ETV Bharat / sukhibhava

Vitamin E: ଜାଣନ୍ତୁ ଚର୍ମ ପାଇଁ କେତେ ଉପଯୋଗୀ - ଭିଟାମିନର ଉପକାରିତା

ପ୍ରଦୂଷଣ, ଚାପ, ଧୂଆଁ ଅନେକ ଚର୍ମରୋଗ ସମସ୍ୟା ସୃଷ୍ଟି କରିପାରେ ଏବଂ ଚର୍ମର ଚମକକୁ ଖୁବ କମ ବୟସରେ ନଷ୍ଟ କରିଦେଇଥାଏ । ଚର୍ମରୋଗ ଯୋଗୁଁ ବ୍ରଣ, ବ୍ଲାକହେଡ୍ ଇତ୍ୟାଦି ସମସ୍ୟା ଦେଖାଦେଇଥାଏ । ଏଗୁଡ଼ିକୁ ଧ୍ୟାନ ଦେଲେ କିଛି ମାତ୍ରାରେ ତ୍ବଚା ଜନିତ ସମସ୍ୟାକୁ ରୋକାଯାଇ ପାରିବ ।

vitamin E: ଜାଣନ୍ତୁ ଚର୍ମ ପାଇଁ କେତେ ଉପଯୋଗୀ

author img

By

Published : Jun 22, 2022, 4:20 PM IST

ହାଇଦ୍ରାବାଦ: ପ୍ରଦୂଷଣ, ଚାପ, ଧୂଆଁ ଅନେକ ଚର୍ମରୋଗ ସମସ୍ୟା ସୃଷ୍ଟି କରିପାରେ ଏବଂ ଚର୍ମର ଚମକକୁ ଖୁବ କମ ବୟସରେ ନଷ୍ଟ କରିଦେଇଥାଏ । ଚର୍ମରୋଗ ଯୋଗୁଁ ବ୍ରଣ, ବ୍ଲାକହେଡ୍ ଇତ୍ୟାଦି ସମସ୍ୟା ଦେଖାଦେଇଥାଏ । ଶରୀରର ଆଭ୍ୟନ୍ତରୀଣ କାରଣ ସହିତ କିଛି ବାହ୍ୟ କାରଣ ଏବଂ ଜୀବନଶୈଳୀ ପସନ୍ଦ ମଧ୍ୟ ଆମ ଚର୍ମ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେବେ ଏହି ସବୁ ସମସ୍ୟାରୁ ବର୍ତ୍ତିବାକୁ ହେଲେ ସଠିକ ପରିମାଣରେ ଭିଟାମିନ E ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ଅଟେ ।

ଆପଣ ଜାଣିଥିବେ ଭିଟାମିନ ଇ ଆମକୁ ଅନେକ ଚର୍ମରୋଗରୁ ରକ୍ଷା କରିଥାଏ । ଫେସଓ୍ବାସ, କ୍ରିମ, ତେଲ, ମଶ୍ଚୁରାଇଜର, ସେରମ,ସାବୁନ ଇତ୍ୟାଦି ଦ୍ବାରା ବ୍ୟବହାର କରାଯାଇପାରିବ । ତେବେ ଭିଟାମିନ ଇ ଆମ ଶରୀର ପକ୍ଷେ ନିହାତି ଆବଶ୍ୟକ ବୋଲି କହିଛନ୍ତି IANSlifeର ସିଇଓ ରଚିତା ଗୁପ୍ତା ।

  • ଭିଟାମିନ ଇ ବାର୍ଦ୍ଧକ୍ୟର ଲକ୍ଷଣକୁ ରୋକିବାରେ ସାହାଯ୍ୟ କରେ - ପ୍ରଦୂଷଣ, ଧୂଆଁ ଏବଂ ଅପରିଷ୍କାରତା ତ୍ୱଚାରେ କୋଲାଜେନ୍ ନଷ୍ଟ କରିଦିଏ ଏବଂ ଏହା କୁଞ୍ଚନ, ଶୀଘ୍ର ବାର୍ଦ୍ଧକ୍ୟ ଏବଂ ଶୁଷ୍କତା ସୃଷ୍ଟି କରେ । ତେଣୁ ଆପଣଙ୍କ ତ୍ୱଚାକୁ ସୁରକ୍ଷିତ ରଖିବା ପାଇଁ ଏକ ଭଲ ଭିଟାମିନ୍ ଇ କ୍ରିମ୍ ବ୍ୟବହାର କରିବା ଆବଶ୍ୟକ ଅଟେ । ଭିଟାମିନ୍ ଇ ଚର୍ମକୁ ବାହ୍ୟ କାରଣରୁ କ୍ଷତିରୁ ରକ୍ଷା କରିଥାଏ
  • ଏହା UVB(ultraviolet B-rays) ଆଲୋକକୁ ଅବଶୋଷଣ କରେ - ଭିଟାମିନ୍ ଇ ଚର୍ମରେ ଏକ ପ୍ରତିରକ୍ଷା ସ୍ତର ସୃଷ୍ଟି କରେ ଯାହା ଚର୍ମକୁ UVB ଆଲୋକରୁ ରକ୍ଷା କରାଯାଇଥାଏ ଯାହା ଚର୍ମର ବାର୍ଦ୍ଧକ୍ୟ ସୃଷ୍ଟି କରିଥାଏ । ଭିଟାମିନ୍ ସି ଏବଂ ଇ ର ମିଶ୍ରଣ ତ୍ବଚାକୁ ଉଜ୍ବଳ କରିବାରେ ସାହାଯ୍ୟ କରେ ଏବଂ ଆପଣଙ୍କ ତ୍ୱଚା ଉପରେ ଏକ ଉତ୍ତମ ପ୍ରଭାବ ଦେଇଥାଏ ।
  • ଏହା ତ୍ବଚାକୁ ମସୃଣ କରିଥାଏ - ଭିଟାମିନ୍ ଇ ଏକ ଉତ୍ତମ ମଶ୍ଚୁରାଇଜର ଅଟେ । ଏହା ଚର୍ମକୁ ଏହାର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ମଶ୍ଚୁରାଇଜରରେ ଭିଟାମିନ୍ ଇରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଏବଂ ଏହା ସଂକ୍ରମଣକୁ ମୁକାବିଲା କରିବାରେ ସାହାଯ୍ୟ କରେ ।
  • ଏହା ବ୍ରଣ ହ୍ରାସ କରିବାରେ ସାହାଯ୍ୟ କରେ - ବ୍ରଣ ସମସ୍ୟାରେ ସାହାଯ୍ୟ କରୁଥିବା ଭୂତାଣୁକୁ ରୋକିବାରେ ସାହାଯ୍ୟ କରିଥାଏ । ଏହା ପାଇଁ ପ୍ରତିଦିନ ରାତିରେ ଭିଟାମନ ଇ ବ୍ୟବହାର କରିବା ଆବଶ୍ୟକ ଅଟେ ।
  • ଏହା ଚର୍ମର ଉଜ୍ଜ୍ୱଳତା ରଖିବାରେ ସାହାଯ୍ୟ କରିପାରିବ - ଭିଟାମିନ୍ ସି ଏବଂ ଇ ର ମିଶ୍ରଣ ଏକ ପାୱାରହାଉସ୍ ପରି ଯାହା କେବଳ ବାର୍ଦ୍ଧକ୍ୟର ଲକ୍ଷଣକୁ ରୋକି ପାରିବ ନାହିଁ ବରଂ କୋଲାଜେନ୍ ଉତ୍ପାଦନକୁ ବର୍ତ୍ତାଇ ଚର୍ମକୁ ଉଜ୍ଜ୍ୱଳ କରିପାରେ ।

ଡାକ୍ତର ରଚିତା ସୂଚନା ଦେଇଛନ୍ତି ଯେ, ଚର୍ମର ଯତ୍ନ ପାଇଁ ସୁପାରିଶ କରାଯାଉଥିବା ଅନେକ ଉପାଦାନ ଯେପରିକି ଆଲୋଭେରା, ବାଦାମ, ସୂର୍ଯ୍ୟମୁଖୀ, ପେପର ଇତ୍ୟାଦି ଭିଟାମିନ୍ ଇର ଉତ୍ତମ ଉତ୍ସ ଅଟେ । ସନ୍ସ୍କ୍ରିନ୍, ମଶ୍ଚୁରାଇଜର ଏବଂ ସେରମ୍ ପାଇଁ ଅନେକ ବିକଳ୍ପ ଉପଲବ୍ଧ । ଜଣେ ଉପାଦାନଗୁଡିକ ଯାଞ୍ଚ କରିବା ଏବଂ ଏଥିରେ ଭିଟାମିନ୍ ଇ ର ଭଲ କ୍ଷମତା ଥିବା ଉତ୍ପାଦ ବାଛିବା ଆବଶ୍ୟକ ।

ଏଥିସହ, ରାସାୟନିକ ମୁକ୍ତ ଏବଂ ପ୍ରାକୃତିକ ଉପାଦାନ ସହିତ ପ୍ରସ୍ତୁତ ଖାଦ୍ୟକୁ ଖାଇବା ଉଚିତ । ଏହା ତ୍ୱଚାକୁ କ୍ଷତି କରିବାର ସମ୍ଭାବନାକୁ ହ୍ରାସ କରିଥାଏ ଏବଂ ଏହା ଏକ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ । ତୁମ ଚର୍ମକୁ ବାର୍ଦ୍ଧକ୍ୟରୁ ଏବଂ ମୁକ୍ତ ରେଡିକାଲରୁ ରକ୍ଷା କରିବା ପାଇଁ ଭିଟାମିନ୍ ଇର କ୍ଷମତା ରହିଛି । ବିଭିନ୍ନ ପାଣିପାଗ ପରିସ୍ଥିତି ଅନୁଯାୟୀ ବିଭିନ୍ନ ଉତ୍ପାଦ ଏବଂ ଖାଦ୍ୟ ବାଛିବା ଆବଶ୍ୟକ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.