ETV Bharat / sukhibhava

ସ୍ତନ କର୍କଟ ଭଳି ଜଟିଳ ରୋଗ ଚିହ୍ନଟ ପାଇଁ ଜରୁରୀ ଏହି ସବୁ ସ୍ବାସ୍ଥ୍ୟ ପରୀକ୍ଷା - କେଉଁ ସ୍ବାସ୍ଥ୍ୟ ପରୀକ୍ଷା କରିବା ଉଚିତ୍ ମହିଳା

ସୁସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ଖାଦ୍ୟପେୟ ସାଙ୍ଗକୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ ଜରୁରୀ । ବହୁ ଜଟିଳ ରୋଗ ଜାଣିବା ପାଇଁ ମହିଳାମାନେ କେଉଁ କେଉଁ ସ୍ବାସ୍ଥ୍ୟ ପରୀକ୍ଷା କରିବା ଉଚିତ୍, ଜାଣନ୍ତୁ ।

healthcare worker discussing with female patient

author img

By

Published : Feb 8, 2023, 5:57 PM IST

ହାଇଦ୍ରାବାଦ: ବୟସ ବଢିବା ସାଙ୍ଗକୁ ମାନବ ଶରୀରରେ ରୋଗ ମଧ୍ୟ ବୃଦ୍ଧି ପାଇବାକୁ ଲାଗେ । ବାର୍ଦ୍ଧକ୍ୟ ସହ ତାଳ ଦେଇ ମାଡିବସେ ନାନା ରୋଗ । ସାଧାରଣତଃ ମହିଳାମାନେ ରୋଗର ସମ୍ମୁଖୀନ ହେବାର ଆଶଙ୍କା ଅଧିକ ଥାଏ । ତେଣୁ ସେମାନେ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । କେବଳ ଖାଦ୍ୟ ଏବଂ ପାନୀୟ ନୁହେଁ ସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ମହିଳାମାନେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଇନେବା ମଧ୍ୟ ଜରୁରୀ । ଏହା ଫଳରେ ଯଦି କୌଣସି ରୋଗ ଶରୀରରେ ବିକଶିତ ହେଉଥାଏ, ତେବେ ଠିକ ସମୟରେ ଚିହ୍ନଟ ଏବଂ ଚିକିତ୍ସା କରିବା ସହଜ ହୋଇପାରିବ ।

ତେଣୁ ଆଜିର ଏହି ଆର୍ଟିକିଲରେ ମହିଳାମାନେ କେଉଁ ପ୍ରକାରର ଶାରୀରିକ ଯାଞ୍ଚ କରିଲେ ସଠିକ୍ ସମୟରେ ରୋଗର ଲକ୍ଷଣ ବାବଦରେ ଜାଣିପାରିବେ ସେ ବାବଦରେ ଆଲୋଚନା କରିବା...

ମେମୋଗ୍ରାମ୍:- ମହିଳାମାନଙ୍କଠାରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ସ୍ତନ କର୍କଟ । ଏହି ରୋଗରେ ଲକ୍ଷଣ ଜଣାପଡିବା ବେଳକୁ ସମସ୍ୟା ଗମ୍ଭୀର ହୋଇ ସାରିଥାଏ । ତେଣୁ 50 ବର୍ଷରୁ ଅଧିକ କିମ୍ବା ସ୍ତନ କର୍କଟ ପାଇଁ ଅଧିକ ବିପଦ ଥିବା ମହିଳାମାନେ ପ୍ରତ୍ୟେକ ଦୁଇ ବର୍ଷରେ ଥରେ ମେମୋଗ୍ରାମ ପରୀକ୍ଷା କରାଇନେବା ଉଚିତ୍ ।

ପେପ୍ ସ୍ମିୟର୍:- ସେହିପରି ବିଭିନ୍ନ ପ୍ରକାର କର୍କଟ ମଧ୍ୟରୁ ଗର୍ଭାଶୟ କର୍କଟ ଆଉ ଏକ ଜଟିଳ ସମସ୍ୟା । ଏହି ରୋଗର ଚିହ୍ନଟ କରିବା ପାଇଁ ମହିଳାମାନେ ପ୍ରତି ତିନି ବର୍ଷରେ ଥରେ ପେପ୍ ସ୍ମିୟର୍ କରିବା ଉଚିତ୍ ।

ବୋନ୍ ଡେନ୍ସିଟି ଟେଷ୍ଟ:- ବୟସ ଅଧିକ ହେଲେ କିମ୍ବା ପିଲା ଜନ୍ମ ପରେ ସାଧାରଣତଃ ମହିଳାମାନେ ହାଡ ଦୁର୍ବଳ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହି କାରଣରୁ ଆଣ୍ଠୁ ଗଣ୍ଠି ବଥା ହୋଇଥାଏ । 65 ବର୍ଷରୁ ଅଧିକ ବୟସର ମହିଳାମାନେ କିମ୍ବା ଅଷ୍ଟିଓପୋରୋସିସ୍ ପାଇଁ ବିପଦ କାରଣ ଥିବା ମହିଳାମାନେ ବୋନ୍ ଡେନ୍ସିଟି ଟେଷ୍ଟ କରିବା ଉଚିତ୍ ।

କୋଲେଷ୍ଟ୍ରଲ ଏବଂ ଲିପିଡ ପ୍ୟାନେଲ:- ମହିଳାମାନେ ନିୟମିତ ଭାବରେ ସେମାନଙ୍କର କୋଲେଷ୍ଟ୍ରଲ ସ୍ତର ଯାଞ୍ଚ କରିବା ଉଚିତ୍ । 45 ବର୍ଷ କିମ୍ବା ତା'ପୂର୍ବରୁ ଏହି ପରୀକ୍ଷା କରାଇନେବା ଆବଶ୍ୟକ ।

ବ୍ଲଡ୍ ଗ୍ଲୁକୋଜ ଟେଷ୍ଟ:- ମହିଳାମାନେ 45 ବର୍ଷ କିମ୍ବା ତା'ପୂର୍ବରୁ ନିୟମିତ ଭାବରେ ସେମାନଙ୍କର ମଧୁମେହ ଯାଞ୍ଚ କରିବା ଉଚିତ୍ । ଯଦି ସେମାନଙ୍କର ମେଦବହୁଳତା କିମ୍ବା ପରିବାରର କୌଣସି ବ୍ଯକ୍ତି ମଧୁମେହରେ ପୀଡିତ ଥାଆନ୍ତି ତେବେ ବିଶେଷ କରି ବ୍ଲଡ୍ ଗ୍ଲୁକୋଜ୍ ପରୀକ୍ଷା କରାଇନେବା ଭଲ ।

ରକ୍ତଚାପ ପରୀକ୍ଷା:- ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଉଚ୍ଚ ରକ୍ତଚାପ ଯାଞ୍ଚ କରିବା ନିହାତି ଆବଶ୍ୟକ । ମହିଳାମାନେ 18 ବର୍ଷ ବୟସରୁ ନିୟମିତ ରକ୍ତଚାପ ଯାଞ୍ଚ କରିବା ଉଚିତ୍ ।

କଲୋରେକ୍ଟାଲ୍ କ୍ୟାନସର ସ୍କ୍ରିନିଂ:- ମହିଳାମାନେ 50 ବର୍ଷ ବୟସରେ କିମ୍ବା ପୂର୍ବରୁ କଲୋରେକ୍ଟାଲ୍ କର୍କଟ ରୋଗର ସ୍କ୍ରିନିଂ ଆରମ୍ଭ କରିବା ଉଚିତ୍ । ଯଦି ପରିବାରର କୌଣସି ସଦସ୍ୟ ଏଥିରେ ପୀଡିତଥାନ୍ତି, ତେବେ ଏହାର ବିଶେଷ ଯତ୍ନ ନେବା ଉଚିତ୍ ।

Disclaimer: ଉପରସ୍ଥ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ଖାଦ୍ୟ ଔଷଧ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଗ୍ରହଣ କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.