ETV Bharat / sukhibhava

WHO ଛାଟ ପରେ କଠୋର ହେଲା CDSCO, ଭାରତୀୟ ବଜାରରେ 5% ନିମ୍ନମାନର ଔଷଧ କଲା ଚିହ୍ନଟ

author img

By

Published : Feb 22, 2023, 12:04 PM IST

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ସ୍କାନରରେ କେତେକ ଭାରତୀୟ ଫାର୍ମା କମ୍ପାନୀ ରହିବା ପରେ କଠୋର ହେଲା ସିଡିଏସସିଓ । ନିମ୍ନମାନର ଗୁଣାବତ୍ତା ଥିବା ଔଷଧ କଲା ଚିହ୍ନଟ । ଅଧିକ ପଢନ୍ତୁ

drugs
drugs

ନୂଆଦିଲ୍ଲୀ: କେତେକ ଭାରତୀୟ ଫାର୍ମା କମ୍ପାନୀ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ସ୍କାନରରେ ରହିବା ପରେ ଚେତୁଛି ସିଡିଏସସିଓ । ଦେଶରେ ପ୍ରସ୍ତୁତ କେତେକ ସିରପ୍ ନିମ୍ନମାନର ଏବଂ ଏହାକୁ ସେବନ କରି ଛୋଟପିଲାଙ୍କ ଜୀବନ ଯାଇଥିବା ନେଇ 'ହୁ' ରିପୋର୍ଟ କରିବା ପରେ ଭାରତର ଡ୍ରଗ୍ ରେଗୁଲେଟର, ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍(ସିଡିଏସସିଓ) ସମୁଦାୟ 1,348 ସାମ୍ପଲ୍ ପରୀକ୍ଷଣ କରିଛି ।

ପରୀକ୍ଷଣରେ ପ୍ରାୟ ପାଞ୍ଚ ପ୍ରତିଶତ ନିମ୍ନମାନର ଔଷଧ ଚିହ୍ନଟ ହୋଇଛି । ରିପୋର୍ଟ ଅନୁସାରେ, ଜାନୁଆରୀରେ ସିଡିଏସସିଓ ଦେଶର ବିଭିନ୍ନ ଔଷଧ ଉତ୍ପାଦନକାରୀଙ୍କଠାରୁ ସଂଗ୍ରହ କରିଥିବା ସମୁଦାୟ 1,348 ନମୁନା ପରୀକ୍ଷଣ କରିଥିଲା । ଏଥିରେ 67ଟି ନମୁନା ନିମ୍ନମାନର ବୋଲି ଜଣାପଡିଛି । ଅତିକମରେ 1,282 ନମୁନା ମାନକ ଗୁଣବତ୍ତା ଥିବା ଘୋଷଣା କରିଛି ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ:- ଏଡସ୍‌କୁ ମାତ୍ ଦେଉଛି ଷ୍ଟେମ୍-ସେଲ୍ ଥେରାପୀ, ବିଶ୍ବର ତୃତୀୟ ବ୍ୟକ୍ତି ରୋଗମୁକ୍ତ

ନିମ୍ନମାନର ଗୁଣାବତ୍ତା ଥିବା ଔଷଧ ମଧ୍ୟରୁ ଆନ୍ଧ୍ରପ୍ରଦେଶ ଭିତ୍ତିକ M /s ରେବତ ଲାବୋରେଟୋରୀ Pvt.Ltd. ର ରେବେପ୍ରାଜୋଲ ଗ୍ୟାଷ୍ଟ୍ରୋ ରିଜିଷ୍ଟାଣ୍ଟ ଟାବଲେଟ୍ ଆଇପି 20 ମିଗ୍ରା । ସେହିପରି ହିମାଚଳ ପ୍ରଦେଶରେ ସ୍ଥିତ M /s ଏଲଭି ଲାଇଫ୍ ସାଇନ୍ସରେ ପ୍ରସ୍ତୁତ Levipro-500, ବିହାରର M /s ଓରନେଟ ଲାବ୍ସ Pvt.Ltd.ର ଜିଙ୍କ୍ ସଲଫେଚ୍ ଓରାଲ୍ ସଲ୍ୟୁସନ୍ସ ଆଇପି 100 ମିଲି ଏବଂ ଉତ୍ତରାଖଣ୍ଡ M / s ଆପଲ୍ ଫର୍ମୁଲେସନ୍ସ Pvt.Ltd. ନିମ୍ନମାନର ଔଷଧ ପ୍ରସ୍ତୁତ କରୁଥିବା ଜଣାପଡିଛି ।

ସରକାରୀ ତଥ୍ୟ ଅନୁଯାୟୀ ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର 2022 ରେ CDSCO ଯାଞ୍ଚ ସମୟରେ ଯଥାକ୍ରମେ 50, 83 ଏବଂ 70 ଟି ସବ୍-ଷ୍ଟାଣ୍ଡାର୍ଡ ନିମ୍ନମାନର ଔଷଧ ଚିହ୍ନଟ କରିଥିଲା । ଦିଲ୍ଲୀ ସ୍ଥିତ ମୈଦାନ ଫାର୍ମାସ୍ୟୁଟିକାଲ୍ସ ଏବଂ ନୋଏଡା ସ୍ଥିତ ମାରିଅନ ବାୟୋଟେକ ଦ୍ବାରା ଉତ୍ପାଦିତ କାଶ ସିରପ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ସ୍କାନରରେ ଆସିଥିଲା । ଏହାକୁ ଖାଇବା ପରେ ଶିଶୁମାନଙ୍କ ମୃତ୍ୟୁ ଘଟୁଥିବା ଦାବି କରିଥିଲା ସଂସ୍ଥାନ ।

ଏହା ମଧ୍ୟ ପଢନ୍ତୁ:- ILSର ବଡ ଉପଲବ୍ଧି: ବାହାରିଲା ବ୍ରେନ ମ୍ୟାଲେରିଆ ଔଷଧ, ଖୁବଶୀଘ୍ର ହେବ ମାନବ ପରୀକ୍ଷଣ

WHO କହିଥିଲା ଯେ, ଉଜବେକିସ୍ତାନରେ 18 ଜଣ ଶିଶୁଙ୍କ ମୃତ୍ୟୁ ମାରିଅନ୍ ବାୟୋଟେକ୍ ଉତ୍ପାଦିତ ସିରପ୍ ଖାଇବା କାରଣରୁ ହୋଇଛି ଏବଂ ମୈଦାନ ଫାର୍ମାସ୍ୟୁଟିକାଲ୍ସର ଔଷଧ ଗାମ୍ବିଆରେ 65 ପିଲାଙ୍କ ମୃତ୍ୟୁ ପାଇଁ ଦାୟୀ । ଏହାପରେ ଭାରତୀୟ ବଜାରରେ ପ୍ରସ୍ତୁତ ଔଷଧର ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା CDSCO । କହି ରଖୁଛୁ ଯେ, ଭାରତୀୟ ଫାର୍ମାସ୍ୟୁଟିକାଲ୍ସ ଦ୍ବାରା ଉତ୍ପାଦିତ ଔଷଧର ନିୟମିତ ବ୍ୟବଧାନରେ CDSCO ପରୀକ୍ଷା କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.