ETV Bharat / sukhibhava

ଶୀତ ଋତୁରେ ବୃଦ୍ଧି ପାଏ କୋଲେଷ୍ଟ୍ରଲ, ଖାଆନ୍ତୁ ଏହି ଖାଦ୍ୟ

author img

By ETV Bharat Odisha Team

Published : Dec 7, 2023, 12:44 PM IST

High Cholesterol In Winter: ଶୀତ ଋତୁରେ ବୃଦ୍ଧି ପାଇଥାଏ କୋଲେଷ୍ଚ୍ରଲ । ତେବେ ଏବହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଖାଆନ୍ତୁ ଏହି ଖାଦ୍ୟ

Cholesterol
Cholesterol

ହାଇଦ୍ରାବାଦ: ଆଜିକା ସମୟର ପରିବର୍ତ୍ତିତ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅନେକ ଲୋକ କୋଲେଷ୍ଚ୍ରଲ ସମସ୍ୟା ଦେଇ ଗତି କରୁଛନ୍ତି । ସାଧାରଣତଃ ରକ୍ତରେ ଦୁଇ ପ୍ରକାର କୋଲେଷ୍ଟ୍ରେଲ ରହିଥାଏ । ଭଲ କୋଲେଷ୍ଟ୍ରଲ HDL(ହାଇ ଡେନସିଟି ଲିପୋପ୍ରୋଟେନ୍) ଏବଂ ଖରାପ କୋଲେଷ୍ଟ୍ରଲ LDL(ଲୋ' ଡେନ୍‌ସିଟି ଲିପୋପ୍ରୋଟେନ୍) ଏହି ଦୁଇ ପ୍ରକାରର ରହିଥାଏ । ହାଇ ଡେନ୍‌ସିଟି ଲିପୋପ୍ରୋଟିନ୍‌ ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଷ ଗଠନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଅନ୍ୟପଟେ ଲୋ' ଡେନ୍‌ସିଟି ଲିପୋପ୍ରୋଟେନ୍ ହାର୍ଟ ଏବଂ ଧମନୀର ଉପରି ଭାଗରେ ଜମା ହୋଇଯାଇଥାଏ। ଯାହା ଦ୍ବାରା ହାର୍ଟକୁ ରକ୍ତ ସଞ୍ଚାଳନରେ ସମସ୍ୟା ଦେଖାଯାଇଥାଏ ।

କୋଲେଷ୍ଟ୍ରଲ ବୃଦ୍ଧି ହେଲେ ଶରୀରରେ କଣ ହୁଏ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସାଧାରଣତଃ ଶୀତ ଋତୁରେ କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ । ଶରୀର କୋଷର ଗଠନ, ଭିଟାମିନ୍‌ ଏବଂ ହରମୋନରେ ପରିବର୍ତ୍ତନରେ କୋଲେଷ୍ଟ୍ରଲର ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ । ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ଯୋଗୁଁ ଅନେକ ପ୍ରକାର ପରିବର୍ତ୍ତନ ଆସିଥାଏ । ତେବେ ଏହାର କାରଣ ଅନେକ ହୋଇଥାଏ । କିନ୍ତୁ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଯେପରିକି ପାମ୍ ତେଲ, ନଡିଆତେଲରେ ତିଆରି ଖାଦ୍ୟ ଖାଇବା ଦ୍ବାରା କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ । ଶରୀରରେ ଲୋ' ଡେନସିଟି ଲିପୋପ୍ରୋଟେନର ବୃଦ୍ଧି ଯୋଗୁଁ ହାର୍ଟଆଟାର, ହାର୍ଟ ଫେଲିୟର ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି ପାଇଥାଏ । ବିଶେଷକରି ଯେଉଁମାନଙ୍କର ରକ୍ତଚାପର ସମସ୍ୟା ରହିଛି ସାମାନେ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ ବୋଲି କୁହାଯାଇଛି । ଏହାସହ ସଠିକ ଡାଏଟ୍‌ ମଧ୍ୟ ଆପଣାଇବା ଉଚିତ । ପୁଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ଶରୀରରେ ଖରାପ କୋଲେଷ୍ଟ୍ରଲର ବୃଦ୍ଧିକୁ ରୋକିହେବ । ତେବେ କେତେକ ଖାଦ୍ୟ ଦ୍ବାରା ମଧ୍ୟ ଖରାପ କୋଲେଷ୍ଚ୍ରଲର ମାତ୍ରାକୁ ରୋକିପାରିବା।

ଏହା ମଧ୍ୟ ପଢନ୍ତୁ: ଅଧିକ ପାଣି ପିଇଲେ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୁଏ କି ? ହାର୍ଟ ପାଇଁ ପାଣି କେତେ ଜରୁରୀ ଜାଣନ୍ତୁ

  • ଦଲିଆ: ଏହା ରକ୍ତରେ ରହିଥିବା କ୍ଷତିକାରକ କୋଲେଷ୍ଟ୍ରଲର ବୃଦ୍ଧକୁ ରୋକିଥାଏ । ଦଲିଆ ଶରୀର ଉପରେ ସୁପ୍ରଭାବ ପକାଇଥାଏ। ଏଥିରେ ଅଧିକ ପରିମାଣରେ ଫାଇବର ରହିଥାଏ, ଯାହା ଲୋ' ଡେନ୍‌ସିଟି ଲିପୋପ୍ରୋଟେନକୁ ହ୍ରାସ କରିଥାଏ । ତେବେ ଦଲିଆ ବ୍ୟତୀତ ଶସ୍ୟଜାତୀୟ ଖାଦ୍ୟ, ଆପଲ ଏବଂ ଆଖୁ ମଧ୍ୟ ଖରାପ କୋଲେଷ୍ଟ୍ରଲ୍‌ର ମାତ୍ରାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହି ସବୁ ଖାଦ୍ୟକୁ ସକାଳ ଜଳଖିଆରେ ସାମିଲ କରିବା ଉଚିତ ।
  • ଓମେଗା-3 ଫ୍ୟାଟି ଏସିଡ୍‌: ସୋରିସ ତେଲ, ମାଛ, ଫ୍ଲାକ୍ସ ସିଡ୍‌, ଚିଆସିଡ୍‌ରେ ଅଧିକ ମାତ୍ରାରେ ଓମେଗା-3 ଫ୍ୟାଟି ଏସିଡ୍‌ ରହିଥାଏ । ଏଥିରେ ଭଲ କୋଲେଷ୍ଟ୍ରଲର ମାତ୍ରା ଅଧିକ ରହିଥାଏ । ଯାହା ଶରୀର ପାଇଁ ଅତ୍ୟନ୍ତ ଦରକାରୀ ଅଟେ । ଖାସ କରି ଶୀତ ଋତୁରେ ଚିଆ ସିଡ୍‌, ଅଳସୀ ମଞ୍ଜି ଏବଂ ବାଜରା ଖାଇବା ଉଚିତ ।
  • ଡ୍ରାଏ ଫ୍ରୁଟ୍ସ: ଅଖରୋଟରେ ଭଲ କୋଲେଷ୍ଟ୍ରଲର ମାତ୍ରା ଅଧିକ ରହିଥାଏ । ଏଥିରେ ଅଧିକ ପରିମାଣରେ ମଲ୍ଟି ଭିଟାମିନ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ରହିଥାଏ । କିନ୍ତୁ ଅଧିକ ମାତ୍ରାରେ ବାଦାମ ଖାଇବା ଅନୁଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ବିଦ୍ର: ଏହା ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧାରିତ ଖବର। କିନ୍ତୁ କୋଲେଷ୍ଟ୍ରଲ ଜନିତ ସମସ୍ୟା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.