ETV Bharat / sukhibhava

Happy Hormone: ଆପଣ ବି ଖୁସି ରହିବାକୁ ଚାହୁଁଛନ୍ତି କି ? କରନ୍ତୁ ଏହି କାମ - ହାପି ହରମୋନ ବୃଦ୍ଧି

ଆପଣଙ୍କ ଖୁସି ଶରୀରରେ କେତେକ ହରମୋନ ଉପରେ ନିର୍ଭର କରେ । ତେବେ ଜାଣନ୍ତୁ କେମିତି ହାପି ହରମୋନ ବୃଦ୍ଧି କରି ନିଜେ ଖୁସି ରହିବେ

Happy Hormone
Happy Hormone
author img

By

Published : Jul 5, 2023, 11:58 AM IST

ହାଇଦ୍ରାବାଦ: ବହୁତ ଖୁସି କି ବହୁତ ଦୁଃଖୀ... ସବୁକିଛି କରିବା ପାଇଁ ହତାଶ କିମ୍ବା ଉତ୍ସାହିତ... ଏହି ସବୁ ଆପଣଙ୍କ ଶରୀରରେ ତିଆରି କେତେକ ହରମୋନ୍ ଦ୍ୱାରା ସ୍ଥିର ହୋଇଥାଏ । ଯେହେତୁ ଏହି ହରମୋନ୍‌ଗୁଡିକ ଖୁସିକୁ ବଜାୟ ରଖେ, ତେଣୁ ତାକୁ ହାପି ହରମୋନ୍ ମଧ୍ୟ କୁହାଯାଏ । ଯଦି ତୁମେ ଖୁସି ହେବ ଏବଂ ଭଲ ଅନୁଭବ କରିବ ତେବେ ଏହି ହରମୋନ୍ ସେହି ଇମୋସନ ବଜାୟ ରଖିବ । ଅନୁଭବ କରିବା ଏବଂ ଖୁସିରେ ରହିବା ପାଇଁ ଏହିପରି ହରମୋନର ସ୍ତର ବଜାୟ ରଖିବା ଆବଶ୍ୟକ । ତେବେ ଆପଣ ଜାଣିଛନ୍ତି କି କଣ କରିବା ଦ୍ବାରା ହାପି ହରମୋନ ବୃଦ୍ଧି ପାଇବ । ଆପଣାନ୍ତୁ ଏହି ଉପାୟ ଖୁସିରେ କଟିବ ଜୀବନ ।

ଅକ୍ସିଟୋସିନ:

  • ଏହା ଏକ ପ୍ରକାର ବଣ୍ଡିଂ ହରମୋନ ଅଟେ । ଯେତେବେଳେ ତୁମେ କାହା ସହିତ ସଂଯୁକ୍ତ ଅନୁଭବ କର ସେତେବେଳେ ଏହା ରିଲିଜ ହୁଏ ।
  • ଏହି ହରମୋନ ବୃଦ୍ଧି କରିବାକୁ ହେଲେ ଗୃହପାଳିତ ପଶୁଙ୍କ ସହ ସମୟ ବିତାଇପାରିବେ
  • ଆପଣ ବିଶେଷ କିମ୍ବା ପ୍ରିୟ ବ୍ୟକ୍ତିଙ୍କୁ ଆଲିଙ୍ଗନ କରିପାରିବେ
  • ଆପଣ ମଧ୍ୟ ନିଜ ପରିବାର କିମ୍ବା ସାଙ୍ଗମାନଙ୍କ ପାଇଁ ରୋଷେଇ କରି ଖୁସି ହୋଇପାରିବେ
  • ଆପଣଙ ନିକଟତର ବ୍ୟକ୍ତିଙ୍କ ସହିତ ହାତରେ ହାତ ମିଶାଇ ଚାଲିପାରିବେ

ଏଣ୍ଡୋଫିନ: ଏହି ହରମୋନ ଶରୀରରେ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଥାଏ । ଏହା ମସ୍ତିଷ୍କ ପାଇଁ ଏକ ପେନକୁଲାର ଭାବରେ କାର୍ଯ୍ୟ କରିଥାଏ। ଏହା ସହିତ, ଚାପ ଅଧିକ ହେଲେ କିମ୍ବା ଖୁସି ଅଧିକ ହେଲେ ଏହା ମଧ୍ୟ ତାହାକୁ ନିୟନ୍ତ୍ରଣ କରିଥାଏ । ଏହି ହରମୋନର ସ୍ତର ବୃଦ୍ଧି କରିବାକୁ ହେଲେ

  • ବ୍ୟାୟାମ କରିବା ଉଚିତ
  • ଅତ୍ୟାବଶ୍ୟକ ତେଲର ବ୍ୟବହାର ମଧ୍ୟ ଲାଭଦାୟକ ଅଟେ
  • ଡାର୍କ ଚକୋଲେଟ୍ ଖାଇବା ମଧ୍ୟ ଏହି ହରମୋନର ସ୍ତରକୁ ବୃଦ୍ଧି କରିଥାଏ
  • କମେଡି ଫିଲ୍ମ କିମ୍ବା କମେଡି ଶୋ ମଧ୍ୟ ଦେଖିପାରିବେ

ସିରାଟୋନିନ: ସିରାଟୋନିନ୍ ନାମକ ହରମୋନ୍ ଯୋଗୁଁ ମନୋବଳ ସ୍ଥିର ରହିଥାଏ । ଏହି ହରମୋନର ସ୍ବାଭାବିକତା ହେତୁ ନିଦ ମଧ୍ୟ ଭଲ ହୋଇଥାଏ । ଯେଉଁ କାରଣରୁ ଚିନ୍ତା କମିଯାଏ ଏବଂ ସୁଖ ବୃଦ୍ଧି ପାଇଥାଏ । ଏହି ହରମୋନର ସ୍ତର ବୃଦ୍ଧି କରିବାକୁ ହେଲେ

  • ଖରାରେ କିଛି ସମୟ ବୁଲିବା ଆବଶ୍ୟକ
  • ସକାଳୁ ସନ୍ଧ୍ୟାରେ ଚାଲିବା ଆବଶ୍ୟକ
  • ଯେଉଁମାନେ ମେଡିଟେସନ କରନ୍ତି ସେମାନଙ୍କ ମଧ୍ୟରେ ଏହି ହରମୋନ ବଢିଥାଏ
  • କାର୍ଡିଓ ଏକ୍ସରସାଇଜ ମଧ୍ୟ ସେରୋଟୋନିନ୍ ସ୍ତରକୁ ବୃଦ୍ଧି କରିଥାଏ

ଡୋପାମାଇନ: ଏହି ହରମୋନ୍ ହେଉଛି ଏକ ନ୍ୟୁରୋଟ୍ରାନ୍ସମିଟର ଯାହା 'ଫିଲ୍‌ ଗୁ଼ଡ' ଭଳି ଅନୁଭବ ଦେଇଥାଏ । ଯାହା ମସ୍ତିଷ୍କର ରିଭର୍ଟ ସିଷ୍ଟମକୁ ମଧ୍ୟ ସକ୍ରିୟ କରିଥାଏ । ଏହି ହରମୋନ୍ ସକ୍ରିୟ କରିବାକୁ ଆପଣ ପ୍ରିୟ ସଙ୍ଗୀତ ଶୁଣିପାରିବେ

  • ଆପଣ ଆପଣଙ୍କ ପ୍ରିୟ ମିଠା ଖାଇ ଉତ୍ସାହିତ ହୋଇପାରିବେ
  • ରାତିରେ ଭଲ ନିଦ ହେବା ମଧ୍ୟ ଏହି କ୍ଷେତ୍ରରେ ଲାଭଦାୟକ ଅଟେ

ଏହା ମଧ୍ୟ ପଢନ୍ତୁ: ମସ୍ତିଷ୍କରେ ହାପି ହରମୋନ୍ ଅଭାବ ଡ୍ରିପେସନର ଅନ୍ୟ ଏକ କାରଣ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.