ETV Bharat / sukhibhava

ଶାରୀରିକ ଗଠନକୁ ନେଇ ଚିନ୍ତାଗ୍ରସ୍ତ ସନ୍ତାନଙ୍କୁ କି ପରାମର୍ଶ ଦେବେ ଅଭିଭାବକ, ପଢନ୍ତୁ ଏହି ରିପୋର୍ଟ - ଶାରୀରିକ ଗଠନ ବାବଦରେ ପିଲାଙ୍କୁ ପରାମର୍ଶ ଦିଅନ୍ତୁ

ଶାରୀରିକ ଗଠନକୁ ନେଇ ଚିନ୍ତିତ ରହିବା ବର୍ତ୍ତମାନର କିଶୋରମାନଙ୍କ ବଡ ସମସ୍ୟା । ଏଥିପାଇଁ ସେମାନେ ମାନସିକ ଦୁଃଶ୍ଚିନ୍ତାକୁ ମଧ୍ୟ ଚାଲିଯାଆନ୍ତି । ତେଣୁ ପିତାମାତାଙ୍କୁ କେତେକ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେବା ଏକାନ୍ତ ଆବଶ୍ୟକ । ଅଧିକ ପଢନ୍ତୁ

ଶାରୀରିକ ଗଠନକୁ ନେଇ ଚିନ୍ତାଗ୍ରସ୍ତ ସନ୍ତାନଙ୍କୁ କି ପରାମର୍ଶ ଦେବେ ଅଭିଭାବକ ? ଜାଣନ୍ତୁ

author img

By

Published : Jan 29, 2022, 9:35 PM IST

ହାଇଦ୍ରାବାଦ: ଆମେ ଆମ ଶାରୀରିକ ରୂପ ଏବଂ ଗଠନ ବାବଦରେ ଯେଉଁ ଚିନ୍ତା କରୁ ତାହା ହିଁ ଆମ ଶାରୀରିକ ଗଠନ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଅନ୍ଦାଜରେ ସେମାନଙ୍କ ଶାରୀରିକ ଗଠନକୁ ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି । ଏହା ଆମ ଶରୀରର ଆକୃତି, ବୈଶିଷ୍ଟ୍ୟ, ଆକାର ଏବଂ ଓଜନ ହେତୁ ହୋଇପାରେ । ଯଦି ଆମେ ଆମ ଶରୀରର ଗଠନକୁ ନେଇ ଚିନ୍ତିତ ନ ହୁଅନ୍ତି, ଅନ୍ୟ କୌଣସି ବ୍ୟକ୍ତିର ଶରୀର ଗଠନ ସହ ନିଜକୁ ତୁଳନା ନ କରନ୍ତି, ତେବେ ଏହା କେତେକାଂଶରେ ମନରେ ସକାରାତ୍ମକ ଭାବନା ସୃଷ୍ଟି କରେ । ଏକ ସକାରାତ୍ମକ ଚିନ୍ତନ ମଧ୍ୟ ସୁସ୍ଥ ଶରୀର ଗଠନର ଉଦାହରଣ ।

ଜଣେ ବ୍ୟକ୍ତିର ଶାରୀରିକ ଏବଂ ଭାବନାତ୍ମକ ସ୍ୱାସ୍ଥ୍ୟ ଏକ ନକାରାତ୍ମକ କିମ୍ବା ବିକୃତ ଶରୀରର ପ୍ରତିଛବି ଯୋଗୁଁ କ୍ଷତିଗ୍ରସ୍ତ ହୋଇପାରେ । ଏହା ବିଭିନ୍ନ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ଯେପରିକି ଚିନ୍ତା, ଉଦାସୀନତା, ଓବସେସିଭ୍ କମ୍ପଲସିଭ ଡିସ୍‌ଅର୍ଡର(OCD) ଏବଂ ଖାଦ୍ୟ ଗ୍ରହଣରେ ଅନିୟମିତତା ଇତ୍ୟାଦି । କେତେକ ବ୍ୟକ୍ତି ଶାରୀରିକ ଗଠନକୁ ନେଇ ବହୁ ଚିନ୍ତାରେ ରହିଥାନ୍ତି । ସାମାଜିକ କାର୍ଯ୍ୟକ୍ରମ, ସଙ୍ଗୀତ ଏହିପରି ବିଭିନ୍ନ ସ୍ଥାନରୁ ନିଜକୁ ଦୂରେଇ ରଖିଥାନ୍ତି । କେତେକ ବ୍ୟକ୍ତି ଆତ୍ମହତ୍ୟା ଭଳି ଘୃଣ୍ୟ କାର୍ଯ୍ୟ ମଧ୍ୟ ଚିନ୍ତା କରିଥାନ୍ତି, ଏପରିକି ଆତ୍ମହତ୍ୟା ମଧ୍ୟ କରିଦେଇଥାନ୍ତି ।

ତେଣୁ ପିତାମାତା ପିଲାମାନଙ୍କ କିଶୋର ଅବସ୍ଥାରେ ସେମାନଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ କେତେକ ପଦକ୍ଷେପ ଗ୍ରହଣ କରିପାରିବେ । ବିଶେଷ କରି ଯେଉଁ ପିଲାମାନେ ନିଜ ଶାରୀରିକ ଗଠନକୁ ନେଇ ଚିନ୍ତିତ ରହୁଛନ୍ତି, ସେମାନଙ୍କୁ କିଛି ପରାମର୍ଶ ଦେଇପାରିବେ ।

ପିଲାମାନଙ୍କ ସହ ଖୋଲାଖୋଲି ମିଶନ୍ତୁ, ସେମାନଙ୍କ ସହ କଥା ହୁଅନ୍ତୁ:-

କିଶୋରମାନେ ବେଳେବେଳେ ଅନୁଭବ କରନ୍ତି ଯେ, ସେମାନଙ୍କ ପିତାମାତା ସେମାନଙ୍କୁ ବୁଝିପାରୁନାହାନ୍ତି । ସେମାନେ ଅନୁଭବ କରନ୍ତି ଯେ ସେମାନଙ୍କ ପିତାମାତା ସର୍ବଦା ସେମାନଙ୍କୁ ପରାମର୍ଶ ଦେଉଛନ୍ତି, ଜ୍ଞାନ ବାଣ୍ଟୁଛନ୍ତି । ଯଦି ପିତାମାତାଙ୍କ ଦ୍ବାରା ପିଲାମାନେ ଅବାଞ୍ଛିତ, ଅସମ୍ମାନିତ କିମ୍ବା ଭୁଲ୍ ବୁଝାମଣାର ଶିକାର ହୁଅନ୍ତି, ତେବେ ପିତାମାତାଙ୍କ ସହିତ ସେମାନଙ୍କର ବାର୍ତ୍ତାଳାପକୁ କମ୍ କରିଦେଇଥାନ୍ତି ଏବଂ ନିଜକୁ ଦୂରେଇ ରଖନ୍ତି ।

ପିତାମାତାମାନେ ଏକ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିବା ଏବଂ କିଶୋରମାନଙ୍କୁ ସେମାନଙ୍କ ଦୃଷ୍ଟିକୋଣକୁ ସାମ୍ନାକୁ ଆଣିବା ପାଇଁ ସୁଯୋଗ ଦେବା ଉଚିତ୍ । କିଶୋରମାନଙ୍କୁ ଆପଣଙ୍କ ସହିତ ଏକ ଅନୁପଯୁକ୍ତ ବାର୍ତ୍ତାଳାପ କରିବାକୁ ଉତ୍ସାହିତ କରନ୍ତୁ । ଯେତେବେଳେ ସେମାନେ କଥାବାର୍ତ୍ତା କରନ୍ତି ଏବଂ ମନ କଥା କହିବାକୁ ଆଗ୍ରହ ପ୍ରକାଶ କରନ୍ତି, ସେତେବେଳେ ସେମାନଙ୍କୁ ରୋକନ୍ତୁ ନାହିଁ, କହିବା ପାଇଁ ଉତ୍ସାହିତ କରନ୍ତୁ ଏବଂ ତାଙ୍କ କଥାକୁ ସମ୍ମାନ ଦିଅନ୍ତୁ ।

ଏକ ନିର୍ଦ୍ଦିଷ୍ଟ ସମାଧାନ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ:-

ଅଭିଭାବକମାନେ କିଶୋରମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ମାର୍ଗ ଚୟନ କରିବା ଉଚିତ୍ ନୁହେଁ । ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ସହ ଆଲୋଚନା କରନ୍ତୁ । କେତେକ କିଶୋର ବ୍ରାଣ୍ଡେଡ୍ ପୋଷାକ କିମ୍ବା ନିର୍ଦ୍ଦିଷ୍ଟ ପ୍ରକାରର ପୋଷାକ ପାଇଁ ସପିଂ କରିବାକୁ ଭଲ ପାଆନ୍ତି ଏବଂ ପିତାମାତାମାନେ ସେମାନଙ୍କ ପିଲାମାନଙ୍କୁ ଏପରି କରିବା ପାଇଁ ବାଧା ଦେବା ଏକ ବଡ ସମସ୍ୟା ହୋଇଯାଏ ।

ଅଭିଭାବକ ପିଲାମାନଙ୍କୁ ପୋଷାକ ପରିଧାନରେ ବାଧା ଦିଅନ୍ତୁ ନାହିଁ । ଏପରି ପିନ୍ଧିଲେ ଲୋକେ ତମକୁ ଥଟ୍ଟା କରିବେ ବା ଏହିପରି କୌଣସି କଥା କୁହନ୍ତୁ ନାହିଁ । ଲୁକ୍ ଏବଂ କମ୍ଫର୍ଟେବଲ ଡ୍ରେସିଂ ବାବଦରେ ପିଲାମାନଙ୍କ ସହ ଆଲୋଚନା କରନ୍ତୁ, ସେମାନଙ୍କୁ ଭଲ୍ ଲୁକ୍ ପରାମର୍ଶ ଦିଅନ୍ତୁ ।

ପିଲାଙ୍କ ଉପରେ ନିଜର ଇନସିକ୍ୟୁରିଟିଜ ଭାବନାକୁ ଲଦନ୍ତୁ ନାହିଁ:-

ଅଧିକ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ଅପେକ୍ଷା ପତଳା ଲୋକ ଅଧିକ ଆକର୍ଷଣୀୟ । ପରିବାର ଏକ “ଫିଟ୍” ଏବଂ ଏକ “ଆକର୍ଷଣୀୟ” ପରିବାର ଭାବରେ ଦେଖାଯିବା ଜରୁରୀ । ଜଣଙ୍କର ଚେହେରା ଉପରେ ପ୍ରଶଂସା କରିବା ଆବଶ୍ୟକ । କିନ୍ତୁ ପିଲାମାନଙ୍କୁ କହିବା ଗୁରୁତ୍ବପୂର୍ଣ୍ଣ ନୁହେଁ । ଏସବୁକୁ ଆପଣ ଗୁରୁତ୍ୱ ଦେଇପାରନ୍ତି କିନ୍ତୁ ଆପଣଙ୍କ କିଶୋରମାନଙ୍କ ଉପରେ ଏସବୁ ଭାବନାକୁ ଲଦନ୍ତୁ ନାହିଁ ।

ସ୍ୱାସ୍ଥ୍ୟ ଏବଂ ବ୍ୟାୟାମର ଗୁରୁତ୍ୱ ବିଷୟରେ କଥାବାର୍ତ୍ତା କରନ୍ତୁ:-

ଆଜିକାଲି କିଶୋରମାନଙ୍କ ସ୍ମାର୍ଟଫୋନ୍, ସୋସିଆଲ୍ ମିଡିଆ, OTT (ନେଟଫ୍ଲିକ୍ସ) ଭଳି ବ୍ୟସ୍ତତା ଠାରୁ ଦୂରେଇ ରଖିବା ପାଇଁ ଖେଳର ଅନେକ ଉପକରଣ ଅଛି । କିଶୋରମାନଙ୍କୁ ଏକ ବ୍ୟାୟାମ ରୁଟିନ୍ ବଜାୟ ରଖିବା ପାଇଁ ଉତ୍ସାହିତ କରିବା ଜରୁରୀ । ସେମାନଙ୍କୁ ଏକ ନୂଆ ଖେଳ ପ୍ରତି ଉତ୍ସାହିତ କରାନ୍ତୁ । କୌଣସି ଖେଳ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଅନ୍ତୁ ।

ଶବ୍ଦ ଉପରେ ସଞ୍ଜମତା ରକ୍ଷା କରନ୍ତୁ:-

ଆପଣ ବ୍ୟବହାର କରୁଥିବା ଶବ୍ଦ ଏବଂ ଆପଣ କିଶୋରମାନଙ୍କ ସହିତ ବ୍ୟବହାର କରୁଥିବା ଭାଷା ପ୍ରତି ସାବଧାନ ରୁହନ୍ତୁ । କେତେକ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ “ମୋଟା” ବୋଲି କହି ଲଜ୍ଜିତ କରନ୍ତି । ଯେପରି, "ଯଦି ତୁମେ ଓଜନ ହ୍ରାସ ନକର, ତେବେ ତୁମକୁ କେହି ବିବାହ କରିବେ ନାହିଁ", "ତୁମ ସାଙ୍ଗକୁ ଦେଖ, ସେ ଏତେ ଫିଟ୍, ତୁମେ କାହିଁକି ତାଙ୍କ ଭଳି ହୋଇପାରିବ ନାହିଁ ?" କିମ୍ବା "ତୁମେ ପତଳା ହେଲେ ସେହି ପୋଷାକ ଭଲ ଦେଖାଯିବ" । ଏହିପରି ବିବୃତ୍ତି କିଶୋରମାନଙ୍କୁ ଅଧିକ କ୍ଷତି ପହଞ୍ଚାଇପାରେ । ଫଳରେ ସେମାନଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି ହୁଏ ।

ସୁସ୍ଥ ଖାଦ୍ୟ ଖାଇବାକୁ ଉତ୍ସାହିତ କରାନ୍ତୁ:-

ଲକ୍ଷ୍ୟ ବହୁତ ସ୍ପଷ୍ଟ ହେବା ଉଚିତ୍ । କିଶୋରମାନଙ୍କୁ ପଚାରନ୍ତୁ ଯଦି ସେମାନଙ୍କର ଲକ୍ଷ୍ୟ ହେଉଛି ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା କିମ୍ବା ଏକ ନିର୍ଦ୍ଦିଷ୍ଟ ପୋଷାକରେ ଫିଟ୍ ହେବା, ତେବେ ପରୀକ୍ଷାମୂଳକ ଡାଏଟିଂ ସହ ସୁସ୍ଥ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତୁ । କିଛି କିଶୋରମାନେ ଖାଦ୍ୟ ଖାଇବା ଛାଡିଦିଅନ୍ତି ଏବଂ ଓଜନ ହ୍ରାସ କରିବା ଏବଂ ସ୍ଲିମ୍ ରହିବା ପାଇଁ ସେମାନଙ୍କ ଖାଦ୍ୟର ପରିମାଣକୁ ହ୍ରାସ କରନ୍ତି । ଏହାକୁ ସମର୍ଥନ ନ କରି ସୁସ୍ଥକର ଖାଦ୍ୟ ପାଇଁ ଉତ୍ସାହିତ କରନ୍ତୁ ।

ତେବେ ଆମର ମନ ଏବଂ ଶରୀର ଆମ ଭୋଜନରୁ ପୋଷଣ ପାଇଥାଏ । ଭୁଲ ଖାଦ୍ୟ ଖାଇବା ଦ୍ବାରା ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ ଏବଂ ମିନେରାଲ୍ସର ଅଭାବ ଦେଖାଦେଇଥାଏ, ଯାହା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ବିକାଶରେ କ୍ଷତି ପହଞ୍ଚାଏ ।

ଆତ୍ମ ପ୍ରେମ(Self Love) ପାଇଁ ପ୍ରୋତ୍ସାହିତ କରନ୍ତୁ:-

ଆତ୍ମ-ଗ୍ରହଣ(Self-acceptance) ଆତ୍ମ-ପ୍ରେମକୁ ପ୍ରୋତ୍ସାହିତ କରେ । କିଶୋରମାନେ ସେମାନଙ୍କ ପିତାମାତାଙ୍କ ପରି ଦେଖାଯାଉଛନ୍ତି ବୋଲି କହିବା ଉଚିତ୍ । ଚର୍ମର ରଙ୍ଗକୁ ନେଇ ନିରୁତ୍ସାହିତ ହେବା ପରି କୌଣସି ବାକ୍ୟ କୁହନ୍ତୁ ନାହିଁ । ଉତ୍ସାହିତ କରିବା ଭଳି କଥା କୁହନ୍ତୁ । ଜଣେ କିଶୋର, ଯାହାର ନକାରାତ୍ମକ ଆତ୍ମ-ଭାବମୂର୍ତ୍ତି ଅଛି, ତାଙ୍କୁ ପିତାମାତା ଆବଶ୍ୟକତା ରହିଛି । ସେମାନଙ୍କୁ ବିଚାରଗତ ଏବଂ ସମାଲୋଚକ ପିତାମାତାଙ୍କର ଆବଶ୍ୟକତା ନାହିଁ । ଦୁନିଆ ହୁଏତ ସେମାନଙ୍କ ଚେହେରା ପାଇଁ ବିଚାର କରିପାରେ । ମାତ୍ର ପିତାମାତା ଏନେଇ ସମାଲୋଚନା କରିବା ଅନୁଚିତ୍ । ଆଇନା ଦେଖି ନିଜ ନିଜର ଭୁଲକୁ ଗ୍ରହଣ କରିବା ଏବଂ ସେଥିରୁ ନିବୃତ୍ତ ରହିବାକୁ କହନ୍ତୁ, ବୁଝାନ୍ତୁ, ଏନେଇ ପରାମର୍ଶ ଦିଅନ୍ତୁ ।

(Dr Vihan Sanyal, Psychotherapist and Founder of Mind Factory)

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.