ETV Bharat / sukhibhava

COVID VIRUS: ମଣିଷ କିଡନୀ କୋଷକୁ ସିଧାସଳଖ କରେ ସଂକ୍ରମିତ - କୋଭିଡ ମହାମାରୀର ପାର୍ଶ୍ବ ପ୍ରତିକ୍ରିୟା

କୋଭିଡ ଭାଇରସ SARS-CoV-2 ଭାରିଏଣ୍ଟ ସିଧାସଳଖ କିଡନୀ କୋଷକୁ ପ୍ରଭାବିତ କରିପାରେ । ଯାହାକି ଧୀରେ ଧୀରେ କିଡନୀକୁ ସଂପୂର୍ଣ୍ଣ କ୍ଷତି ପହଞ୍ଚାଇଥାଏ । ତେବେ ଆସନ୍ତୁ ଜାଣିବା ଏହା କିପରି ବୃକକର କୋଷ ସହିତ ଆଚରଣ କରିଥାଏ । ଅଧିକ ପଢନ୍ତୁ

COVID VIRUS: ମଣିଷ କିଡନୀ କୋଷକୁ ସିଧାସଳଖ କରେ ସଂକ୍ରମିତ

author img

By

Published : Apr 23, 2022, 3:23 PM IST

ହାଇଦ୍ରାବାଦ: କୋଭିଡ ମହାମାରୀ ପ୍ରାଥମିକ ପର୍ଯ୍ୟାୟରେ ଶ୍ବାସନଳୀକୁ ଅଧିକାଂଶ ସଂକ୍ରମିତ କରୁଥିଲା । ହେଲେ ପରବର୍ତ୍ତୀ ସ୍ଥିତିରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଜାଣିବାକୁ ପାଇଥିଲେ ଯେ ଏହି ମାରାତ୍ମକ ଭାଇରସ କିଡନୀକୁ ମଧ୍ୟ ଆକ୍ରାନ୍ତ କରୁଛି । ବ୍ୟକ୍ତି ଜଣକ ପୂର୍ବରୁ ସୁସ୍ଥ ଥିଲେ ମଧ୍ୟ ମହାମାରୀରେ ଆକ୍ରାନ୍ତ ହେବା ପରେ ହଠାତ୍‌ କିଡନୀ ସଂକ୍ରମିତ ହେବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ । ଏଥିରୁ ଜଣାପଡିଥିଲା ଯେ କୋଭିଡ ଭାଇରସ ସିଧାସଳଖ ଭାବେ ମଣିଷର ବୃକକ କୋଷ(Human Kidney cells)କୁ ପ୍ରଭାବିତ କରିଥାଏ । ଏ ସମ୍ପର୍କରେ ଫ୍ରଣ୍ଟିଅର ଇନ ସେଲ ଆଣ୍ଡ ଡେଭଲପମେଣ୍ଟ ବାଓଲୋଜୀ ପତିକ୍ରାରେ ପ୍ରକାଶିତ ହୋଇଛି ।

ଏ ସମ୍ପର୍କରେ ଗବେଷଣା କରିବା ପାଇଁ ଗବେଷକମାନେ SARS-CoV-2 ନାମକ ଏକ ଭାଇରସକୁ ପୋଡୋସାଇଟ(Podocyte) କୋଷର ସଂସ୍ପର୍ଶରେ ଆଣିଥିଲେ । ଏହାପରେ ଭାଇରସର ପ୍ରୋଟିନଗୁଡିକ ପୋଡାସାଇଟ ଉପରେ ଥିବା ରିସେପ୍ଟର ସହିତ ସିଧାସଳଖ ଭାବେ ବାନ୍ଧି ହୋଇଯାଇଥିଲା । ଏହି ରିସେପ୍ଟର ଗୁଡିକ କିଡନୀ କୋଷ ଉପରେ ପ୍ରଚୁର ପରିମାଣରେ ମିଳିଥାନ୍ତି । ଯେତେବେଳେ ଗବେଷକମାନେ ଗବେଷଣା ସମୟରେ ଭାଇରସ ଡୋଜର ପରିମାଣକୁ ବୃ୍ଦ୍ଧି କରୁଥିଲେ ସେତେବେଳେ ରିସେପ୍ଟର ମଧ୍ୟ ପ୍ରଚୁର ପରିମାଣରେ ଭାଇରସ ପ୍ରୋଟିନକୁ ଗ୍ରହଣ କରୁଥିଲା ।

ଏଥିରୁ ଜଣାପଡ଼ିଥିଲା ଯେ କିଡନୀରେ ଥିବା ରିସେପ୍ଟର ସହିତ ଭାଇରସର ଏକ ଦୃଢ ସଂଯୋଗ ରହିଛି । ଏହାପରେ ଯେତେବେଳେ ଗବେଷକ ଟିମ ପୋଡୋସାଇଟ ମଡେଲକୁ ସିଧାସଳଖ ପ୍ରକୃତ SARS-CoV-2 ଭାଇରସ ସହିତ ପରୀକ୍ଷା କରାଇଥିଲେ, ସେତେବେଳେ ସେ ଏହାର ଲାଇଭ ଭର୍ସନ ଲେଖିଥିଲେ । ପ୍ରକୃତ କୋଭିଡ ଭାଇରସ ସହିତ ପୋଡୋସାଇଟ କୋଷର ଏକ ଦୃଢ ଯୋଗାଯୋଗ ଦେଖିବାକୁ ମିଳିଥିଲା । ଯେତେବେଳେ ଭାଇରସ କୋଷର ସଂସ୍ପର୍ଶରେ ଆସେ ସେତେବେଳେ ଏହା ପୋଡୋସାଇଟକୁ କ୍ଷତି ପହଞ୍ଚାଇଥାଏ ।

ଯଦି ଏହା କୋଷକୁ କ୍ଷତି ପହଞ୍ଚାଇଥାଏ, ତେବେ କିଡନୀ ଉପରେ ମଧ୍ୟ ପ୍ରଭାବ ପଡେ । କିଡନୀ ଭଲ ଭାବେ ରକ୍ତକୁ ଫିଲଟର୍‌ କରିପାରିନଥାଏ । ଭାଇରସ ଯଦି କୋଷକୁ ଗଭୀର ଭାବରେ କ୍ଷତି ପହଞ୍ଚାଏ, ତେବେ ପୋଡୋସାଇଟ କୋଷ ଗୁଡିକ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ । ଗଠନମୂଳକ କ୍ଷତି ପରେ ଭାଇରସ କିଡନୀ ମଧ୍ୟରେ ଭୂତାଣୁଜନିକ କଣିକା ସୃଷ୍ଟି କରିଥାଏ । ଯାହାକି ଧୀରେ ଧୀରେ ସମ୍ପର୍ଣ୍ଣ କିଡନୀର କୋଷକୁ ପ୍ରଭାବିତ କରିଥାଏ । ଏବେ ଗବେଷକ ଟିମ SARS-CoV-2ର ଅନ୍ୟ ଭାରିଏଣ୍ଟ ସହିତ କିଡନୀ କୋଷ କିପରି ଆଚରଣ କରୁଛି ସେ ସମ୍ପର୍କରେ ଅଧିକ ଗବେଷଣା ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.