ETV Bharat / sukhibhava

UN Report: ଚୀନ୍‌କୁ ଟପି ବିଶ୍ବର ଜନବହୁଳ ରାଷ୍ଟ୍ର ହେଲା ଭାରତ, ଜନସଂଖ୍ୟା 142 କୋଟି ପାର୍ - ବିଶ୍ବର ଜନସଂଖ୍ୟା

ଜନସଂଖ୍ୟା କ୍ଷେତ୍ରରେ ଚୀନ୍‌କୁ ଅତିକ୍ରମ କଲା ଭାରତ । ୟୁନାଇଟେଡ୍ ନେସନ୍ ପପୁଲେସନ୍ ଫଣ୍ଡ(UNFPA) ରିପୋର୍ଟ ଅନୁସାରେ ଭାରତରେ ବର୍ତ୍ତମାନ 142 କୋଟିରୁ ଅଧିକ ଲୋକ ଅଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 19, 2023, 3:30 PM IST

Updated : Apr 19, 2023, 4:06 PM IST

ନୂଆଦିଲ୍ଲୀ: ବିଶ୍ବର ଜନବହୁଳ ଦେଶ ଭାବେ ଚୀନ୍‌କୁ ଟପିଗଲା ଭାରତ । ଜାତିସଙ୍ଘ ରିପୋର୍ଟ ଅନୁସାରେ ଭାରତ ବର୍ତ୍ତମାନ ସମଗ୍ର ପୃଥିବୀର ସବୁଠୁ ଜନବହୁଳ ଦେଶ । ଲୋକସଂଖ୍ୟା କ୍ଷେତ୍ରରେ ଭାରତ ଚୀନ୍‌କୁ ପଛରେ ପକାଇ ଦେଇଛି । ୟୁନାଇଟେଡ୍ ନେସନ୍ ପପୁଲେସନ୍ ଫଣ୍ଡ(UNFPA) ବୁଧବାର(ଅପ୍ରେଲ 19)ରେ ଏହି ରିପୋର୍ଟ ପ୍ରକାଶ କରିଛି । ତଥ୍ୟ ଅନୁସାରେ ଭାରତର ବର୍ତ୍ତମାନ ଜନସଂଖ୍ୟା 142 କୋଟି ଅତିକ୍ରମ କରିଛି ।

UNFPAର ଷ୍ଟେଟ୍ ଅଫ୍ ୱାର୍ଲ୍ଡ ପପୁଲେସନ୍ ରିପୋର୍ଟ ଅନୁଯାୟୀ, 2023 ମସିହାରେ ଭାରତର ଜନସଂଖ୍ୟା 142 କୋଟି 86 ଲକ୍ଷରେ ପହଞ୍ଚି ଯାଇଥିବା ବେଳେ ଚାଇନାର ବର୍ତ୍ତମାନ ଜନସଂଖ୍ୟା 142 କୋଟି 57 ଲକ୍ଷ ରହିଛି । ଉଭୟ ଦେଶର ଜନସଂଖ୍ୟା ମଧ୍ୟରେ ସ୍ବଳ୍ପ ବ୍ୟବଧାନ ଥିଲେ ମଧ୍ୟ ଭାରତ ବର୍ତ୍ତମାନ ପୃଥିବୀର ସବୁଠୁ ଜନବହୁଳ ଦେଶ । ସୂଚନା ଅନୁସାରେ, 2022 ରେ ଜାତିସଙ୍ଘ ଏହି ଆକଳନ କରି ସାରିଥିଲା । ଜାତିସଙ୍ଘ କହିଥିଲା ଯେ, 2023 ବେଳକୁ ଭାରତ ଜନସଂଖ୍ୟାରେ ଚୀନ୍‌କୁ ଅତିକ୍ରମ କରି ବିଶ୍ବର ସବୁଠୁ ଜନବହୁଳ ଦେଶ ତାଲିକାରେ ରହିବ ।

ଆହୁରି ମଧ୍ୟ, ସର୍ବଶେଷ UNFPA ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତରେ 25% ଜନସଂଖ୍ୟା 0-14 ବର୍ଷ ବୟସର ପିଲା ଥିବାବେଳେ 18% 10-19 ବର୍ଷ ବୟସର, 26% 10-24 ବୟସ ବର୍ଗର ଅଛନ୍ତି । ପ୍ରାୟ 68 ପ୍ରତିଶତ 15-64 ବୟସ ବର୍ଗରେ ଥିବାବେଳେ 65 ବର୍ଷରୁ ଊର୍ଦ୍ଧ୍ବ କେବଳ 7 ପ୍ରତିଶତ ରହିଛନ୍ତି । ଅନ୍ୟପକ୍ଷରେ, ଚାଇନାରେ 14 ବର୍ଷରୁ କମ୍ ଜନସଂଖ୍ୟାର 17 ପ୍ରତିଶତ, 10-19 ବୟସ ଶ୍ରେଣୀରେ 12 ପ୍ରତିଶତ, 10-24 ବୟସ ବର୍ଗରେ 18 ପ୍ରତିଶତ ଲୋକ ଅଛନ୍ତି । 69 ପ୍ରତିଶତ 15-64 ବୟସ ବର୍ଗରେ ଥିବାବେଳେ ପ୍ରାୟ 14 ପ୍ରତିଶତ କିମ୍ବା ପ୍ରାୟ 200 ନିୟୁତ ଲୋକ 65 ବର୍ଷରୁ ଅଧିକ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:- World Liver Day: ଯକୃତ ସ୍ବାସ୍ଥ୍ୟର ଯତ୍ନ ନେବା କେତେ ଜରୁରୀ, ଜାଣନ୍ତୁ

ତେବେ ଆୟୁଷ ପ୍ରସଙ୍ଗରେ ଅର୍ଥାତ୍ ଜଣେ ବ୍ୟକ୍ତିର ହାରାହାରି ଆୟୁକୁ ଦେଖିବାକୁ ଗଲେ ଚୀନ୍ ଭାରତ ଅପେକ୍ଷା ଭଲ ପ୍ରଦର୍ଶନ କରୁଛି । ଚୀନରେ ମୃତ୍ୟୁ ବେଳକୁ ମହିଳାଙ୍କ ହାରାହାରି ବୟସ 82 ରହୁଥିବା ବେଳେ ପୁରୁଷଙ୍କର 76 ରହୁଛି । ଏହି କ୍ଷେତ୍ରରେ ଭାରତର ସଂଖ୍ୟା 74 ଏବଂ 71 । UNFPA ଇଣ୍ଡିଆର ପ୍ରତିନିଧୀ ଆଣ୍ଡ୍ରେୟା ୱୋଜନାର ଏକ ବିବୃତ୍ତିରେ କହିଛନ୍ତି ଯେ, "ଭାରତୀୟ ସର୍ବେକ୍ଷଣ ଅନୁସନ୍ଧାନରୁ ଜଣାପଡିଛି ଯେ, ଜନସଂଖ୍ୟା ବୃଦ୍ଧି ସାଧାରଣ ଜନତାଙ୍କ ଚିନ୍ତାର କାରଣ ପାଲଟିଛି । ମାତ୍ର ଏହି ପରିସଂଖ୍ୟାନରେ ଚିନ୍ତା କିମ୍ବା ଭୟଭୀତ ହେବା ଉଚିତ୍ ନୁହେଁ । ଏହା ବଦଳରେ ବ୍ୟକ୍ତିଗତ ଅଧିକାର ଏବଂ ପସନ୍ଦକୁ ସମର୍ଥନ କରାଗଲେ ପ୍ରଗତି ସହ ବିକାଶ ହୋଇପାରିବ ।"

ସେହିପରି ସମଗ୍ର ବିଶ୍ବର ମହିଳାଙ୍କ ସ୍ବାସ୍ଥ୍ଯ ବାବଦରେ ରିପୋର୍ଟ କରିଛି ଜାତିସଙ୍ଘ । ରିପୋର୍ଟରେ ଦର୍ଶାଯାଇଛି ଯେ, ମହିଳାମାନଙ୍କର ଶାରୀରିକ ସ୍ବତନ୍ତ୍ରତାର ଅଧିକାର ହ୍ରାସ ପାଇଛି । SWOP ରିପୋର୍ଟରେ ଦର୍ଶାଯାଇଛି ଯେ, 68 ଦେଶରେ 44% ମହିଳା ଏବଂ ଝିଅ ଶାରୀରିକ ସମ୍ପର୍କ, ଗର୍ଭନିରୋଧକ ତଥା ସ୍ୱାସ୍ଥ୍ୟସେବା ପାଇଁ ସେମାନଙ୍କ ଶରୀର ବିଷୟରେ ସୂଚନା ଦେବାର ଅଧିକାର ନାହିଁ । ବିଶ୍ବବ୍ୟାପୀ ପାଖାପାଖି 257 ନିୟୁତ ମହିଳାଙ୍କର ନିରାପଦ, ନିର୍ଭରଯୋଗ୍ୟ ଗର୍ଭନିରୋଧକ ପାଇଁ ସୁବିଧା ନାହିଁ ।

ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୁନମ୍ ମୁଟ୍ରେଜା ଏକ ବିବୃତ୍ତିରେ କହିଛନ୍ତି ଯେ, ବହୁ ସଂଖ୍ୟକ ମହିଳାଙ୍କର ସେମାନଙ୍କ ଶରୀର ନିୟନ୍ତ୍ରଣ ଉପରେ ନିଜସ୍ବ ଅଧିକାରର ଅଭାବ ରହିଛି । ସେମାନେ କେତେବେଳେ ପିଲା ଜନ୍ମ କରିବେ, କେତୋଟି ସନ୍ତାନ ଜନ୍ମ କରିପାରିବେ ଆଦି ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବାର ଅଧିକାର ନାହିଁ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (2019-21)ର ପଞ୍ଚମ ପର୍ଯ୍ୟାୟ ପରିସଂଖ୍ୟାନ ଅନୁଯାୟୀ, ଭାରତରେ 9.4 ପ୍ରତିଶତ ଦମ୍ପତି ଗର୍ଭନିରୋଧକ ଚାହୁଁଛନ୍ତି । ଏହି ସଂଖ୍ୟା ସୂଚାଇଥାଏ ଯେ, ଦମ୍ପତିମାନଙ୍କ ପାଇଁ ଗର୍ଭନିରୋଧକ ବାରଣ ଥିଲେ ମଧ୍ୟ ସେମାନେ ଏହା ଚାହୁଁଛନ୍ତି ।

ଅଧିକନ୍ତୁ, ବାଲ୍ୟବିବାହ ଏବଂ ବାଧ୍ୟତାମୂଳକ ବିବାହ ମଧ୍ୟ ଲାଗି ରହିଛି । ଭାରତର ପ୍ରତି ଚାରିଜଣ ମହିଳାଙ୍କ ମଧ୍ୟରୁ ପ୍ରାୟ ଜଣେ 18 ବର୍ଷ ବୟସ ପୂର୍ବରୁ ବିବାହ କରୁଛନ୍ତି । ପାରିବାରିକ ଏବଂ ସାମାଜିକ ନିୟମ ମହିଳାମାନଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ବିବାହ ଏବଂ ପିଲା ଜନ୍ମ କରିବାକୁ ବାଧ୍ୟ କରୁଛି । ଯେହେତୁ ଭାରତ ବିଶ୍ବର ସବୁଠାରୁ ଜନବହୁଳ ଦେଶ ପାଲଟିଛି, ଏହା ଉପରେ ଧ୍ୟାନ ଦେବା ଉଚିତ୍ ଯେ, ପ୍ରତିଟି ବ୍ୟକ୍ତି ଯିଏ ଯେଉଁ ସ୍ଥାନରେ ବାସ କରନ୍ତୁ କିମ୍ବା ଯେଉଁ ବର୍ଗର ହୋଇଥାନ୍ତୁନା କାହିଁକି, ସମସ୍ତଙ୍କ ପାଇଁ ସମାନ ସେବା ଉପଲବ୍ଧ ହେବା ଉଚିତ୍ ବୋଲି ପୁନମ୍ କହିଛନ୍ତି । ତେବେ ଏହି ପରିସଂଖ୍ୟାନ ପରେ ମୌଳିକ ସୁବିଧା କ୍ଷେତ୍ରରେ ସରକାର ଆଗକୁ କି କି ପଦକ୍ଷେପ ନେଉଛନ୍ତି ତା' ଉପରେ ନଜର ରହିବ ନିଶ୍ଚୟ ।

Last Updated : Apr 19, 2023, 4:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.