ETV Bharat / sukhibhava

ଓଜନ ନିୟନ୍ତ୍ରଣ ସାଙ୍ଗକୁ ହୃଦୟ ସ୍ବାସ୍ଥ୍ୟ ଓ ହାଡ ମଜଭୁତ ରଖେ ସ୍କିପିଂ, ଜାଣନ୍ତୁ କେମିତି

ଓଜନ ନିୟନ୍ତ୍ରଣ, ହୃଦୟ ସ୍ବାସ୍ଥ୍ୟ, ହାଡ ମଜବୁତ ଆଦି ସମସ୍ୟାକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଗୋଟିଏ ଉପାୟ...

author img

By

Published : Jan 12, 2023, 8:44 PM IST

Girl playing skipping
Girl playing skipping

ହାଇଦ୍ରାବାଦ: ଓଜନ ହ୍ରାସ ପାଇଁ ଆମେ ନାନା ଉପାୟ ଆପଣାଇଥାନ୍ତି । ଜିମ୍ ଯିବା ସାଙ୍ଗକୁ ଖାଦ୍ୟରେ କଟକଣା ଆଣନ୍ତି । ହେଲେ ଏପରି ଏକ ଏକ୍ସରସାଇଜ୍ ଅଛି, ଯାହା ଓଜନ ହ୍ରାସ ସାଙ୍ଗକୁ ସ୍ବାସ୍ଥ୍ୟ ବଜାୟ ରଖେ, ତାହା ହେଉଛି ସ୍କିପିଂ । ଆଜ୍ଞା ହଁ, ସ୍କିପିଂ କେବଳ ଓଜନ ହ୍ରାସ କରେ ନାହିଁ, ବରଂ ଏହା ମନୋବଳ ଦୃଢ କରିବା ସହ ହୃଦୟ ସ୍ବାସ୍ଥ୍ଯ ଏବଂ ଫୁସଫୁସ କ୍ଷମତାକୁ ଉନ୍ନତ କରିଥାଏ । 2021ରେ ଏ ଉପରେ ହୋଇଥିବା ଏକ ଅନୁସନ୍ଧାନରେ ସ୍ପଷ୍ଟ ହୋଇଥିଲା । ତବେ ଆଜିର ଆର୍ଟିକଲରେ ସ୍ବାସ୍ଥ୍ୟ ଉପରେ ସ୍କିପିଂର ପ୍ରଭାବ ଉପରେ ଆଲୋଚନା କରିବା...

Two girls jumping rope
ହାଡକୁ ମଜଭୁତ କରେ ସ୍କିପିଂ

ଓଜନ ନିୟନ୍ତ୍ରଣ ଓ ହୃଦୟ ସ୍ବାସ୍ଥ୍ୟ:- ସ୍କିପିଂ କରିବା ଦ୍ବାରା କ୍ୟାଲୋରୀ ହ୍ରାସ ପାଇଥାଏ, ଫଳରେ ଓଜନ ନିୟନ୍ତ୍ରଣ ହୋଇଥାଏ । ଏହା ମାଂସପେଶୀକୁ ଶକ୍ତ କରିବା ସହ ପେଟର ଚର୍ବିକୁ ମଧ୍ୟ ହ୍ରାସ କରିଥାଏ । 2013ରେ ହୋଇଥିବା ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ଯେଉଁମାନେ ଛଅ ସପ୍ତାହ ପାଇଁ ଦୈନିକ 10 ମିନିଟ୍ ଜମ୍ପ ବା ସ୍କିପିଂ କରିଥାନ୍ତି, ସେମାନଙ୍କ ହୃଦୟ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ । ସ୍କିପିଂ କରିବା ଦ୍ବାରା 15 ମିନିଟରେ 300 କ୍ୟାଲୋରୀ ହ୍ରାସ ପାଇଥାଏ ବୋଲି ବିଶ୍ୱାସ କରାଯାଏ ।

Two girls jumping rope
ଶରୀର ଫୁର୍ତ୍ତିଲା ରଖେ ସ୍କିପିଂ

ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ସ୍କିପିଂ :- ମସ୍ତିଷ୍କ କାର୍ଯ୍ୟକାରିତାର ଉନ୍ନତି ଆଣିବା ପାଇଁ ସ୍କିପିଂ ବେଶ୍ ସହାୟକ ହୋଇଥାଏ । ଯଦି ଆପଣ ସଠିକ ଢଙ୍ଗରେ ଓ ବିଭିନ୍ନ ପ୍ରକାରର ସ୍କିପିଂ କରିବାରେ ପାରଙ୍ଗମ ତେବେ ଏହା ଏକାଗ୍ରତା ବୃଦ୍ଧି କରିବାରେ ସହାୟକ ହେବ । ଏଥିରୁ ସୃଷ୍ଟି ହେଉଥିବା ଫୁଟୱାର୍କ ଦ୍ବାରା ଜଣେ ବ୍ୟକ୍ତିଙ୍କୁ ସଜାଗ ଓ ଫୁର୍ତ୍ତିଲା ରଖିବାରେ ସହାୟକ ହୁଏ ।

Laughing woman performing double dutch jump rope in backyard
ସ୍କିପିଂର ଉପାଦେୟତା

ହାଡକୁ ଶକ୍ତ ରଖେ ସ୍କିପିଂ:- ସ୍କିପିଂ ହାଡକୁ ମଜଭୁତ ଏବଂ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କାକୁ କମ କରେ । 2017ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, 11ରୁ 14 ବର୍ଷ ବୟସର ଝିଅମାନେ, ଯେଉଁମାନେ ସାପ୍ତାହିକ ସ୍କିପିଂରେ ଅଂଶଗ୍ରହଣ କରିଥିଲେ, ସେମାନଙ୍କ ହାଡର ଘନତା ଅନ୍ୟମାନଙ୍କ ତୁଳନାରେ ଉନ୍ନତ ଥିଲା । 2019ରେ, କୋରିଆ ସୋସାଇଟି ଫର୍‌ ବୋନ୍ ଆଣ୍ଡ ମିନେରାଲ୍ ରିସର୍ଚ୍ଚ ପରେ ହାଡକୁ ମଜଭୁତ କରିବାକୁ ହେଲେ 10 ମିନିଟ ସ୍କିପିଂ କରିବାକୁ ପରାମର୍ଶ ଦିଆଯାଇଥିଲା ।

Two girls jumping rope
ଦେହର ଅନ୍ୟାନ୍ୟ ସମସ୍ୟା ଦୂର କରେ ସ୍କିପିଂ

ତେବେ କେବଳ ସ୍କିପିଂ ବା ଜମ୍ପିଂ ବ୍ୟାୟାମ ଆପଣଙ୍କ ଶରୀରର ଓଜନ ହ୍ରାସ କରିବାରେ ସମର୍ଥ ହେବ ନାହିଁ । ଏଥିପାଇଁ ଉପଯୁକ୍ତ ଖାଦ୍ୟ ଓ ଅନ୍ୟ ବ୍ୟାୟାମ ବି ଦରକାର, ଯାହା ଦ୍ବାରା ମେଟାବଲିଜିମ୍ ଠିକ୍ ଭାବେ କାମ କରିବ । ଏସବୁ ଉପାୟ ଅବଲମ୍ବନ ଫଳରେ ଓଜନରେ ହ୍ରାସ ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.