ETV Bharat / sukhibhava

ଶୀତଦିନେ ଚର୍ମରୋଗ ସମସ୍ୟା, ଏହିପରି କରନ୍ତୁ ଚିକିତ୍ସା - କେମିତି ଦୂର ହେବ ଚର୍ମରୋଗ ସମସ୍ୟା

କାହିଁକି ଶୀତଦିନରେ ଅଧିକ ଚର୍ମରୋଗ ଦେଖାଯାଏ । ବିଭିନ୍ନ ରୋଗର ଲକ୍ଷଣ ଓ ଚିକିତ୍ସା ବାବଦରେ ଜାଣନ୍ତୁ

skin disease
skin disease
author img

By

Published : Jan 23, 2023, 3:26 PM IST

ୱାଶିଂଟନ: ଶୀତଦିନରେ ଥଣ୍ଡା-ଜ୍ବର ସାଙ୍ଗକୁ ଚର୍ମ ସମସ୍ୟା ମଧ୍ୟ ଦେଖାଯାଏ । ଅଧିକାଂଶ ଲୋକେ ଏହି କାରଣରୁ ଚିଡିଚିଡା ସ୍ବଭାବର ହୋଇଯାଆନ୍ତି । ବିଶେଷ କରି ସେନ୍ସିଟିଭ୍ ସ୍କିନ୍ ଥିବା ବ୍ୟକ୍ତିଙ୍କର ଶୀତଋତୁର ଅଧିକ ଚର୍ମ ସମସ୍ୟା ଦେଖାଯାଏ । ଚର୍ମରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଶୀତଋତୁରେ ଏକଜେମା, ଚିଲବ୍ଲେନ୍ସ, ରାଇନାଡୁଜ୍ ଫେନୋମେନୋନ, କୋଲ୍ଡ ୟୁଟିକାରିଆ ଏବଂ କୋଲ୍ଡ ପାନ୍‌କ୍ୟୁଲାଇଟିସ୍ ଦେଖାଯାଇଥାଏ । ଏସବୁ ସମସ୍ୟା ଅନ୍ୟ ଚର୍ମ ସମସ୍ୟା ତୁଳନାରେ ଚିକିତ୍ସା କରିବା କଷ୍ଟକର । ତେଣୁ ଏହି ଅବସ୍ଥାଗୁଡ଼ିକୁ କିପରି ଚିହ୍ନଟ କରିବେ ଏବଂ କେଉଁ ସମୟରେ ଡାକ୍ତରଙ୍କ ପରାମର୍ଶ ନେଲେ ରୋଗ ଉପଶମ ହୋଇପାରିବ, ଜାଣନ୍ତୁ...

ଏକଜେମା: ଏହା ହେଉଛି ଏକ ପ୍ରଦାହକାରୀ ଚର୍ମର ଅବସ୍ଥା, ଯାହା ଶୁଷ୍କ ଏବଂ କୁଞ୍ଚିତ ଚର୍ମ ସୃଷ୍ଟି କରେ । ସାବୁନ୍, ଡିଟରଜେଣ୍ଟ, ପରିବେଶ ପ୍ରଦୂଷଣ କିମ୍ବା ଖାଦ୍ୟ ଆଲର୍ଜି, ହରମୋନ୍ ପରିବର୍ତ୍ତନ ଏବଂ ଚର୍ମ ସଂକ୍ରମଣ ଦ୍ବାରା ସୃଷ୍ଟି ହୋଇପାରେ । ଆଷ୍ଟେଟୋଟିକ୍ ଏକଜେମାକୁ ଶୀତଦିନିଆ କୁଞ୍ଚନ ବା ୱିଣ୍ଟର ଇଚ୍ ମଧ୍ୟ କୁହାଯାଏ, ବୟସ୍କ ଲୋକଙ୍କଠାରେ ଏହା ସାଧାରଣତଃ ଅଧିକ ଦେଖାଯାଏ । ଶୀତଋତୁରେ, ଚର୍ମ ଶୁଷ୍କ ହୋଇପାରେ ଏବଂ କେତେକ କ୍ଷେତ୍ରରେ, ଫାଟିଯାଇଥାଏ । ଅତ୍ୟଧିକ ଶୁଷ୍କତା କାରଣରୁ କୁଣ୍ଡେଇ ହୋଇ ଘା' ମଧ୍ୟ ହୋଇପାରେ ।

ଏହାକୁ ରୋକିବା ପାଇଁ ପ୍ରଥମେ ଚର୍ମକୁ ହାଇଡ୍ରେଟ୍ ରଖିବା ହେଉଛି ପ୍ରାଥମିକ ଚିକିତ୍ସା । ଜଳ ଭିତ୍ତିକ ଲୋସନ ଚର୍ମ ଶୁଷ୍କକୁ ଆହୁରି ଖରାପ କରିପାରେ । ତେଣୁ ପେଟ୍ରୋଲିୟମ ଜେଲି, ମିନେରାଲ ଅଏଲ୍ କିମ୍ବା ଭେସଲିନ ପରି ଅଧିକ ତୈଳ ଥିବା ମଶ୍ଚରାଇଜର ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଏ । ଏକଜେମା ପାଇଁ ନିର୍ଦ୍ଦିଷ୍ଟ ଭାବରେ ପ୍ରସ୍ତୁତ ହୋଇଥିବା ହାଇପୋ ଆଲର୍ଜେନିକ୍ ଏବଂ ଆଣ୍ଟି-ଇଚ୍ ମଶ୍ଚରାଇଜର ମଧ୍ୟ ଉପଲବ୍ଧ ।

ଚିଲବ୍ଲେନ୍ସ: ଏହା ପର୍ନିଓ ଭାବରେ ମଧ୍ୟ ଜଣାଶୁଣା । ଏହି ସମସ୍ୟା ହେବା ଦ୍ବାରା ଚର୍ମ ଫୁଲିଯିବା ସହ ଆଙ୍ଗୁଠି, କାନ ଏବଂ ମୁହଁକୁ ପ୍ରଭାବିତ କରିଥାଏ । ଖରାପ ରକ୍ତ ସଞ୍ଚାଳନ, ରକ୍ତଭଣ୍ଡାରର ସଂକୋଚନ, ଅଟୋଇମ୍ୟୁନ ରୋଗର ଥିବା ବ୍ୟକ୍ତି ଏବଂ କମ୍ ଓଜନ ଥିଲେ ଏହି ରୋଗ ହୋଇଥାଏ । ଗୁରୁତର ଅବସ୍ଥାରେ ଫୁଲା ଏବଂ ଅଲସର ହୋଇପାରେ । କିନ୍ତୁ ଅଧିକାଂଶ ଲୋକଙ୍କ ପାଇଁ, ଏକରୁ ତିନି ସପ୍ତାହ ମଧ୍ୟରେ ରୋଗ ଠିକ୍ ହେବାକୁ ଲାଗେ । ଯେପର୍ଯ୍ୟନ୍ତ ଏହା ଠିକ୍ ହୋଇନଥାଏ ସେପର୍ଯ୍ୟନ୍ତ, ପ୍ରଭାବିତ ସ୍ଥାନକୁ ଶୀତରୁ ରକ୍ଷା କରିବା ଜରୁରୀ । ଯଦି ସମ୍ବେଦନଶୀଳ ସ୍ଥାନ ଫୁଲିବା ଆରମ୍ଭ କରେ, କିମ୍ବା ଜ୍ୱର, ମାଂସପେଶୀ ଯନ୍ତ୍ରଣା ଏବଂ ଥଣ୍ଡା ବିକଶିତ ହୁଏ, ତେବେ ଚର୍ମ ରୋଗ ବିଶେଷଜ୍ଞ କିମ୍ବା ଚିକିତ୍ସକଙ୍କୁ ଦେଖାଇବା ଉଚିତ୍ ।

ରାଇନାଡୁଜ୍ ଫେନୋମେନୋନ: ଚିଲବ୍ଲେନ୍ ପରି, ଏହା ହେଉଛି ଏକ ଏପରି ଚର୍ମର ଅବସ୍ଥା ଯାହା ଶୀତରେ ଆଙ୍ଗୁଠି ଏବଂ ଆଙ୍ଗୁଠିରେ ରକ୍ତବାହୀର ସଙ୍କୋଚନକୁ ପ୍ରଭାବିତ କରିଥାଏ । ପ୍ରଭାବିତ ସ୍ଥାନ୍ ଖୁବ୍ ଯନ୍ତ୍ରଣାଦାୟକ ହୋଇପାରେ ଏବଂ ଯେତେବେଳେ ଗୁରୁତର ହୁଏ, ଅଲସର ହୋଇପାରେ । ଏହାକୁ ଚିକିତ୍ସା କରିବା ପାଇଁ, କୋଲ୍ଡ-ୱେଦର ଏକ୍ସପୋଜରରୁ ଦୂରେଇ ରହିବା ଆବଶ୍ୟକ । ଏହି ରୋଗୀମାନେ ସର୍ବଦା ଶୀତବସ୍ତ୍ର ପିନ୍ଧିବା ସହ ହାତ-ପାଦକୁ ଗ୍ଲୋଭ୍ସରେ ଘୋଡାଇ ରଖିବା ଉଚିତ୍ । ଏହା ସାଙ୍ଗକୁ ତମାଖୁ, କଫିନ୍ ଏବଂ ଡିକୋଙ୍ଗେଷ୍ଟାଣ୍ଟ(decongestants)ରୁ ଦୂରେଇ ରୁହନ୍ତୁ । ଡିକୋଙ୍ଗେଷ୍ଟାଣ୍ଟ ହେଉଛି, ଏପରି ଔଷଧ ଯାହା କିଛି ସମୟ ପାଇଁ ରୋଗର ପ୍ରଭାବକୁ ବନ୍ଦ କରିଦେଇଥାଏ ।

କୋଲ୍ଡ ୟୁରଟିକାରିଆ: ଏହା ହେଉଛି ଏକ ଚର୍ମରୋଗ, ଯାହା ଏକ ଅଟୋଇମ୍ୟୁନ୍ ପ୍ରତିକ୍ରିୟା ଦ୍ବାରା ସୃଷ୍ଟି ହୋଇଥାଏ । ଚର୍ମର ତାପମାତ୍ରାରେ ହଠାତ୍ ହ୍ରାସ ଘଟିଲେ ଏହି ରୋଗ ହୋଇଥାଏ । ଏଗୁଡ଼ିକ ହେଉଛି ଲାଲ୍ ରଙ୍ଗର, କୁଞ୍ଚିତ ଏବଂ ଫୁଲିଯାଇଥିବା ସ୍ଥାନ ।

କୋଲ୍ଡ ପାନ୍‌କ୍ୟୁଲାଇଟିସ୍: ଏହା ଚର୍ମରେ ବିସ୍ତାରିତ, ଲାଲ ଏବଂ ଯନ୍ତ୍ରଣାଦାୟକ । କୋଲ୍ଡ ଏକ୍ସପୋଜର ଲଗାଇବାର 12ରୁ 72 ଘଣ୍ଟା ପରେ ଦେଖାଯାଏ । ଅତ୍ୟଧିକ ଆଇସକ୍ରିମ୍ ଖାଉଥିବା ପିଲାମାନଙ୍କ ଦେହରେ ଏହି ସମସ୍ୟା ଅଧିକ ଦେଖାଯାଏ । ବିଶେଷ କରି ଏହି ସମସ୍ୟା ଛୋଟ ପିଲାଙ୍କଠାରେ ଦେଖାଯାଏ । ଗରମ ଚିକିତ୍ସାରେ ରହିବା ସହ ଥଣ୍ଡା ଖାଦ୍ୟଠୁ ଦୂରେଇ ରହିଲେ ଏହା ଛାଡି ଯାଇଥାଏ । ଯଦି ସମସ୍ୟା ଗମ୍ଭୀର ରହେ କିମ୍ବା ଦୀର୍ଘଦିନ ପର୍ଯ୍ୟନ୍ତ ଠିକ୍ ନହୁଏ, ତେବେ ଡାକ୍ତରଙ୍କ ପରାମର୍ଶ କରାଇନେବା ଉଚିତ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.