ETV Bharat / sukhibhava

ଖାଦ୍ୟ ଗ୍ରହଣ ପରେ ପେଟରେ ଯନ୍ତ୍ରଣା ହେଉଛି କି ? ହୋଇଥାଇପାରେ ଏହି ରୋଗ

author img

By ETV Bharat Odisha Team

Published : Sep 21, 2023, 3:01 PM IST

ଖାଦ୍ୟ ଗ୍ରହଣ ପରେ ପେଟରେ ସର୍ବଦା ପେଟରେ ଯନ୍ତ୍ରଣା ହେଉଥିଲେ ହୋଇଯାଆନ୍ତୁ ସାବଧାନ ! ହୋଇ ଥାଇପାରେ ଗାଲଷ୍ଟୋନ

gallstones
gallstones

ହାଇଦ୍ରାବାଦ: କିଛି ଜଣ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥାଆନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହାକୁ ସାଧାରଣ ଭାବେ ନେବା ଉଚିତ ନୁହେଁ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଦ୍ୟ ଖାଇବା ପରେ ପେଟରେ ଫୁଲା କିମ୍ବା ଯନ୍ତ୍ରଣା ହେଲେ କିଡନୀ ଷ୍ଟୋନର ଯାଞ୍ଚ କରିବା ଆବଶ୍ୟକ। କେତେକ ସମୟରେ ଲୋକମାନେ ଅଭିଯୋଗ କରନ୍ତି ଯେ, ଖାଦ୍ୟ ଖାଇବା ପରେ ପେଟରେ ଏକ ପ୍ରକାର ଯନ୍ତ୍ରଣା ହୋଇଥାଏ। ତେବେ ଖାଦ୍ୟ ଖାଇବା ପରେ ପେଟରେ ଯନ୍ତ୍ରଣାର ଅନେକ କାରଣ ହୋଇପାରେ। ଏସିଡିଟି, ଗ୍ୟାସ୍ କିମ୍ବା କୋଷ୍ଠକାଠିନ୍ୟ ପାଇଁ ସାଧାରଣତଃ ପେଟରେ ଯନ୍ତ୍ରଣା ହୋଇଥାଏ ବୋଲି ସମସ୍ତେ କହିଥାଆନ୍ତି। ତେବେ ଏହା ବ୍ୟତିତ ମଧ୍ୟ ଅନେକ କାରଣ ହୋଇପାରେ। ଏହା କେତେକ ପ୍ରମୁଖ ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଖାଇବା ପରେ ପେଟରେ ଯନ୍ତ୍ରଣା, ଫୁଲା କିଡନୀ ଷ୍ଟୋନର(ଗାଲ୍‌ଷ୍ଟୋନ୍) ଲକ୍ଷଣ ଭାବରେ ବିବେଚନା କରାଯାଇପାର।

କାହିଁକି ହୁଏ ପେଟ ଯନ୍ତ୍ରଣା: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଦ୍ୟ ଖାଇବା ପରେ ହଜମ ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଯଦି ଏହି ସମୟ ମଧ୍ୟରେ ପେଟରେ ଯନ୍ତ୍ରଣା ହୁଏ, ତେବେ ଏହା ବିଲିୟାରି କୋଲିକର କାରଣ ମଧ୍ୟ ହୋଇପାରେ। ଏହି ପରିସ୍ଥିତିରେ ପେଟର ଉପର ଭାଗରେ ସାମାନ୍ୟ ଯନ୍ତ୍ରଣା ହୁଏ ଏବଂ ବେଳେବେଳେ ଫୁଲା ମଧ୍ୟ ହୁଏ। ବିଶେଷଜ୍ଞମାନେ କହିଛନ୍ତି ଭାରି ଖାଦ୍ୟ ଖାଇବା ପରେ ଏହା ପ୍ରାୟତଃ ଘଟେ। ତେବେ ଏଭଳି ପରିସ୍ଥିତିରେ ପ୍ରଥମେ କିଡନୀ ଯାଞ୍ଚ କରିବା ଆବଶ୍ୟକ।

ଏହା ମଧ୍ୟ ପଢନ୍ତୁ: ପେଟରେ ଏହିସବୁ ଲକ୍ଷଣ ରହିଛି କି ? ଅବହେଳା କରନ୍ତୁ ନାହିଁ

ଗାଲଷ୍ଟୋନର ଲକ୍ଷଣ: ପ୍ରକାଶଥାଉକି, ଯେତେବେବେଳେ ଷ୍ଟୋନ କଥା ଆସେ ସେତେବେଳେ ଗାଲ୍ ବ୍ଲାଡରରେ ଷ୍ଟୋନ ସବୁଠାରୁ ବିପଜ୍ଜନକ ଭାବରେ ବିବେଚନା କରାଯାଏ। ଏଥିରେ ପଥରଗୁଡିକ ଗଲ୍ ବ୍ଲାଡରରେ ଗଚ୍ଛିତ ହେବା ଆରମ୍ଭ କରେ ଏବଂ ପେଟରେ ଯନ୍ତ୍ରଣା ଆରମ୍ଭ ହୁଏ। ଗଲ୍ ବ୍ଲାଡରରେ ସୃଷ୍ଟି ହୋଇଥିବା ପଥରଗୁଡିକ ବହୁ କଷ୍ଟରେ ବାହାର କରାଯାଇଥାଏ। ଯେତେବେଳେ ପିତ୍ତରେ ପଥର ଜମା ହେବା ଆରମ୍ଭ ହୁଏ, ସେତେବେଳେ ପେଟରେ ଯନ୍ତ୍ରଣା ହୁଏ। ଯକୃତ ପେଟରେ ଥିବା ଚର୍ବିକୁ ହଜମ କରିବା ଏବଂ ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ ପିତ୍ତ ସୃଷ୍ଟି କରେ। ଗଲ ବ୍ଲାଡର ପେଟର ଡାହାଣ ପାର୍ଶ୍ୱରେ ଯକୃତର ତଳେ ଏକ ଛୋଟ ଅଙ୍ଗ । ଏଥିରେ ବାଇଲ ନାମକ ଏକ ହଜମକାରୀ ତରଳ ଥାଏ, ଯାହା କ୍ଷୁଦ୍ର ଅନ୍ତନଳୀରେ ନିର୍ଗତ ହୁଏ । ଗାଲ୍ ଷ୍ଟୋନ୍ ଗାଲ୍‌ବ୍ଲାଡଡରରେ ସୃଷ୍ଟି ହୋଇପାରେ । ଆରମ୍ଭରେ ଏହାର କୌଣସି ଲକ୍ଷଣ ନଥାଏ, ଯଦି ଏହାର ସଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଅସ୍ତ୍ରୋପଚାରର କରିବାକୁ ପଡିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.