ETV Bharat / sukhibhava

International Youth Day: ବଦଳିଛି ଯୁବପିଢିଙ୍କ ରୁଚି, ଏହି ବିଷୟ ଉପରେ ରହୁଛି ଅଧିକ ଧ୍ୟାନ

author img

By

Published : Aug 12, 2023, 6:31 AM IST

Updated : Aug 12, 2023, 7:10 AM IST

ବିଶ୍ବର ମୋଟ ଜନସଂଖ୍ୟାକୁ ଦେଖିଲେ ଯୁବପିଢିଙ୍କ ସଂଖ୍ୟା ସବୁଠାରୁ ଅଧିକ । ରାଜ୍ୟ, ଦେଶ ଓ ବିଶ୍ବର ବିକାଶ ପାଇଁ ଯୁବ ବିକାଶ ନିତାନ୍ତ ଜରୁରୀ । ଅଧିକ ପଢନ୍ତୁ

International Youth Day
International Youth Day

ହାଇଦ୍ରାବାଦ: ପ୍ରଥମେ 1999 ମସିହା ଅଗଷ୍ଟ 12 ତାରିଖ ଦିନ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଇଥିଲା । ମିଳିତ ଜାତିସଂଘ ସାଧାରଣ ସଭାର ସୁପାରିଶ ପରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଇଥିଲା। ଯୁବ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଘଟଣାଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଯୁବକମାନଙ୍କ ମତାମତ ନେଇ ଆଲୋଚନା କରିବା ସହିତ ଭବିଷ୍ୟତର ଉନ୍ନତି ପାଇଁ ପ୍ରୟାସ କରିବା ।

1965 ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ଯୁବକମାନଙ୍କ ମଧ୍ୟରେ ଶାନ୍ତି, ପାରସ୍ପରିକ ସମ୍ମାନ ଏବଂ ଅନ୍ତର୍ଜାତୀୟ ବୁଝାମଣାର ଆଦର୍ଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ କାର୍ଯ୍ୟ ଆରମ୍ଭ କରିଥିଲା । ଡିସେମ୍ବର 17, 1999ରେ ମିଳିତ ଜାତିସଂଘ ସାଧାରଣ ସଭାର ସୁପାରିଶ କ୍ରମେ ଅନ୍ତର୍ଜାତୀୟ ଯୁବ ସମ୍ମିଳନୀ ପ୍ରତିଷ୍ଠା କରାଯାଇଥିଲା । ସେହିଦିନ ପରଠାରୁ 12 ଅଗଷ୍ଟକୁ ଅନ୍ତର୍ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ସମାଜକୁ ଶିକ୍ଷିତ କରିବା, ଯୁବକମାନଙ୍କୁ ରାଜନୈତିକ କ୍ଷେତ୍ରରେ ଏକତ୍ରିତ କରିବା ଏବଂ ବିଶ୍ବସ୍ତରୀୟ ସମସ୍ୟାର ମୁକାବିଲା ପାଇଁ ଏହି ଦିନ ପାଳନ କରାଯାଏ ।

ମିଳିତ ଜାତିସଂଘ ପ୍ରତିବର୍ଷ ଅନ୍ତର୍ଜାତୀୟ ଯୁବ ଦିବସ ପାଇଁ ଏକ ଥିମ୍ ଚୟନ କରିଥାଏ । ଏହି ଥିମ୍ ଉପରେ ଆଧାର କରି ବିଶ୍ବର ବିଭିନ୍ନ ସ୍ଥାନରେ ଏହି ଦିନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଅନ୍ତର୍ଜାତୀୟ ଯୁବ ଦିବସ 2023 ଆନୁଷ୍ଠାନିକ ଭାବରେ ଏକ ବିଶ୍ୱସ୍ତରୀୟ ୱେବିନିନର୍ ଦ୍ୱାରା DESA UN Global Initiative on Decent Jobs for Youth and Generation Unlimited ଦ୍ୱାରା ଆୟୋଜିତ ହେବ।

ଏହା ମଧ୍ୟ ପଢନ୍ତୁ: Nagasaki Day: ଧ୍ୱଂସ ହୋଇଥିଲା ଜାପାନ, ବିଶ୍ବ ଦେଖିଥିଲା ବିନାଶର ଭୟଙ୍କର ଚିତ୍ର

ଆଜିର ଯୁଗରେ ସୋସିଆଲ ମିଡିଆ କେବଳ ଯୁବକମାନଙ୍କ ପାଇଁ ବନ୍ଧୁତ୍ୱା ପାଇଁ ନୁହେଁ ବରଂ ସୂଚନା ପାଇଁ ମଧ୍ୟ ବ୍ୟବହାର କରାଯାଏ। ତେଣୁ ଯୁବ ସମାଜ ବହୁତ ପରିବର୍ତ୍ତନ ହେଉଛି। ଆଜି ଯୁବ ଦିବସ ଅବସରରେ ଏହି ବିଷୟରେ ଜାଣନ୍ତୁ

  1. ସୂଚନା ପାଇଁ ସୋସିଆଲ ମିଡିଆର ବ୍ୟବହାର: ସୋସିଆଲ ମିଡିଆ ହେଉଛି ଏକ ସାଧନ ଯେଉଁଥିରେ ଯୁବକମାନଙ୍କର ଏକ ବିଶେଷ ଆଗ୍ରହ ରହିଛି। ସେମାନଙ୍କ ପାଇଁ ସୋସିଆଲ ମିଡିଆ କେବଳ ବନ୍ଧୁତା କିମ୍ବା ଟାଇମ ପାସ୍ ପରିବର୍ତ୍ତେ ସୂଚନାର ମୂଳ ଉତ୍ସ ହୋଇପାରିଛି । ଏକ ଅଧ୍ୟୟନ ଅନୁଯାୟୀ ଅଧିକାଂଶ ଯୁବକ କହିଛନ୍ତି ଯେ, ସୋସିଆଲ ମିଡିଆ ସେମାନଙ୍କ ପାଇଁ ଖବର ସଂଗ୍ରହ କରିବାର ମାଧ୍ୟମ ଅଟେ । ଅନେକେ ସୋସିଆଲ ମିଡିଆକୁ ବନ୍ଧୁତ୍ୱର ମାଧ୍ୟମ ଭାବରେ ବିଚାର କରୁଛନ୍ତି ।
  2. କ୍ୟାରିୟର ଉପରେ ଯୁବକମାନଙ୍କ ବିଶେଷ ଧ୍ୟାନ: ଯୁବ ସମାଜ କ୍ୟାରିଅରକୁ ପ୍ରଥମ ପ୍ରାଥମିକତା ଦେଉଛନ୍ତି ।
  3. ସ୍ବାସ୍ଥ୍ୟକୁ ନେଇ ମଧ୍ୟ ଚିନ୍ତିତ: ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଯତ୍ନବାନ ରହିଛନ୍ତି । ଜିମ୍ କିମ୍ବା ହେଲଥ୍ କ୍ଲବ୍ ଅପେକ୍ଷା ଘରେ ନିୟମିତ ବ୍ୟାୟାମରେ ଅଧିକ ବିଶ୍ୱାସ କରନ୍ତି ।

Last Updated : Aug 12, 2023, 7:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.