ETV Bharat / sukhibhava

Dark Neck: ବେକରେ କଳାଦାଗ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ଥରେ ବେକରେ ମଇଳା ଜମା ହୋଇଗଲେ ଏହା ଶୀଘ୍ର ଭଲ ହୋଇନଥାଏ । ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଅଧିକ ପଢନ୍ତୁ

author img

By

Published : Jul 2, 2023, 7:53 AM IST

Dark Neck
Dark Neck

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ବର୍ଷା ଋତୁ । ଆର୍ଦ୍ର ପାଗରେ ଚର୍ମର ବିଶେଷ ଯତ୍ନ ନେବା ଆବଶ୍ୟକ । କାରଣ ଆଦ୍ରତା ଅଧିକ ରହିବା ଯୋଗୁଁ ବେଳେବେଳେ ବାହାରୁଥିବା ଝାଳରେ ଚର୍ମ କଳା ହେବାକୁ ଲାଗେ । ଯଦିଓ ମୁହଁକୁ ଟ୍ୟାନିଂରୁ ରକ୍ଷା କରିବା ପାଇଁ ଲୋକେ ସମସ୍ତ ପ୍ରକାରର ପଦକ୍ଷେପ ନେଇଥାଆନ୍ତି, କିନ୍ତୁ ବେକରେ ଜମା ହୋଇଥିବା ମଇଳାକୁ ଅଣଦେଖା କରିଦିଅନ୍ତି । ବେକର କଳାଦାଗ ସମଗ୍ର ଚେହେରାର ସୌନ୍ଦର୍ଯ୍ୟକୁ ପ୍ରଭାବିତ କରିଥାଏ । ତେବେ ଆପଣ ମଧ୍ୟ ଏହି ସମସ୍ୟା ପାଇଁ ଚିନ୍ତିତ ରହିଛନ୍ତି କି ? ଆଣାନ୍ତୁ ଏହି ଟିପ୍ସ

ଏହା ମଧ୍ୟ ପଢନ୍ତୁ: Guidance During Pregnancy: ଗର୍ଭାବସ୍ଥାରେ ଅଧିକ ଓଜନ ବୃଦ୍ଧି ହେଉଛି କି? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

ଲେମ୍ବୁ ଏବଂ ମହୁ: ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ସମାନ ପରିମାଣର ମହୁକୁ ନେଇ ଏକ ପାତ୍ରରେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଉକ୍ତ ପେଷ୍ଟକୁ ବେକରେ ଜମା ହୋଇଥିବା ମଇଳା ଉପରେ ଘଷନ୍ତୁ । ଏହି ପ୍ରତିକାର ମାଧ୍ୟମରେ ବେକର ମଇଳାରୁ ମୁକ୍ତି ପାଇବେ ଏବଂ ଚର୍ମର ମଧ୍ୟ କୌଣସି କ୍ଷତି ହେବ ନାହିଁ ।

କ୍ଷୀର, ହଳଦୀ ଏବଂ ବେସନ: ଏହି ସ୍ୱତନ୍ତ୍ର ପେଷ୍ଟ ପ୍ରସ୍ତୁତ କରିବାକୁ, କିଛି ବେସନ ନେଇ ସେଥିରେ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ। ଏହାପରେ ଅଳ୍ପଅଳ୍ପ କଞ୍ଚା କ୍ଷୀର ନେଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ବେକର ପ୍ରଭାବିତ ଅଞ୍ଚଳରେ ଲଗାନ୍ତୁ ଏବଂ ଏହା ଶୁଖିବାକୁ ଅପେକ୍ଷା କରନ୍ତୁ । ଏବେ ବେକକୁ ଘଷନ୍ତୁ ଏବଂ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ । କିଛି ଦିନ ଏହା କରିବା ଫଳ ଦେଖାଯିବ ।

ଲେମ୍ବୁ ଏବଂ ବେସନ: ଏକ ପାତ୍ରରେ ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ଗ୍ରାମ ବେସନ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ବେକର ସ୍କାମରେ ଲଗାନ୍ତୁ ଏବଂ କିଛି ସମୟ ପାଇଁ ଏହା ଶୁଖିବାକୁ ଅପେକ୍ଷା କରନ୍ତୁ । ଏହା ପରେ ବେକକୁ ଘଷନ୍ତୁ ଏବଂ ପରେ ଧୋଇଦିଅନ୍ତୁ ।

ଦହି ଏବଂ କଞ୍ଚା ଅମୃତ ଭଣ୍ଡା: ପ୍ରଥମେ ଅମୃତଭଣ୍ଡାର ଚୋପା ବାହାରି କରି ଛୋଟଛୋଟ କରି ଗ୍ରାଇଣ୍ଡି କରନ୍ତୁ । ଏହା ପରେ ଏଥରେ ଅଳ୍ପ ଦହି ଏବଂ ଗୋଲାପଜଳ ମିଶାନ୍ତୁ । ଏହାପରେ ଏହି ପେଷ୍ଟକୁ ବେକରେ ଲଗାଇ ଏକ ଘଣ୍ଟା ଛାଡିଦିଅନ୍ତୁ । ଏହାପରେ ଧୋଇଦିଅନ୍ତୁ।

ବିଦ୍ର: ଏହି ଆର୍ଟିକଲରେ ଦିଆଯାଇଥିବା ଘୋରେଇ ଉପଚାର କେବଳ ଏକ ତଥ୍ୟ ଉପରେ ଆଧାରିତ । ଏହାକୁ ଆପଣେଇବା ପୂର୍ବରୁ ଯଦି କେଉଁ ପଦାର୍ଥରେ ଆଲର୍ଜି ରହିଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.