ହାଇଦ୍ରାବାଦ: ଆଲୋଭେରାକୁ ସାଧାରଣତଃ ସୌନ୍ଦର୍ଯ୍ୟ ପାଇଁ ସମସ୍ତେ ବ୍ୟବହାର କରିଥାଆନ୍ତି । ପ୍ରାୟତଃ ଏହାକୁ ସ୍କିନ୍ରେ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହାକୁ ଦାନ୍ତ ସଫାରେ ମଧ୍ୟ ବ୍ୟବହାର କରାଯାଇଥାଏ । ସକାଳୁ ଉଠିବା ମାତ୍ରେ ସମସ୍ତେ ଦାନ୍ତ ସଫା କରିବା ପାଣି ପେଷ୍ଟର ବ୍ୟବହାର କରିଥାନ୍ତି । କିନ୍ତୁ ଏହା ବଦଳରେ ଆପଣ ଆଲୋଭେରା ଜେଲକୁ ମଧ୍ୟ ବ୍ୟବହାର କରିପାରିବେ । ଆଲୋଭେରା ଜେଲ ଲଗାଇଲେ ଦାନ୍ତ ପାଇଁ ଗୋଟିଏ ନୁହେଁ ଅନେକ ଲାଭ ମିଳିଥାଏ । ଆଲୋଭେରା ଜେଲ୍ରେ ବ୍ରସ୍ କରିବା ଦ୍ବାରା କେଉଁ ସବୁ ସୁବିଧା ମିଳିଥାଏ ଜାଣନ୍ତୁ...
ହଳଦିଆ ରଙ୍ଗ ଦୂର ହୁଏ: ଦାନ୍ତ ହଳିଦିଆ ହୋଇଯିବା ଏକ ସାଧାରଣ କଥା । ଲୋକଙ୍କ ବେପରୁଆ ଦାନ୍ତ ଘଷିବା ଅଭ୍ୟାସ ଯୋଗୁଁ ଦାନ୍ତ ହଳଦିଆ ପଡିବା ଆରମ୍ଭ ହୋଇଥାଏ। ଏହାପରେ ଲୋକଙ୍କୁ ହସିବା ପାଇଁ ଇଚ୍ଛା ହୋଇନଥାଏ । ହସରେ ଗ୍ରହଣ ଲାଗିଲା ଭଳି ମନେ ହୋଇଥାଏ । ଯଦି ଦାନ୍ତରୁ ହଳଦିଆ ରଙ୍ଗ ହଟାଇବା ପାଇଁ ଚାହୁଁଛନ୍ତି, ତାହାଲେ ପେଷ୍ଟ ବଦଳରେ ଆଲୋଭେରା ଜେଲ୍ ବ୍ୟବାହର କରିପାରିବେ । ଏଥିରେ ବ୍ରସ୍ କରିବା ଦ୍ବାରା 7 ଦିନ ପରେ ଦାନ୍ତରୁ ହଳଦିଆ ରଙ୍ଗ ଦୂର ହୋଇଥାଏ ।
ସଂକ୍ରମଣରୁ ରକ୍ଷା: ଆଲୋଭେରା ଜେଲ୍ କେବଳ ଚର୍ମକୁ ସଂକ୍ରମଣରୁ ରକ୍ଷା କରେ ତାହା ନୁହେଁ ବରଂ ଏହା ପାଟିକୁ ଅନେକ ପ୍ରକାରର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ କେବଳ ଦାନ୍ତ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ ନାହିଁ, ଏହାସହ ଜିଭ, କଳ ଏବଂ ପାଟିକୁ ସଂକ୍ରମଣ ଦାଉରୁ ରକ୍ଷା କରିଥାଏ ।
ଧଳା ଜିଭ ପାଇଁ ସହାୟକ : ଜିଭରେ ଅନେକ କାରଣରୁ ଧଳାସ୍ତର ହୋଇଥାଏ । ଯାହାକୁ ମୁଖର ସୌନ୍ଦର୍ଯ୍ୟକୁ ନଷ୍ଟ କରିବା ସହ ବେଳେବେଳେ ପାଟିରୁ ଏକ ପ୍ରକାର ଦୁର୍ଗନ୍ଧ ବାହାରିଥାଏ । ଅନେକ ସମୟରେ ପାଟିର ସ୍ବାଦ ମଧ୍ୟ ବଦଳିଯାଇଥାଏ । ଏହି କ୍ଷେତ୍ରରେ ଆଲୋଭେରା ଜେଲର ବ୍ୟବାହାର ଗୁରୁତ୍ବ ବହନ କରିଥାଏ । ଏଥିରେ ଏଭଳି ଆଣ୍ଟି ଫଙ୍ଗଲ୍ ଏଜେଣ୍ଚ ରହିଛି, ଯାହାକି ଜିଭରୁ ଧଳା ସ୍ତର ହଟାଇବାରେ ସାହାଯ୍ୟ କରିଥାଏ ।
ପାଟି ଦୁର୍ଗନ୍ଧରୁ ମୁକ୍ତି: କିଛି ବ୍ୟକ୍ତିଙ୍କର ଦାନ୍ତ ଘଷିବା ପରେ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଏହି କ୍ଷେତ୍ରରେ ଆପଣ ଆଲୋଭେରା ଜେଲ୍କୁ ବ୍ୟବହାର କରିପାରିବେ । ଏହାଦ୍ବାରା ପାଟିରୁ ଦୁର୍ଗନ୍ଧ ଦୂରହେବା ସହ ଦାନ୍ତ ମଧ୍ୟ ଧଳା ହୋଇଥାଏ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ପାଟିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରଖିବାରେ ସାହାଯ୍ୟ କରିଥାଏ ।
ବିଦ୍ର: ଏହି ଖବର ସାଧାରଣ ସୂଚନା ଉପରେ ଆଧାରିତ। ଆପଣ ଏହାକୁ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ