ETV Bharat / sukhibhava

10 ବର୍ଷ ମଧ୍ୟରେ ଦେଶରେ ତିନି ଗୁଣା ବୃଦ୍ଧି ପାଇଛି ଅଙ୍ଗ ପ୍ରତିରୋପଣ: ସ୍ବାସ୍ଥ୍ୟ ମନ୍ତ୍ରୀ - ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ

ଦେଶରେ ଅଙ୍ଗଦାନ ପ୍ରତି ବଢୁଛି ଆଗ୍ରହ । ଗତ 10 ବର୍ଷ ମଧ୍ୟରେ ତିନି ଗୁଣା ଅଧିକ ଅଙ୍ଗ ପ୍ରତିରୋପଣ ହୋଇଥିବା ସୂଚନା । ଅଧିକ ପଢନ୍ତୁ

organ donor
organ donor
author img

By

Published : May 4, 2023, 1:32 PM IST

ନୂଆଦିଲ୍ଲୀ: ଅଙ୍ଗ ପ୍ରତିରୋପଣରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ଭାରତ । 10 ବର୍ଷ ମଧ୍ୟରେ ଏହି ସଂଖ୍ୟା ତିନି ଗୁଣା ବୃଦ୍ଧି ପାଇଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ । 2013ରେ 5000 ଅଙ୍ଗ ପ୍ରତିରୋପଣ ହୋଇ ଥିବାବେଳେ 2022ରେ 15,000ରୁ ଅଧିକରେ ଅଙ୍ଗ ପ୍ରତିରୋପଣ କରାଯାଇଥିବା ସେ କହିଛନ୍ତି । ଅଙ୍ଗଦାନ ନୀତି ଉପରେ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ସ୍ତରରେ ଅର୍ଗାନ୍ ଆଣ୍ଡ୍ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍(NOTTO), ଆଞ୍ଚଳିକ(ROTTO), ଏବଂ ରାଜ୍ୟ ସ୍ତରରେ (SOTTO) ମାଧ୍ୟମରେ ଉନ୍ନତ ସମନ୍ୱୟ ହେତୁ ମୃତ ତଥା ବ୍ରେନ୍ ଡେଡ୍ ଘୋଷିତ ବ୍ୟକ୍ତିଙ୍କ ଅଙ୍ଗ ଅଧିକ ବ୍ୟବହାର କରାଯାଉଛି । 2016 ମସିହାରେ 2265ଟି ଅଙ୍ଗ ବ୍ୟବହାର କରାଯାଇଥିଲା । 930 ମୃତଦାତା ଥିବାବେଳେ 2022 ମସିହାରେ 904 ମୃତଦାତାଙ୍କ ଠାରୁ 2,765 ଅଙ୍ଗ ବ୍ୟବହାର କରାଯାଇପାରିଛି ।

ଏହା ମଧ୍ୟ ପଢନ୍ତୁ:- ଏହି ରୋଗ ଥରେ ହେଲେ ଜୀବନ ତମାମ ଆବଶ୍ୟକ ପଡେ ରକ୍ତ

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍‌ କାର୍ଯ୍ୟକ୍ରମର 99ତମ ଅଧ୍ୟାୟରେ ଅଙ୍ଗଦାନ ପାଇଁ ଦେଇଥିବା ଆହ୍ବାନ ଏଥିପ୍ରତି ଜନସାଧାରଣଙ୍କୁ ଉତ୍ସାହ ଯୋଗାଇଛି । ଏହି କାରଣରୁ ଦେଶରେ ଅଙ୍ଗଦାତାଙ୍କ ସଂଖ୍ୟା ବୃଦ୍ଧି ପାଉଛି ।' ତେବେ ସରକାରୀ ତଥ୍ୟ ଅନୁସାରେ 2023 ମସିହା ମାର୍ଚ୍ଚ ସୁଦ୍ଧା ଦେଶରେ ମୋଟ ପଞ୍ଜୀକୃତ ଅଙ୍ଗଦାତାଙ୍କ ସଂଖ୍ୟା 4 ଲକ୍ଷ 49 ହଜାର 760 । ଏହି ସଂଖ୍ୟା ସ୍ବେଚ୍ଛାକୃତ ଅଙ୍ଗଦାନ ପ୍ରତି ଲୋକଙ୍କ ଆଗ୍ରହ କେତେ ବଢିଛି ତାହା ଦର୍ଶାଉଛି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଦେଶରେ ଅଙ୍ଗ ଦାନ ବୃଦ୍ଧି ଏବଂ ପ୍ରତିରୋପଣ ଦିଗରେ ଅଧିକ ନୀତି ସଂସ୍କାର ପାଇଁ ଅନ୍ତର୍ଜାତୀୟ ମାନକରୁ ଶିକ୍ଷା ଗ୍ରହଣ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଖାନା ଗୁଡ଼ିକରେ ଅଙ୍ଗଦାନ ଏବଂ ପ୍ରତିରୋପଣ କାର୍ଯ୍ୟକାରିତା ପାଇଁ ଏବଂ ଟ୍ରାନ୍ସପ୍ଲାଣ୍ଟ ସଂଯୋଜକଙ୍କ ତାଲିମ ପାଇଁ ଏକ ମାନକ ପାଠ୍ୟକ୍ରମରେ ନୋଟ୍ ଟ୍ରାନ୍ସପ୍ଲାଣ୍ଟ ମାନୁଆଲରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି । ସମ୍ପ୍ରତି ଭାରତ ସରକାର କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ, ଯେଉଁମାନେ କି ଅଙ୍ଗଦାନ କରିଥିବେ ସେମାନଙ୍କୁ 42 ଦିନ ସ୍ବତନ୍ତ୍ର ଛୁଟି ପ୍ରଦାନ କରୁଛନ୍ତି । ଏହି ପଦକ୍ଷେପ ମଧ୍ୟ ଅନ୍ୟମାନଙ୍କୁ ଅଙ୍ଗଦାନ କ୍ଷେତ୍ରରେ ପ୍ରେରଣା ଯୋଗାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.