ETV Bharat / sukhibhava

ନିପାତ ହେବ ନିପା ଭାଇରସ ! ଟିକାର ହ୍ୟୁମାନ ଟ୍ରାଏଲ ଆରମ୍ଭ

author img

By ETV Bharat Odisha Team

Published : Jan 11, 2024, 5:13 PM IST

Nipah Virus Vaccine Testing: ନିପା ଭାଇରସ ଟିକାର ହ୍ୟୁମାନ ଟ୍ରାଏଲ ଆରମ୍ଭ କରିଲା ଅକ୍ସଫୋର୍ଡ ୟୁନିଭରସିଟି । ଅଧିକ ପଢନ୍ତୁ

Nipah Virus Vaccine
Nipah Virus Vaccine

ହାଇଦ୍ରାବାଦ: ନିପା ଭାଇରସର ଭ୍ୟାକ୍ସିନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ଆସିବ ନିପା ଟିକା ! ଅକ୍ସଫୋର୍ଡ ୟୁନିଭରସିଟି ପକ୍ଷରୁ ଏହାର ହ୍ୟୁମାନ ଟ୍ରାଏଲ ଆରମ୍ଭ କରାଯାଇଛି । ଭାରତର କେରଳ ସମେତ ଏସିଆର ଅନେକ ସ୍ଥାନରେ ଚିନ୍ତାର କାରଣ ସାଜିଛି ନିପା ଭାଇରସ । ତେବେ ଏହି ଭାଇରସରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଭ୍ୟାକ୍ସିନ ବାହାରି ନାହିଁ । ଆଷ୍ଟ୍ରାଜେନେକା ଏବଂ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କୋଭିଡ-19 ପାଇଁ ଯେଉଁ ଟେକନିକ ବ୍ୟବହାର କରିଥିଲେ, ଉକ୍ତ ଟେକନିକ ବ୍ୟବହାର କରାଯାଇ ହ୍ୟୁମାନ ଟ୍ରାଏଲ ଆରମ୍ଭ କରାଯାଇଛି ।

ସୂଚନାନୁସାରେ, ପ୍ରାୟ 25 ବର୍ଷ ପୂର୍ବେ ମାଲେସିଆରୁ ନିପା ଭାଇରସ ଚିହ୍ନଟ ହୋଇଥିଲା । ଏହାପରେ ବାଲାଂଦେଶ, ଭାରତ ଏବଂ ସିଙ୍ଗାପୁରରେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅକ୍ସଫୋର୍ଡ ୟୁନିଭରସିଟିର ପାଣ୍ଡେମିକ ସାଇନ୍ସର ମୁଖ୍ୟ କହିଛନ୍ତି, "ପ୍ରଥମ ଫେଜରେ 18ରୁ 55 ବର୍ଷ ମଧ୍ୟରେ 52ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ଏହି ଟେଷ୍ଟିଂ କରାଯିବ । ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଏବଂ ସେଫ୍ଟି ନେଇ ଅନୁଧ୍ୟାନ କରାଯିବ । ଏହି ଟେଷ୍ଟିଂରେ ସାମିଲ ହୋଇଥିବା ସମସ୍ତ ଅଂଶଗ୍ରହଣକାରୀ ଗତ ସପ୍ତାହରେ ଟିକା ନେଇଥିଲେ । ପୂର୍ବରୁ କୋଭିଡ-19 ପାଇଁ ଆଷ୍ଟ୍ରାଜେନେକା ଏବଂ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବ୍ୟବହୃତ କରୁଥିବା ଟେକନିକକୁ ବ୍ୟବହାର କରି ହ୍ୟୁମାନ ଟ୍ରାଏଲ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Nipah Virus Precautions: ନିପା ଭାଇରସ ଦୂର ପାଇଁ ସଚେତନତା ଜରୁରୀ

ଏନେଇ ସିଇପିଆଇ(Coalition for Epidemic Preparedness Innovations)ର ସହ ନିର୍ଦ୍ଦେଶକ ଇନ କ୍ୟୁଁ ଉନ କହିଛନ୍ତି, ନିପା ଭାଇରସ ମହାମାରୀ ସୃଷ୍ଟି କରିବାର ଆଶଙ୍କା ରହିଛି । ଚେମେଡି ରହିଥିବା ଅଞ୍ଚଳରେ ଏହି ଭାଇରସ ଅଧିକ ଦେଖାଯାଏ । ଅକ୍ସଫୋର୍ଡ ଭ୍ୟାକ୍ସିନ୍ ଗ୍ରୁପ୍ ଏହି ଟେଷ୍ଟିଂ କରୁଥିବା ବେଳେ CEPI ଅର୍ଥ ପ୍ରଦାନ କରୁଛି । ଏହା ଏକ ବିଶ୍ୱସ୍ତରୀୟ ସଂଗଠନ ଯାହା ସଂକ୍ରାମକ ରୋଗ ସହ ଲଢେଇ କରିବା ପାଇଁ ଟିକା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । 2022 ମସିହାରେ, ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ସଂକ୍ରାମକ ରୋଗ ସହାୟତାରେ ନିପା ଭାଇରସ୍ ଟିକା ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ ଏଥିରେ ସୁଫଳ ମିଳିବା ନେଇ ଆଶା କରାଯାଉଛି ।

ପ୍ରକାଶଥାଉକି, ଫଳ ଖାଉଥିବା ଚେମେଡିଙ୍କ ଦ୍ବାରା ସଂକ୍ରମଣ ହେଉଥିବା ସନ୍ଦେହ କରାଯିବା ପରେ ପରୀକ୍ଷା କରାଯାଇଥିଲା । ପରେ ଚେମେଡିଙ୍କ ନମୁନାରୁ ଭାଇରସ୍ ଥିବା ନେଇ ଜଣାପଡିଥିଲା । ନିପା ଭାଇରସ୍ ହେଉଛି ଏକ ପ୍ରକାର ରେସ୍ପିରେଟାରୀ ଭାଇରସ । ଏହା ଜ୍ୱର, ବାନ୍ତି, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ନିଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟା ସୃଷ୍ଟି କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.