ହାଇଦ୍ରାବାଦ: ପ୍ରତିବର୍ଷ ଭାରତରେ ପ୍ରାୟ 2.5 କୋଟି ଶିଶୁ ଜନ୍ମ ନେଇଥାଆନ୍ତି । କିନ୍ତୁ ଜନ୍ମ ସହିତ ମୃତ୍ୟୁହାର ମଧ୍ୟ ଅଧିକ ରହିଥାଏ । ରିପୋର୍ଟ ଅନୁସାରେ, ପ୍ରତି ମିନିଟ୍ରେ ଜଣେ ଶିଶୁର ମୃତ୍ୟୁ ହୋଇଥାଏ । ଗର୍ଭାବସ୍ଥାରେ 46 ପ୍ରତିଶତ ଶିଶୁଙ୍କର ମୃତ୍ୟୁ ହେଉଥିବା ବେଳେ 40 ପ୍ରତିଶତ ପ୍ରସବ ସମୟରେ କିମ୍ବା ଜନ୍ମ ହେବାର 24 ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଥାଏ। ତେବେ ଏହି ଶିଶୁ ମୃତ୍ୟୁ ପଛରେ ଅନେକ କାରଣ ଅଛି । ସମୟ ପୂର୍ବରୁ ଜନ୍ମ ହେବା, ଜନ୍ମ ପରେ ସଂକ୍ରମଣ ଏବଂ ଜନ୍ମଜାତ ବିକୃତି ଶିଶୁ ମୃତ୍ୟୁ ପାଇଁ ଦାୟୀ ଅଟେ । ଶିଶୁ ମୃତ୍ୟୁରେ ରୋକ୍ ଲଗାଇବାକୁ ଲୋକଙ୍କୁ ସଚେତନ କରାଇବା ଏବଂ ଶିଶୁର ଉପଯୁକ୍ତ ଯତ୍ନ ନେଇ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର 7 ତାରିରକୁ ଶିଶୁ ସୁରକ୍ଷା ଦିବସ ଭାବେ ପାଳନ କରାଯାଏ ।
ଶିଶୁ ସୁରକ୍ଷା ଦିବସର ଇତିହାସ: 1990 ମସିହାରେ ବିଶ୍ବ ସ୍ତରରେ 5 ନିୟୁତରୁ ଅଧିକ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁ ପଛରେ ଅନେକ କାରଣ ରହିଥିଲା। ସେହି ସମୟରେ ଦାରିଦ୍ରତା, ଶିକ୍ଷାର ଅଭାବ, ଶୀଘ୍ର ବିବାହ, ଔଷଧର ଅଭାବ, ମା' ଏବଂ ଶିଶୁର ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଅଭାବ ଏବଂ ଟିକାକରଣର ଅଭାବ ଯୋଗୁଁ ଶିଶୁ ମୃତ୍ୟୁ ହାର ବୃଦ୍ଧି ପାଉଥିଲା। ସମସ୍ତ ଦେଶ ଅପେକ୍ଷା ଭାରତରେ ଶିଶୁ ମୃତ୍ୟୁହାର ଅଧିକ ରହିଛି । ତେବେ ଏହା ପରେ 1990 ଦଶକରେ ବିଶ୍ବର ଅନେକ ଦେଶ ମିଳିତ ଭାବରେ ଶିଶୁ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଏବଂ ଶିଶୁ ମୃତ୍ୟୁହାର (IMR) ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଉଦ୍ଦେଶ୍ୟ ପୂରଣ କରିବା ପାଇଁ ୟୁରୋପୀୟ ଦେଶମାନେ ପ୍ରଥମେ ଶିଶୁ ସୁରକ୍ଷା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ନଭେମ୍ବର 7ରେ ଆମେରିକା ସମେତ ଅନ୍ୟ ଦେଶରେ ଶିଶୁ ସୁରକ୍ଷା ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ନବଜାତ ଶିଶୁ ଏବଂ ମାଆମାନଙ୍କୁ ରୋଗମୁକ୍ତ ରଖିବା ପାଇଁ ଏକ ସୁସ୍ଥ ପ୍ରତିରକ୍ଷା ପ୍ରଣାଳୀ ବିକାଶ ସହିତ ଅନ୍ୟାନ୍ୟ ପଦକ୍ଷେପ ନେବା ଏହି ଦିବସ ପାଳନର ଉଦ୍ଦେଶ୍ୟ ଅଟେ।
IMR କଣ ?: ଶିଶୁ ମୃତ୍ୟୁହାରକୁ ଆଇଏମଆର କୁହାଯାଏ । ଜନ୍ମର ଏକ ବର୍ଷ ଭିତରେ ପ୍ରତି 1000 ଛୁଆରେ ହୋଇଥିବା ମୃତ୍ୟୁକୁ ଶିଶୁ ମୃତ୍ୟୁ ହାର କୁହାଯାଇଥାଏ ।
ଏହା ମଧ୍ୟ ପଢନ୍ତୁ: Infant protection day: ଆଜିର ଶିଶୁ କାଲିର ଭବିଷ୍ୟତ
- ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ(2019-21)
- 18 ବର୍ଷରୁ କମ ବୟସରେ ବିବାହ କରିଥିବା ମହିଳାଙ୍କ ହାର 23.3 ପ୍ରତିଶତ ।
- 15ରୁ 49 ବର୍ଷ ବୟସ୍କ ମହିଳାଙ୍କ ମଧ୍ୟରେ ସାକ୍ଷରତା ହାର 71.5 ।
- ମହିଳାମାନଙ୍କ ମଧ୍ୟରେ ଶିଶୁଙ୍କ ପ୍ରଜନନ ହାର 2.0 ପ୍ରତିଶତ ଅଟେ ।
- 1000ଙ୍କ ମଧ୍ୟରେ ନବଜାତକ ମୃତ୍ୟୁ ହାର 24.9 ପ୍ରତିଶତ ।
- 5 ବର୍ଷରୁ କମ୍ 1000 ଶିଶୁଙ୍କ ମଧ୍ୟରେ ମୃତ୍ୟୁହାର 41.9 ପ୍ରତିଶତ ଅଟେ ।
ଶିଶୁଙ୍କ ସୁରକ୍ଷା କିଭଳି କରିବେ:
- ଶୋଇବା ସ୍ଥାନକୁ ସୁରକ୍ଷିତ ରଖିବା
- ପୃଷ୍ଟିକର ଆହାର ସେବନ
- ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବା
- ନିୟମିତ ସ୍ବାସ୍ଥ୍ୟର ଯାଞ୍ଚ
- ଶିଶୁର ଶରୀରର ତାପମାତ୍ରା ପ୍ରତି ଧ୍ୟାନ ଦେବା
- ଛୁଆଙ୍କ ଆଖପାଖରେ ଧୂମ୍ରପାନ କରିବାରୁ ବର୍ତ୍ତିବା
- ସଠିକ ସମୟରେ ଟିକାକରଣ କରିବା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ