ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ମହିଳାମାନେ ଗର୍ଭଧାରଣ ସମୟରେ ଅବସାଦଗ୍ରସ୍ତ, ବିବ୍ରତ କିମ୍ବା ଚିନ୍ତାରେ ରହିଥାନ୍ତି ସେମାନଙ୍କ ଶିଶୁର ମସ୍ତିଷ୍କରେ ଥିବା amygdala(ମଣିଷ ଶରୀରରେ ବିଭିନ୍ନ ପ୍ରକାର ଭାବପ୍ରବଣତା ପ୍ରକାଶ ପାଇଁ ଦାୟୀ ଥିବା ଅଙ୍ଗ) ଉପରେ ପ୍ରଭାବ ପକାଇଥାଏ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.