ETV Bharat / sukhibhava

Heart Attack: କାହିଁକି ମହିଳାଙ୍କର ହୃଦ୍‌ଘାତ ବିପଦ ପୁରୁଷଙ୍କ ଅପେକ୍ଷା କମ୍, ଜାଣନ୍ତୁ - ହେଲ୍‌ଥ ଟିପ୍ସ

ବର୍ତ୍ତମାନ ସମୟରେ ହୃଦ୍‌ଘାତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ନିଶ୍ଚୟ ଲକ୍ଷ୍ୟ କରିଥିବେ ହୃଦ୍‌ଘାତରେ ଅଧିକ ପୁରୁଷଙ୍କର ଜୀବନ ଯାଇଥାଏ । ମହିଳାମାନଙ୍କର ହୃଦ୍‌ଘାତ ବିପଦ କାହିଁକି କମ୍, ଜାଣନ୍ତୁ...

Heart Attack
Heart Attack
author img

By

Published : Mar 7, 2023, 10:20 PM IST

ହାଇଦ୍ରାବାଦ: ସମୟ ଥିଲା ଯେତେବେଳେ ହୃଦ୍‌ଘାତକୁ ବୃଦ୍ଧାବସ୍ଥାର ରୋଗ କୁହାଯାଉଥିଲା । ହେଲେ ବର୍ତ୍ତମାନ ତାହା ନୁହେଁ । ଆଜିକାଲି, ଯୁବଠୁ ବୟସ୍କ ସମସ୍ତେ ହୃଦଘାତର ଶିକାର ହେଉଛନ୍ତି । ହୃଦ୍‌ଘାତ କିମ୍ବା ହୃଦୟ ସମ୍ବନ୍ଧୀୟ ରୋଗ ସାଧାରଣ ହୋଇଗଲାଣି । କେବେ ଲକ୍ଷ୍ୟ କରିଛନ୍ତି କି ହୃଦ୍‌ଘାତର ଶିକାର ହେଉଥିବା ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମ । ତେବେ ଏପରି କାହିଁକି ହୁଏ, ଏହା ପଛରେ କଣ ରହିଛି କାରଣ, ଜାଣନ୍ତୁ...

ଚିକିତ୍ସା ବିଜ୍ଞାନ ଅନୁସାରେ ମହିଳାମାନଙ୍କଠାରେ କିଛି ଏଭଳି ହରମୋନ୍ ଅଛି, ଯାହା ସେମାନଙ୍କ ହୃଦୟକୁ ମଜବୁତ ରଖିଥାଏ । ଏହି ହରମୋନର ନାମ ହେଉଛି ଇଷ୍ଟ୍ରୋଜେନ୍ । ଇଷ୍ଟ୍ରୋଜେନ୍ ହେଉଛି ଏକ ପ୍ରକାର ସେକ୍ସ ହରମୋନ, ଯାହା ମହିଳାଙ୍କ ଶରୀରରେ ସନ୍ତୁଳନ ବଜାୟ ରଖେ । ଏହି ହରମୋନ୍ ମହିଳାମାନଙ୍କର ହୃଦୟକୁ ମଧ୍ୟ ଶକ୍ତିଶାଳୀ କରିଥାଏ । କିନ୍ତୁ ମାସିକ ଋତୁସ୍ରାବ ବନ୍ଦ ହେବା ତଥା ମେନୋପୋଜ୍ ପରେ ଏହି ହରମୋନର ଅସନ୍ତୁଳନ ଆରମ୍ଭ ହୁଏ ଏବଂ ମହିଳାମାନଙ୍କର ପୁରୁଷଙ୍କ ପରି ହୃଦଘାତର ଆଶଙ୍କା ବଢିଯାଏ । ଏହା ବ୍ୟତୀତ ମହିଳାମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ବୈଜ୍ଞାନିକମାନେ ଶରୀରରେ ଇଷ୍ଟ୍ରୋଜେନର ସମ୍ବନ୍ଧରେ ଅନୁସନ୍ଧାନ କରୁଛନ୍ତି । ଅଧ୍ୟୟନରୁ ଜଣାପଡିଛି ଯେ, ଇଷ୍ଟ୍ରୋଜେନ୍ ହୃଦୟ ଏବଂ ରକ୍ତବାହିକା ସମେତ ପ୍ରାୟ ସମସ୍ତ ଟିସୁ କିମ୍ବା ଅଙ୍ଗ ପ୍ରଣାଳୀକୁ ପ୍ରଭାବିତ କରିଥାଏ । ହୃଦ୍‌ଘାତ ଉପରେ ଇଷ୍ଟ୍ରୋଜେନ୍‌ର ପ୍ରଭାବ କେଉଁଠିନା କେଉଁଠି ଦେଖିବାକୁ ମିଳେ । ଇଷ୍ଟ୍ରୋଜେନ୍ ବୋଧହୁଏ ଅନ୍ୟ ଉପାୟରେ ହୃଦ୍‌ରୋଗକୁ ପ୍ରଭାବିତ କରିଥାଏ ଯାହାକି ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ ।

ବର୍ଷ ବର୍ଷ ଧରି ଜାରି ଅନୁସନ୍ଧାନରୁ ଜଣାପଡେ ଯେ, ଇଷ୍ଟ୍ରୋଜେନ୍ ମହିଳାମାନଙ୍କୁ ହୃଦଘାତରୁ ରକ୍ଷା କରିବାରେ ସାହାଯ୍ୟ କରେ ​​। 65 ବର୍ଷରୁ ଅଧିକ ମହିଳାଙ୍କ ମଧ୍ୟରେ ହୃଦଘାତ ହେଉଛି ଘାତକ ସମସ୍ୟା । ମହିଳାମାନେ ପୁରୁଷଙ୍କ ଅପେକ୍ଷା 10 ବର୍ଷ ପରେ ହୃଦ୍‌ରୋଗରେ ଆକ୍ରାନ୍ତ ହୁଅନ୍ତି, କିନ୍ତୁ 65 ବର୍ଷ ବୟସରେ ଏହି କ୍ଷେତ୍ରରେ ହୃଦଧାତର ବିପଦ ପୁରୁଷଙ୍କ ତୁଳନାରେ ଅଧିକ ।

ମେନୋପାଜ୍ ସହିତ ଜଡିତ ଇଷ୍ଟ୍ରୋଜେନ୍ ସ୍ତରର ହ୍ରାସ ମହିଳାମାନଙ୍କଠାରେ ହୃଦଘାତର ବିପଦକୁ ବଢାଇଥାଏ । ଯେତେବେଳେ ଇଷ୍ଟ୍ରୋଜେନ୍ ସ୍ତର ହ୍ରାସ ହୁଏ, ସେତେବେଳେ LDL କୋଲେଷ୍ଟ୍ରଲ୍ର ସ୍ତର (କ୍ଷତିକାରକ ପ୍ରକାର) ବୃଦ୍ଧି ହୁଏ, ଏବଂ HDL କୋଲେଷ୍ଟ୍ରୋଲ୍(ଉପକାରୀ ପ୍ରକାର) ସ୍ତର ହ୍ରାସ ହୁଏ, ଯାହା ଧମନୀରେ ଚର୍ବି ଏବଂ କୋଲେଷ୍ଟ୍ରୋଲ୍ ସୃଷ୍ଟି କରିଥାଏ । ଏହି କାରଣରୁ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି ହୁଏ ।

ଇଷ୍ଟ୍ରୋଜେନ୍ ଅସନ୍ତୁଳନର ପ୍ରଭାବ

ଇଷ୍ଟ୍ରୋଜେନର ସ୍ତର ଉଚ୍ଚ-ନିଚ ହେବା କାରଣରୁ ଋତୁସ୍ରାବରେ ଅନିୟମିତତା ଦେଖିବାକୁ ମିଳେ । ଋତୁସ୍ରାବ ସମୟରେ ରକ୍ତସ୍ରାବ ମାତ୍ରା କମ-ବେଶୀ ହୋଇପାରେ

ଥକ୍କାପୁଣ ଓ ଚାପ ଭଳି ସମସ୍ୟାର ସାମ୍ନା କରିବାକୁ ପଡେ । ଏହି ସମୟରେ ଓଜନ ମଧ୍ୟ ବୃଦ୍ଧି ଘଟେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.