ETV Bharat / sukhibhava

IIL ପ୍ରସ୍ତୁତ କରିଥିବା ମିଳିମିଳା-ରୁବେଲା ଟିକାକୁ ଅନୁମୋଦନ

author img

By

Published : Mar 28, 2023, 10:35 AM IST

ଅଗ୍ରଣୀ ଟିକା ଉତ୍ପାଦନକାରୀ ସଂସ୍ଥାନ, ଇଣ୍ଡିଆନ୍ ଇମ୍ୟୁନୋଲୋଜିକାଲ୍ ଲିମିଟେଡ୍(ଆଇଆଇଏଲ୍) ପ୍ରସ୍ତୁତ କରିଥିବା ମିଳିମିଳା-ରୁବେଲା ଟିକାକୁ ମିଳିଲା ଅନୁମୋଦନ । ଅଧିକ ପଢନ୍ତୁ

measles-rubella vaccine
measles-rubella vaccine

ହାଇଦ୍ରାବାଦ: ମିଳିମିଳା ଓ ରୁବେଲା ପ୍ରତିହତ କ୍ଷେତ୍ରରେ ଭାରତୀୟ ଚିକିତ୍ସା କ୍ଷେତ୍ରକୁ ସଫଳତା । ଅଗ୍ରଣୀ ଟିକା ଉତ୍ପାଦନକାରୀ ସଂସ୍ଥାନ, ଇଣ୍ଡିଆନ୍ ଇମ୍ୟୁନୋଲୋଜିକାଲ୍ ଲିମିଟେଡ୍(ଆଇଆଇଏଲ୍) ପ୍ରସ୍ତୁତ କରିଥିବା ମିଳିମିଳା-ରୁବେଲା ଟିକାକୁ ମିଳିଛି ଅନୁମୋଦନ । ଏହି ରୋଗ ବିରୋଧରେ ଟିକା ଉତ୍ପାଦନ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଏବଂ ଷ୍ଟେଟ୍ ଡ୍ରଗ୍ କଣ୍ଟ୍ରୋଲ୍ ଆଡମିନିଷ୍ଟ୍ରେସନ ଅନୁମୋଦନ ଦେଇଥିବା ଆଇଆଇଏଲ୍(IIL) କହିଛି । ତେବେ କହି ରଖୁଛୁ ଯେ, ମିଜେଲ୍ସକୁ ମିଳିମିଳା କୁହାଯାଉଥିବାବେଳେ ରୁବେଲାକୁ ଜର୍ମାନ ମିଳିମିଳା ବୋଲି କୁହାଯାଏ ।

ସଂସ୍ଥାନର ଟିକା ପ୍ରସ୍ତୁତକାରୀଙ୍କ କହିବା ଅନୁସାରେ, ଭାରତ-ଭିଏତନାମ ସହଭାଗୀତାରେ ଏହି ଟିକା ପ୍ରସ୍ତୁତ କରାଯାଇଛି । ଆଇଆଇଏଲ୍ ଭିଏତନାମ ସେଣ୍ଟର୍ ଫର୍ ରିସର୍ଚ୍ଚ ଆଣ୍ଡ ପ୍ରଡକ୍ସନ୍ ଅଫ୍ ଭ୍ୟାକ୍ସିନ୍ ଆଣ୍ଡ୍ ବାୟୋଲୋଜିକାଲ୍ ସେଣ୍ଟର ସହିତ ସହଭାଗୀ ହୋଇଛି, ଯାହାକୁ ପଲିଭାକ୍(Polyvac) ମଧ୍ୟ କୁହାଯାଏ । ଏକ ସ୍ବତନ୍ତ୍ର ଚୁକ୍ତିନାମା ଅନୁଯାୟୀ, ପଲିଭାକ୍ ମିଳିମିଳା ଟିକା ଉତ୍ପାଦନ କରି IILକୁ ଯୋଗାଇବ ଏବଂ IIL ରୁବେଲା ଭ୍ୟାକ୍ସିନ୍ ଉତ୍ପାଦନ କରିବ । ଏହାପରେ ମିଳିତ ସହଭାଗୀତାରେ MR(ମିଜେଲ୍ସ-ରୁବେଲା) ଟିକା ଉତ୍ପାଦନ ହେବ ।

ଭାରତର ୟୁନିଭର୍ସାଲ୍ ଇମ୍ୟୁନାଇଜେସନ୍ ପ୍ରୋଗ୍ରାମ୍(UIP)କୁ IIL ଯୋଗାଉଥିବା ଅନ୍ୟାନ୍ୟ ଟିକା ମଧ୍ୟରେ ଏହି MR ଟିକା ଯୋଗହେବ । ଏହି ଟିକା ବ୍ୟାପକ ମାନବ କ୍ଲିନିକାଲ ପରୀକ୍ଷଣ ମାଧ୍ୟମରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । 9 ମାସରୁ 49 ବର୍ଷର ଲୋକଙ୍କ ପାଇଁ ପ୍ରଭାବୀ ଏବଂ ନିରାପଦ ବୋଲି ଟିକା ପ୍ରସ୍ତୁତକାରୀ କହିଛନ୍ତି । IILର ପରିଚାଳନା ନିର୍ଦ୍ଦେଶକ(ମ୍ୟାନେଜିଂ ଡାଇରେକ୍ଟର) ଡ.ଆନନ୍ଦ କୁମାର କହିଛନ୍ତି ଯେ, "ଆମେ 2016 ରେ ପଲିଭାକ୍ ସହଭାଗୀତରାରେ କାର୍ଯ୍ୟ ଆରମ୍ଭ କରିଥିଲୁ ଏବଂ ମହାମାରୀ କୋଭିଡ୍-19 ବିପଦ କାଳରେ ମଧ୍ୟ ନିରନ୍ତର ଭାବରେ କାର୍ଯ୍ୟ କରିଥିଲୁ । ଭାରତର ନିୟାମକ କର୍ତ୍ତୃପକ୍ଷଙ୍କ ସମର୍ଥନ ପରେ ଆମେ ଉତ୍ପାଦ ବିକାଶର ସମସ୍ତ ପର୍ଯ୍ୟାୟ ସଫଳତାର ସହ ସମାପ୍ତ କରିଛୁ ।"

ନିମୋନିଆ, ହଠାତ୍ ମୁଣ୍ଡବୁଲାଇବା, ମସ୍ତିଷ୍କ ସମସ୍ୟା ଆଦି ଲକ୍ଷଣ ସହ ମିଳିମିଳା ଭୂତାଣୁ ସଂକ୍ରମିତ ବ୍ୟକ୍ତିର ନାକ ଏବଂ ଗଳାକୁ ଆକ୍ରାନ୍ତ କରେ । ଏହା ଶ୍ବାସକ୍ରିୟା, କାଶ ଏବଂ ଛିଙ୍କ ଦ୍ୱାରା ସହଜରେ ଜଣଙ୍କଠାରୁ ଅନ୍ୟଜଣଙ୍କୁ ବ୍ୟାପିଥାଏ । ମିଳିମିଳା ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ଔଷଧ ଉପଲବ୍ଧ ନାହିଁ । ଏହି ଚିକିତ୍ସା ଆବିଷ୍କାର ପରେ ଟୀକାକରଣ ମାଧ୍ୟମରେ ମିଳିମିଳାକୁ ରୋକିବା ପାଇଁ ସର୍ବୋତ୍ତମ ଉପାୟ । ଏହା ମଧ୍ୟ ମିଳିମିଳା, ମମ୍ପ୍ସ, ରୁବେଲା (MMR)ଠାରୁ ରକ୍ଷା କରିବା ପାଇଁ ଏକ ନିରାପଦ ଏବଂ ପ୍ରଭାବଶାଳୀ । ତେବେ ଭାରତରେ ପ୍ରତିବର୍ଷ ମିଳିମିଳାରେ ପ୍ରାୟ 50,000 ପିଲାଙ୍କ ଜୀବନଯାଏ । ଆଗକୁ ଏହି ଟିକା ମିଳିମିଳା-ରୁବେଲା ପ୍ରତିହତ କ୍ଷେତ୍ରରେ ଏକ ଗେମ୍-ଚେଞ୍ଜର୍ ଭାବେ କାର୍ଯ୍ୟ କରିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.