ETV Bharat / sukhibhava

ଆପଣଙ୍କୁ ଯେତେବେଳେ 30 ବର୍ଷ ହେବ, କିପରି ନେବେ ନିଜର ଯତ୍ନ - you in 30

ଚିକିତ୍ସା ଶାସ୍ତ୍ରକୁ ଅନୁଶୀଳନ କଲେ 30 ବର୍ଷ ପରେ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ହେଲେ ଏ ସମୟରେ ନିଜ ଶରୀରର ଯତ୍ନ ନେବା ପାଇଁ ଅନେକ ସରଳ ଉପାୟ ରହିଛି, ଯଦ୍ବାରା ଆପଣ ନିଜେ ନିଜ ଶରୀରର ଆବଶ୍ୟକ ଯତ୍ନ ନେଇପାରିବେ। ଏଠାରେ କିଛିଟା ଉପାୟ ଉଲ୍ଲେଖ କରାଯାଉଛି। ଅଧିକ ଖବର ପଢନ୍ତୁ...

ଆପଣଙ୍କୁ ଯେତେବେଳେ 30 ବର୍ଷ ହେବ, କିପରି ନେବେ ନିଜର ଯତ୍ନ

author img

By

Published : Nov 7, 2020, 6:31 AM IST

ବୟସ ତିରିଶି ହେଲେ ଆପଣଙ୍କ ଶରୀରରେ ବହୁତ କିଛି ପରିବର୍ତ୍ତନ ଆସିଥାଏ । ଆପଣଙ୍କ ଅଙ୍ଗପ୍ରତ୍ୟଙ୍ଗର କିଛି ଅଂଶରେ ରୋଗ ସୃଷ୍ଟି ହେବା ସମ୍ଭାବନା ବଢିଯାଏ, ଯାହାକି 20 ବର୍ଷ ବୟସରେ ଆପଣ କେବେ ଚିନ୍ତା ବି କରିନଥିବେ। ବୟସ ତିରିଶି ପରେ ଅଚାନକ ଶରୀର ପୀଡ଼ାରୁ ଆରମ୍ଭ କରି ମେଟାବୋଲିଜମ୍ କମିବା, କିଡନୀ ଷ୍ଟୋନର ରିସ୍କ ବଢିବା ଏବଂ ମହିଳାଙ୍କ ମଧ୍ୟରେ ୟୁରିନାରୀ ଟେଷ୍ଟ ଇନଫେକସନ (ୟୁଟିଆଇ) ଆଦି ସମ୍ଭାବନା ଦେଖିବାକୁ ମିଳିଥାଏ। ଚିକିତ୍ସା ଶାସ୍ତ୍ରକୁ ଅନୁଶୀଳନ କଲେ 30 ବର୍ଷ ପରେ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ହେଲେ ଏ ସମୟରେ ନିଜ ଶରୀରର ଯତ୍ନ ନେବା ପାଇଁ ଅନେକ ସରଳ ଉପାୟ ରହିଛି, ଯଦ୍ବାରା ଆପଣ ନିଜେ ନିଜ ଶରୀରର ଆବଶ୍ୟକ ଯତ୍ନ ନେଇପାରିବେ। ଏଠାରେ କିଛିଟା ଉପାୟ ଉଲ୍ଲେଖ କରାଯାଉଛି ।

1. ନଜର ରଖନ୍ତୁ କ’ଣ ସବୁ ଖାଉଛନ୍ତି

ତିରିଶି ବର୍ଷ ପରେ ବଦଳୁଥିବା ଶାରିରୀକ ଅବସ୍ଥା ଅନୁଯାୟୀ ଜୀବନ ଶୈଳୀରେ ଘଟୁଥିବା ପରିବର୍ତ୍ତନ ଆମକୁ ଗ୍ରହଣ କରିବାକୁ ପଡ଼ିବ। ଯୁବ ଅବସ୍ଥାରେ ଆପଣଙ୍କର ଶରୀର ସବୁଠାରୁ ଭଲ ଅବସ୍ଥାରେ ରହୁଥିବାରୁ ସେତେବେଳେ ଶରୀରର ଅଙ୍ଗପ୍ରତ୍ୟଙ୍ଗ କାମ କରିବାରେ କୌଣସି ବାଧା ନଥାଏ । କିନ୍ତୁ 30 ବର୍ଷ ପରେ ଏସବୁ କାମ କରିବା ଶିଥିଳ ହେବା ଆରମ୍ଭ କରେ ଏବଂ ଏହା ଆପଣଙ୍କୁ ଶିଥିଳ କରିଦିଏ। ସୁତରାଂ ଏ ସମୟରେ ତୈଳ, ମସଲାଯୁକ୍ତ ଏବଂ ମିଠା ଆଦି ଖାଦ୍ୟର ପରିମାଣ ଯେତେ ଅଧିକ କମାଇ ଦେବା ସେତେ ଭଲ। ଏ ସମୟରେ ସାଲାଡ୍, ଫଳ, ଶାଗ ଜାତୀୟ ପନିପରିବା ଏବଂ କାକୁଡି, ଗାଜର, ମୂଳା ଇତ୍ୟାଦି ଫାଇବର ଯୁକ୍ତ ଖାଦ୍ୟ ସାମଗ୍ରୀ ଅଧିକ ଖାଇଲେ ଏହା କୋଲେଷ୍ଟ୍ରାଲ, ହୃଦ୍ ରୋଗ, ଉଚ୍ଚ ରକ୍ତଚାପ ଆଦି ସମ୍ଭାବନା କମାଇବାରେ ସହାୟକ ହୋଇଥାଏ। ଏବଂ ଆପଣଙ୍କ ମାଆ କହି ଆସୁଥିବା କଥାକୁ କଦାପି ଭୁଲିବେ ନାହିଁ ଏବଂ ଏକ ନିର୍ଦ୍ଦିଷ୍ଟ ସମୟରେ ଖାଦ୍ୟ ଖାଇବେ ।

2. ନିୟମିତ ବ୍ୟାୟାମ ଆରମ୍ଭ କରିବା

ଏବେ ସୁଦ୍ଧା ଆପଣ ଶହେ ବାର ଏହା ଶୁଣିସାରିଥିବେ ଏବଂ ଏହାକୁ ଗୁରୁତର ସହ ଗ୍ରହଣ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ନିଜକୁ ଫିଟ୍ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଦିଅନ୍ତୁ। ଏ ସମୟରେ ନିୟମିତ ଚାଲିବା, ଧୀରେ ଧୀରେ ଜଗିଂ କରିବା ଆଦି ଆରମ୍ଭ କରିଦେବାକୁ ହେବ ଏବଂ ଏହାକୁ ଆସ୍ତେ ଆସ୍ତେ ଆଗକୁ ବଢାଇବାକୁ ହେବ। ଏଥିପାଇଁ ଆପଣ ଜଣେ ପ୍ରଫେସନାଲ ଟ୍ରେନର ସହ ଯୋଗାଯୋଗ କରିପାରନ୍ତି ଯେ କି ଆପଣଙ୍କୁ ଠିକଣା ବାଟ ଦେଖାଇପାରିବେ। ନିୟମିତ ବ୍ୟାୟାମ ଦ୍ବାରା ଆପଣଙ୍କ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ପୂରା ଶରୀର ବ୍ୟବସ୍ଥା ବେଶ୍ ସୁସ୍ଥ ରହିଥାଏ ବୋଲି ଅନେକ

ଗବେଷଣାରୁ ଜଣାଯାଇଛି।

3. ଉତ୍ତେଜନାରୁ ଦୂରେଇ ରୁହନ୍ତୁ

ତିରିଶି ବର୍ଷ ହୋଇଗଲେ ଆପଣଙ୍କୁ କିଛିଟା ସ୍ବାର୍ଥପର ହେବାକୁ ପଡ଼ିବ ଏବଂ ନିଜର ଶାନ୍ତି ପାଇଁ ନିଜେ ଚିନ୍ତା କରିବାକୁ ପଡ଼ିବ। ଏହା ଅର୍ଥ ଆପଣଙ୍କ ଜୀବନରୁ ବିଷତୁଲ୍ୟ ଲୋକଙ୍କୁ ବାଦ୍ ଦେବାକୁ ପଡ଼ିବ। ଅନେକ ଦୃଢ ନିଷ୍ପତ୍ତି ନିଅନ୍ତୁ ଯାହାକି ଆପଣଙ୍କୁ ଉତ୍ତେଜନା ସୃଷ୍ଟି କରୁଥିବା ଭଳି ଅବସ୍ଥାରୁ ଦୂରେଇ ରଖିବ। ଏପରି ନିଷ୍ପତ୍ତି ନିଅନ୍ତୁ ଯେପରି ଆପଣ କେବେ ବି ନିଜକୁ ଅସୁରକ୍ଷିତ ମନେ କରିବେ ନାହିଁ। ନିଜକୁ ଭଲ ପାଇବା ଅଭ୍ୟାସ ଜାରି ରଖନ୍ତୁ ଏବଂ ନିଜର ସାମର୍ଥ୍ୟଠାରୁ ଅଧିକ ଆଶା କରନ୍ତୁ ନାହିଁ। ଘରେ, ପରିବାରରେ କିମ୍ବା ଅଫିସରେ ସମସ୍ତଙ୍କ ସହ ମିଳିମିଶି ଚଳନ୍ତୁ। ଚିନ୍ତା ଓ ଉତ୍ତେଜନା ଦ୍ବାରା ଶରୀରରେ ହରମୋନ ଭାରସାମ୍ୟ କମିଥାଏ କିମ୍ବା ହୃଦ୍ ସ୍ପନ୍ଦନ ବଢାଇଥାଏ।

4. ରୁଟିନ୍ ତିଆରି କରନ୍ତୁ

ନିଜକୁ ସୁସ୍ଥ ଓ ସକ୍ରିୟ ରହିବାକୁ ଚାହୁଁଥିଲେ ଦିନଚର୍ଯ୍ୟା କିପରି ରହିବ ତାହାର ରୁଟିନ୍ ତିଆରି କରନ୍ତୁ, ଯାହାଦ୍ବାରା ଆପଣ ଭଲ କାମ କରିପାରିବେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣଙ୍କ ପାଇଁ ଅସୁବିଧା ହେଲା ଭଳି କିଛି କରି ବସିବେ। ସମୟ ପଛେ ଲାଗୁ ହେଲେ ନିଜକୁ ସହଜ ହେଲା ଭଳି କାମ କରନ୍ତୁ। ରାତି ଅଧିଆ ବା ଅଚାନକ କୌଣସି ବଡ଼ ପରିବର୍ତ୍ତନ ହୋଇଯିବ ନାହିଁ । ଦିନରେ କୌଣସି ବଡ଼ କାମ ଥିଲେ ସେଥିପାଇଁ ନିର୍ଦ୍ଦିଷ୍ଟ

ସମୟ ସ୍ଥିର କରନ୍ତୁ ଏବଂ ଦେଖିବେ ଏହା ଆପଣଙ୍କୁ ଦିନ ସାରା ଉତ୍ସାହିତ କରି ରଖିବ। ରୁଟିନ୍ ଅନୁସରଣ କରିବା ଅର୍ଥ ଆପଣ ଆପଣଙ୍କର ସ୍ବାସ୍ଥ୍ୟ ଏବଂ ଫିଟନେସ୍ ପାଇଁ ଯାହାସବୁ କରିବା କଥା ତାହାକୁ ଆଦୌ ଭୁଲିଯିବେ ନାହିଁ । ଦେଖିବେ ପରବର୍ତ୍ତୀ ଅବସ୍ଥାରେ ଏହା ଆପଣଙ୍କ ପାଇଁ ବରଦାନ ସଦୃଶ ପ୍ରମାଣିତ ହେବ। ମହିଳାଙ୍କ ଜୀବନରେ ତିରିଶି ବର୍ଷ ବୟସ ପରବର୍ତ୍ତୀ ସମୟ ଏକ ପ୍ରମୁଖ ପରିବର୍ତ୍ତନ ଆଣିଥାଏ। ହେଲେ ଶାରିରୀକ ଏବଂ ମନସ୍ତାତ୍ତ୍ବିକ କ୍ଷେତ୍ରରେ ଆମେ ସୁରକ୍ଷିତ ରହିପାରିଲେ ଏହା ସବୁଠାରୁ ଶ୍ରେଷ୍ଠ ସମୟରେ ପରିଣତ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.