ହାଇଦ୍ରାବାଦ: 18 ଜୁନରେ ଅନ୍ତରାଷ୍ଟ୍ରୀୟ ପାନିକ ଡେ ପାଳନ କରାଯାଏ। ପାନିକ ପରିସ୍ଥିତି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଦିନ ଅଟେ। ଶାନ୍ତ ରହିବାକୁ ଚେଷ୍ଟା କରିବା ଏବଂ ଚିନ୍ତାରୁ କିଭଳି ମୁକ୍ତି ପାଇବେ ତାହା ଶିଖିବା ପାଇଁ ଏହି ଦିନ ପାଳନ କରାଯାଏ।
ଆମେ ସମସ୍ତେ ନର୍ଭସ ହୋଇ ଆମ ଜୀବନର କିଛି ସମୟରେ ଚିନ୍ତା ଅନୁଭବ କରୁ। ଆତଙ୍କ ଏକ ଅତ୍ୟନ୍ତ ଅପ୍ରୀତିକର ଅନୁଭବ ଯାହା ଦୁଃଖଦାୟକ, କଷ୍ଟଦାୟକ ଏବଂ ଭୟଭୀତ ପରିଣାମ ମଧ୍ୟ ଦେଇପାରେ। ଏହି ପାନିକ ଡେ ଅପ୍ରତ୍ୟାଶିତ ପାନିକ ଏପିସୋଡ୍ ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ। ଆଜି ସମସ୍ତଙ୍କ ପାଇଁ ଚିନ୍ତା କରିବାର ଦିନ ଅଟେ। ଆଜି ସମସ୍ତେ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ଗୋଟିଏ ଦିନ ଛୁଟି ନେବା ଉଚିତ। ଏହାସହ ମଜାଦାର ଛୁଟିର ଆନନ୍ଦ ନେବା ଉଚିତ।
ଅନ୍ତରାଷ୍ଟ୍ରୀୟ ପାନିକ ଦିବସର ଇତିହାସ: ଅନ୍ତରାଷ୍ଟ୍ରୀୟ ପାନିକ ଦିବସ ହେଉଛି ଏକ ନକଲି ଛୁଟିଦିନ ଯାହା ଲୋକମାନଙ୍କୁ ଅନୁଭବ କରିବା ପାଇଁ ହୋଇଥାଏ। ଜୀବନ କେତେ ଚାପଗ୍ରସ୍ତ ହୋଇଯାଇଛି, ସେ ବିଷୟରେ ଚିନ୍ତା କରିବାର ଦିନ ଅଟେ। ଏହାସହ ଚାପ ବିଷୟରେ ସଚେତନତା ସୃଷ୍ଟି କରିଥାଏ। ପାନିକ ଡେ ହେଉଛି ଏକମାତ୍ର ଛୁଟିଦିନ ଯାହା ଦ୍ୱନ୍ଦ୍ୱପୂର୍ଣ୍ଣ ମନେହୁଏ, ଦିନଟି ମଜା କରିବା ଏବଂ ଜୀବନକୁ ପୂର୍ଣ୍ଣ ଉପଭୋଗ କରିବାର ଦିନ ଅଟେ।
ପାନିକ ଆଟାକର ଲକ୍ଷଣ:
ପାନିକ ହେଉଛି ଏକ ମାନସିକ ରୋଗ, ଯେଉଁଥିରେ ରୋଗୀ ଭୟଭୀତ ହୋଇଯାଏ। ଫଳସ୍ୱରୂପ, ଶରୀରର ସିଷ୍ଟମ ମଧ୍ୟ ବିଚଳିତ ହୁଏ। ରୋଗୀ ଅନୁଭବ କରେ ଯେ ତାଙ୍କ ଶରୀର ଅନେକ ରୋଗରେ ପୀଡିତ। କିନ୍ତୁ ସତ୍ୟ ଏହାର ବିପରିତ ଅଟେ। ପାନିକ ଆଟାକ ସାଧାରଣତଃ ଏପରି ପରିସ୍ଥିତିରେ ଘଟେ ଯେତେବେଳେ ଜଣେ ବ୍ୟକ୍ତିର ଭୟ ଏବଂ ଅଧିକ ଚିନ୍ତାଗ୍ରସ ହୋଇଥା। ଏପରି ପରିସ୍ଥିତିରେ, ଜଣେ ବ୍ୟକ୍ତି ଅସହାୟ ହେଲା ଭଳି ମନେ ହୋଇଥାଏ। ଯଦି ଏଭଳି ସ୍ଥିତି ଲାଗିରୁହେ ତାହାଲେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ଅଟେ।
- ନିଶ୍ବାସପ୍ରଶ୍ବାସର ଅସୁବିଧା
- ଅଧିକ ଝାଳ ବାହାରିବା
- ମୁଣ୍ଡ ବିନ୍ଧା
- ଶରୀର କମ୍ପି ଉଠିବା
- ବାରମ୍ବାର ପେଟ ଖରାପ ହେବା
- ମୁଣ୍ଡ ବୁଲାଇବା
- ସବୁବେଳେ ମୃତ୍ୟୁର ଡର ରହିବା
- ସତ୍ୟକୁ ଗ୍ରହଣ କରିନପାରିବା
- ସ୍ମରଣ ଶକ୍ତି ହରାଇବା
ପାନିକ ଆଟାକ ପରେ କିଭଳି ଶାନ୍ତ ରହିବେ:
ଦିର୍ଘ ନିଶ୍ବାସ ନିଅନ୍ତୁ: ଯେତେବେଳେ ତୁମେ ଭୟଭୀତ ହୋଇଯିବେ ସେତେବେଳେ ମନ ଏବଂ ଶରୀରରକୁ ଶାନ୍ତ କରିବା ପାଇଁ ଦୀର୍ଘ ନିଶ୍ବାସ ନେବା ଆବଶ୍ୟକ।
ବ୍ୟାୟାମ କରନ୍ତୁ: ବ୍ୟାୟାମ ପାନିକ ଆଟାକକୁ ରୋକିବାରେ ସାହାଯ୍ୟ କରିଥାଏ। ଶାରୀରିକ କାର୍ଯ୍ୟକଳାପ ଚାପକୁ ହ୍ରାସ କରିଥାଏ, ଶରୀରକୁ ଆରାମ ଦେଇଥାଏ ଏବଂ ମନୋବଳକୁ ଦୃଢ କରିଥାଏ।
ମାନସିକ ବ୍ୟାୟାମ: କୌଣସି କଥାକୁ ନଭାବି ମନକୁ ଥଣ୍ଡା ରଖିବା ଉଚିତ। ଏହା ଯୋଗ ଦ୍ବାରା ସମ୍ଭବ ହୋଇଥାଏ।
ମାଂସପେଶୀ ଆରାମଦାୟକ ପଦ୍ଧତି ଆପଣାନ୍ତୁ: ଯେତେବେଳେ ତୁମକୁ ପାନିକ ଆଟାକ ହେଲାଭଳି ଲାଗୁଛି, ସେତେବେଳେ ଟେନସନ ନନେଇ ମାଂସପେଶୀକୁ କିଛି ସମୟ ପାଇଁ ଟାଣି ରଖନ୍ତି। ଏହା ଶରୀରକୁ ଆରାମ ଏବଂ ମାଂସପେଶୀକୁ ଫ୍ଲେକ୍ସ କରିବାରେ ସାହାଯ୍ୟ କରିଥାଏ।
କୌଣସି ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ: କୌଣସି ବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାନିକ ଆଟାକରୁ ବର୍ତ୍ତିବା ପାଇଁ ସାହାଯ୍ୟ କରିଥାଏ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ