ETV Bharat / sukhibhava

ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହିସବୁ ଉପାୟ - କେମିତି ବୃଦ୍ଧି ପାଇବ ସ୍ମରଣ ଶକ୍ତି

ସ୍ମରଣ ଶକ୍ତି ବୃଦ୍ଧି ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବକୁ ଦ୍ବିଗୁଣିତ କରେ । ହେଲେ ଏହାର ଅଭାବରେ ବେଳେ ବେଳେ ମନୁଷ୍ୟକୁ ମାନସିକ ଭାବେ ମଧ୍ୟ ଭାରାକ୍ରାନ୍ତ କରିଦିଏ । ତେଣୁ କିପରି ସ୍ମରଣ ଶକ୍ତି ବୃଦ୍ଧି କରିବେ, ଜାଣନ୍ତୁ...

memory
memory
author img

By

Published : Jan 24, 2023, 4:44 PM IST

ହାଇଦ୍ରାବାଦ: ସ୍ମରଣ ଶକ୍ତି ଆମ ବ୍ୟକ୍ତିକୁ ବୃଦ୍ଧି କରିଥାଏ । ଅଧିକାଂଶ କ୍ଷେତ୍ରରେ ଏବଂ ପ୍ରତିଯୋଗିତାରେ ଆମେ ଆମ ସ୍ମରଣ ଶକ୍ତି କାରଣରୁ ଉଚ୍ଚ ପ୍ରଶଂସିତ ହୋଇଥାନ୍ତି । ତେଣୁ ଜଣେ ବ୍ୟକ୍ତିଙ୍କ ପାଇଁ ସ୍ମରଣ ଶକ୍ତି ନିହାତି ଆବଶ୍ୟକ । କିନ୍ତୁ ଏହା ଏପରି ଏକ ଜିନିଷ, ସମସ୍ତଙ୍କ ପାଖରେ ନଥାଏ । ବହୁତ୍ କମ୍ ଲୋକେ ପ୍ରଗାଢ ସ୍ମରଣ ଶକ୍ତି ନେଇ ଜନ୍ମ ହୋଇଥାନ୍ତି । ତଥାପି କେତେକ ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ମାଧ୍ୟମରେ ସ୍ମରଣ ଶକ୍ତି ବୃଦ୍ଧି କରାଯାଇପାରବି ।

ରିଫାଇନଡ୍ ଚିନି ଓ କାର୍ବୋ ଖାଦ୍ୟରୁ ଦୂରେଇ ରହନ୍ତୁ:-ଆବଶ୍ୟକ ଠାରୁ ଅଧିକ ଚିନି ଖାଇଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏପରିକି ମାନସିକ ସ୍ୱାସ୍ଥ୍ୟ ଉପରେ ବି ଏହାର ପ୍ରଭାବ ପଡେ । ଖାଦ୍ୟରେ ଅଧିକ ପରିମାଣର ଚିନି ଖାଇଲେ ସ୍ମରଣ ଶକ୍ତି ହ୍ରାସ ପାଏ ବୋଲି ଗବେଷକମାନେ କହନ୍ତି । ଏସବୁ ଆଲଜାଇମର ରୋଗର ପ୍ରାରମ୍ଭିକ ଲକ୍ଷଣ ମଧ୍ୟ, ତେଣୁ ଚିନି ବା ମିଠା ଯୁକ୍ତ ଖାଦ୍ୟ, ଫଳ ଓ ପାନୀୟରୁ ଦୂରେଇ ରୁହନ୍ତୁ ।

ଜଙ୍କ୍‌ଫୁଡ:- ଅଧିକ ପରିମାଣରେ ଜଙ୍କ ଫୁଡ୍ ଖାଇଲେ ସ୍ମରଣ ଶକ୍ତି ପାଇଁ କ୍ଷତିକାରକ । ଏହା ରକ୍ତରେ ଶର୍କରା ସ୍ତର ବୃଦ୍ଧି କରି ପରବର୍ତୀ ପର୍ଯ୍ୟାୟରେ ମସ୍ତିଷ୍କରେ ବି କ୍ଷତି କରିଥାଏ ଜଙ୍କ୍‌ଫୁଡ୍ । ରିଫାଇନଡ କାର୍ବୋହାଇଡ୍ରେଟେଡ୍ ଯୁକ୍ତ ଖାଦ୍ୟ ଡିମେନସିଆ ସହ ବି ଜଡିତ । ଏହା ମସ୍ତିଷ୍କର କ୍ଷମତା ବି ହ୍ରାସ କରିଥାଏ ।

ସଠିକ୍ ଶୋଇବା ଅଭ୍ୟାସ କରନ୍ତୁ:- ଭଲ ସ୍ୱାସ୍ଥ୍ୟ ଓ ନୀରୋଗ ଜୀବନ ପାଇଁ ଭଲ ନିଦ ହେବା ଜରୁରୀ । ଭଲ ନିଦ୍ରା ସ୍ମରଣ ଶକ୍ତି ବୃଦ୍ଧି କରିଥାଏ । ଯେଉଁମାନଙ୍କର ଭଲ ନିଦ ହୁଏ ନାହିଁ, ସେମାନଙ୍କର ସ୍ମୃତି ଶକ୍ତି ଉପରେ ଏହା ନକାରାତ୍ମକ ପ୍ରଭାବ ପଡେ ବୋଲି ଅଧ୍ୟୟନରୁ ଜଣାପଡିଛି । ଭଲ ସ୍ମରଣ ଶକ୍ତି ପାଇଁ ଦିନକୁ ୭ରୁ ୯ ଘଣ୍ଟା ଭଲ ଭାବେ ଶୋଇବା ଦରକାର ।

ବ୍ୟାୟାମ:- ବ୍ୟାୟାମ କଲେ ଜଣେ ଶାରିରୀକ ଓ ମାନସିକ ଭାବେ ସୁସ୍ଥ ରହିଥାଏ । ନିୟମିତ ବ୍ୟାୟାମ ଦ୍ବାରା ଜୀବନରେ ଡିମେନସିଆ ରୋଗ ହେବାର ସମ୍ଭାବନା ହ୍ରାସ ପାଏ । ଚାଲିବା, ଦୌଡିବା, ସନ୍ତରଣ, ଏରୋବିକ୍ସ ଓ ଯୋଗ କଲେ ଶାରିରୀକ ଓ ମାନସିକ ଭାବେ ଜଣେ ଫିଟ୍ ରହେ ।

ଆଂଟିଅକ୍ସିଡାଣ୍ଟର ବ୍ୟବହାର:- ଆଂଟିଅକ୍ସିଡାଣ୍ଟ ବ୍ୟବହାର ବ୍ରେନ୍ ସେଲଗୁଡିକୁ ସକ୍ରିୟ ରଖେ । ଏଗୁଡିକ ଶରୀରରେ ଜ୍ୱଳନଶୀଳ ମାତ୍ରା କମ କରନ୍ତି । ଫଳ ଓ ପନିପରିବା, ବିଶେଷକରି କୋଳିରେ ଆଂଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ । ଆଂଟିଅକ୍ସିଡାଣ୍ଟ ଥିବା ଖାଦ୍ୟ ଖାଇଲେ ସ୍ମରଣ ଶକ୍ତି ହ୍ରାସ ପାଏ ନାହିଁ ।

ଡାର୍କ ଚକୋଲେଟ୍‌:- ଚକୋଲେଟ୍ ଖାଇବାକୁ କିଏ ବା ପସନ୍ଦ ନ କରେ । ସବୁଠୁ ଡାର୍କ ଚକୋଲେଟ୍ ସ୍ବାସ୍ଥ୍ୟ ଉପକାରୀ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି । ସ୍ମରଣ ଶକ୍ତି ବୃଦ୍ଧି ପାଇଁ ବେଶ୍ ଉପଯୋଗୀ ହୋଇଥାଏ ଡାର୍କ ଚକୋଲେଟ୍ । ଏଥିରେ ଆଂଟିଅକ୍ସିଡାଣ୍ଟ ବି ବହୁଳ ପରିମାଣରେ ଥାଏ ।

ଡାକ୍ତରମାନେ ଆହୁରି ମଧ୍ୟ କୁହନ୍ତି ଯେ, ସ୍ମୃତି ଶକ୍ତି ବୃଦ୍ଧି ପାଇଁ ଟିଭି ଦେଖିବା ଅପେକ୍ଷା ଅଧିକ ସମୟ ପୁସ୍ତକ ପଠନ କଲେ ଭଲ । ଉତ୍ସାହ ଓ ଆଗ୍ରହ ମଧ୍ୟ ମଣିଷର ସ୍ମରଣ ଶକ୍ତି ବଢାଇଥାଏ । ଜଣଙ୍କର ସ୍ମୃତିଶକ୍ତି ପ୍ରଭାବିତ ହେବା ପଛରେ ଜେନେଟିକ୍‌ କାରଣ ମଧ୍ୟ ରହିଥାଏ । ଏକ ନିୟମିତ ଜୀବନଶୈଳୀ ଓ ସନ୍ତୁଳିତ ଖାଦ୍ୟ ଡିମେନସିଆ ଏବଂ ଆଲଜାଇମର ଭଳି ସ୍ମରଣ ଶକ୍ତି ହ୍ରାସଜନିତ ରୋଗକୁ ଏଡାଇବାରେ ସହାକ ହୋଇପାରିବ । ଏଥିପାଇଁ ଭଲ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ବଜାୟ ରଖିବା ଜରୁରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.