ETV Bharat / sukhibhava

କୋରୋନାରେ ଆକ୍ରାନ୍ତ ହୋଇ ଘରେ ଅଛନ୍ତି ? ଏମିତି ନିଅନ୍ତୁ ମାନସିକ ସ୍ବାସ୍ଥ୍ୟର ଯତ୍ନ

author img

By

Published : Jan 20, 2022, 7:24 PM IST

ଆମ ଦେଶରେ ଏବେ ହୁ ହୁ ମାଡି ଚାଲିଛି କୋରୋନାର ୩ୟ ଲହର । ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକେ ଏଥିରେ ସଂକ୍ରମିତ ହେଉଛନ୍ତି । ତେବେ ଯଦି ଆପଣ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇଛନ୍ତି, ତେବେ ନିଜ ମାନସିକ ସ୍ବାସ୍ଥ୍ୟର ଯତ୍ନ ପାଇଁ କରନ୍ତୁ ଏହି କାର୍ଯ୍ୟ । ଅଧିକ ପଢନ୍ତୁ

କୋରୋନାରେ ଆକ୍ରାନ୍ତ ହୋଇ ଘରେ ଅଛନ୍ତି ? ଏମିତି ନିଅନ୍ତୁ ମାନସିକ ସ୍ବାସ୍ଥ୍ୟର ଯତ୍ନ
କୋରୋନାରେ ଆକ୍ରାନ୍ତ ହୋଇ ଘରେ ଅଛନ୍ତି ? ଏମିତି ନିଅନ୍ତୁ ମାନସିକ ସ୍ବାସ୍ଥ୍ୟର ଯତ୍ନ

ହାଇଦ୍ରାବାଦ: କୋଭିଡ଼ରେ ଆକ୍ରାନ୍ତ ହେବା ପରେ ସଂକ୍ରମଣ ଦୃଷ୍ଟିରୁ କ୍ବାରେଣ୍ଟାଇନରେ ରହିବାକୁ ପଡୁଛି । ଏହି ସମୟରେ ଅନେକ ଆକ୍ରାନ୍ତ ନିଜକୁ ଏକାକୀ ମନେ କରୁଛନ୍ତି । ଯେଉଁମାନେ ପୂର୍ବରୁ ମାନସିକ ରୋଗରେ ପୀଡିତ ସେମାନଙ୍କ ପାଇଁ ଏହା ଅଧିକ କଷ୍ଟସାଧ୍ୟ ହୋଇପାରେ । ଯଦି ଆପଣ କୋଭିଡ଼ରେ ଆକ୍ରାନ୍ତ ହୁଅନ୍ତି ଏବଂ ଘରେ ଅଲଗା ହୋଇ ରହୁଛନ୍ତି ତେବେ ଆପଣଙ୍କର ମାନସିକ ସ୍ବାସ୍ଥ୍ୟର ଯତ୍ନ ନେବାରେ ନିମ୍ନଲିଖିତ କୌଶଳଗୁଡ଼ିକ ସହାୟକ ହୋଇପାରିବ ।

  • ଜ୍ବର ସହିତ ଯନ୍ତ୍ରଣା, ଦରଜ ଏବଂ ଗଳା ଯନ୍ତ୍ରଣା ପାଇଁ ପାରାସିଟାମୋଲ କିମ୍ବା ଇବୁପ୍ରୋଫେନ ବ୍ୟବହାର କରନ୍ତୁ ।
  • ସୁସ୍ଥ ଖାଦ୍ୟ ଖାଆନ୍ତୁ ।
  • ଆପଣ ଜ୍ବରରେ ପୀଡ଼ିତ ଥିଲେ ତରଳ ଜାତୀୟ ଖାଦ୍ୟ ଅଧିକ ଖାଆନ୍ତୁ ।
  • ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ବ୍ୟାୟାମ କରନ୍ତୁ ନାହିଁ । ଆପଣଙ୍କ ଶରୀର ସୁସ୍ଥ ହେବା ସହିତ ଧୀରେ ଧୀରେ ବ୍ୟାୟମ କରିବା ଆରମ୍ଭ କରନ୍ତୁ ।
  • ଦୀର୍ଘ ନିଶ୍ବାସ ନିଅନ୍ତୁ, ଯାହାକି ଆପଣଙ୍କୁ ଫୁସଫୁସ ସଂକ୍ରମଣରୁ ରକ୍ଷା କରିବ । ଏହାସହିତ ଆପଣଙ୍କୁ ଶାନ୍ତ ଓ ସୁସ୍ଥ ରଖିବାରେ ଏହା ସାହାଯ୍ୟ କରିବ ।
  • କ୍ବାରେଣ୍ଟାଇନରେ ରହିବା ସମୟରେ ବହି ପଢିବା ସହିତ ଫିଲ୍ମ ଦେଖନ୍ତୁ କିମ୍ବା କୌଣସି ପ୍ରକାର କ୍ରିଏଟିଭ କାମରେ ନିଜକୁ ବ୍ୟସ୍ତ ରଖନ୍ତୁ । ଏହା ଆପଣଙ୍କୁ ଅବସାଦଗ୍ରସ୍ତରୁ ରକ୍ଷା କରିବ ।
  • ନିଜ ପରିବାର ଓ ବନ୍ଧୁଙ୍କ ସହିତ ଫୋନ କିମ୍ବା ଅନଲାଇନରେ ଯୋଡି ହୋଇ ରହିଥାନ୍ତୁ ।

ଏଥିରୁ ନିଜକୁ ଦୂରେଇ ରଖନ୍ତୁ:-

ଚିନ୍ତା ଏବଂ ଅନିଶ୍ଚିତତା ସମୟରେ, ଯେପରିକି କୋଭିଡ଼ରେ ଆକ୍ରାନ୍ତ ହୋଇ ଘରେ ଅଲଗା ରହିବା ସମୟରେ ରୋଗୀ ଚାପଗ୍ରସ୍ତ ହୋଇ ଡ୍ରଗ୍ସ, ମଦ୍ୟପାନ, ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ସହିତ ଜୁଆ ଖେଳ ଭଳି କାର୍ଯ୍ୟରେ ନିଜକୁ ଲିପ୍ତ ରଖନ୍ତି । କିନ୍ତୁ ଏପରି କାର୍ଯ୍ୟରୁ ଦୂରେଇ ରହିବା ଆବଶ୍ୟକ । କାରଣ ଏହା ଆପଣ ସୁସ୍ଥ ହେବା ପରେ ମଧ୍ୟ ଅଭ୍ୟାସରେ ପଡିପାରେ । ଏହା ପରବର୍ତ୍ତୀ ସମୟରେ ଆପଣଙ୍କ ମସ୍ତିଷ୍କ ଉପରେ ପ୍ରଭାପ ପକାଇଥାଏ । ଏହାସହିତ ଅଶୁଭ ଖବରଠାରୁ ନିଜକୁ ଦୂରେଇ ରଖନ୍ତୁ ।

ପୂର୍ବରୁ ମାନସିକ ରୋଗରେ ପୀଡ଼ିତଙ୍କ ପାଇଁ କଷ୍ଟକର ହୋଇପାରେ:-

କୋରୋନା ମହାମାରୀ ମାନସିକ ଅବସାଦଗ୍ରସ୍ତ ରୋଗୀଙ୍କୁ ଅଧିକ ପ୍ରଭାବିତ କରିଥାଏ । କାରଣ ଗୋଟିଏ ଘରେ ବହୁତ ସମୟ ଧରି ରହୁଥିବାରୁ ସେମାନଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ମନକୁ ଖରାପ ଭାବନା ମଧ୍ୟ ଆସିଥାଏ । ଏଥିଲାଗି ଏହି ନିର୍ଦ୍ଦିଷ୍ଟ ବର୍ଗର ରୋଗୀମାନେ ନିଜର ଅଧିକ ଧ୍ୟାନ ନେବା ଉଚିତ । ଏମାନେ କିଛି ବ୍ୟାୟାମ ସହିତ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.