ETV Bharat / sukhibhava

ଫୁସ୍‌ଫୁସ୍‌ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ, ସଂକ୍ରମଣ କରିବନି କୌଣସି ମହାମାରୀ !

ଫୁସ୍‌ଫୁସ୍‌ କାର୍ଯ୍ୟ ଦୁର୍ବଳ ହେଲେ ନିଶ୍ବାସ ପ୍ରଶ୍ବାସ ନେବାରେ ବାଧା ଉପୁଜେ । କେବଳ କୋଭିଡ କାହିଁକି, ଅନେକ ପ୍ରକାର ସଂକ୍ରାମକ ରୋଗ ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ । ଫୁସ୍‌ଫୁସ୍‌କୁ କିପରି ସୁସ୍ଥ ରଖିବେ, ଜାଣନ୍ତୁ

safe your lung from virus
safe your lung from virus
author img

By

Published : Apr 16, 2023, 9:41 AM IST

ହାଇଦ୍ରାବାଦ: ପୁଣି କାୟା ମେଲାଉଛି କୋରୋନା । ଦିନକୁ 10 ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । କୋଭିଡ ଭାଇରସ୍ ଫୁସ୍‌ଫୁସ୍‌କୁ ଅଧିକ ପ୍ରଭାବିତ କରିଥାଏ । ଏହି କାରଣରୁ, ଜଣେ ବ୍ୟକ୍ତିଙ୍କ ଫୁସ୍‌ଫୁସ୍‌ର ଦକ୍ଷତା ବହୁତ କମିଯାଏ । ଫୁସ୍‌ଫୁସ୍‌ କାର୍ଯ୍ୟ ଦୁର୍ବଳ ହେଲେ ନିଶ୍ବାସ ପ୍ରଶ୍ବାସ ନେବାରେ ବାଧା ଉପୁଜେ । କେବଳ କୋଭିଡ କାହିଁକି, ଅନେକ ପ୍ରକାର ସଂକ୍ରାମକ ରୋଗ ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ । ତେଣୁ ଫୁସ୍‌ଫୁସ୍‌ ସ୍ବାସ୍ଥ୍ୟକୁ କିପରି ସୁସ୍ଥ ରଖିବେ, ଜାଣନ୍ତୁ

ଗଭୀର ନିଶ୍ବାସ ନିଅନ୍ତୁ

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ଗଭୀର ନିଶ୍ୱାସ ନେବା ହେଉଛି ସର୍ବୋତ୍ତମ ବ୍ୟାୟାମ । 1 ରୁ 10 ଗଣନା କରି ଧୀରେ ଧୀରେ ନିଶ୍ୱାସ ନିଅନ୍ତୁ ଏବଂ ଛାଡନ୍ତୁ । ପ୍ରତିଦିନ 15 ମିନିଟରୁ 30 ମିନିଟ୍ ପର୍ଯ୍ୟନ୍ତ ଏହି ବ୍ୟାୟାମ କରିବା ଫଳରେ ଫୁସ୍‌ଫୁସ୍‌ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ ।

କପାଳଭାତୀ

ଫୁସ୍‌ଫୁସ୍‌ ପାଇଁ ଅନୁଲୋମ ବିଲୋମ ଏବଂ କପାଳଭାତୀ ଉପଯୁକ୍ତ ବ୍ୟାୟାମ ଭାବରେ ବିବେଚନା କରାଯାଏ । ଅନୁଲୋମ ବିଲୋମ ପ୍ରାୟ ଏକ ଗଭୀର ନିଶ୍ୱାସ ଭଳି ବ୍ୟାୟାମ । ସେଥିପାଇଁ ଯୋଗ ଗୁରୁଙ୍କ ତତ୍ତ୍ବାବଧାନରେ ଏହା କରନ୍ତୁ । କପାଳଭାତୀରେ ମଧ୍ୟ ଦୀର୍ଘ ନିଶ୍ବାସ ନେବା ଭଳି ବ୍ୟାୟାମ । ଏହା ଫୁସ୍‌ଫୁସ୍‌ ସ୍ବାସ୍ଥ୍ୟରେ ଉନ୍ନତି ଆଣେ ।

ସକାଳେ ଦ୍ରୁତ ଗତିରେ ଚାଲନ୍ତୁ

ଫିଟ୍ ରହିବା ପାଇଁ ବ୍ୟାୟାମ କରିବା ଏକ ଭଲ ବିକଳ୍ପ । ସକାଳେ ଦ୍ରୁତ ଗତିରେ ଚାଲିବା ମଧ୍ୟ ଫୁସ୍‌ଫୁସ୍‌ ପାଇଁ ଲାଭଦାୟକ ହୋଇପାରେ । ଏହା ଶ୍ୱାସକ୍ରିୟାର ମାଂସପେଶୀକୁ ମଜବୁତ କରିଥାଏ । ଏହା ଫୁସଫୁସକୁ ସୁସ୍ଥ କରିଥାଏ ।

ଏହା ମଧ୍ୟ ପଢନ୍ତୁ:- Covid Side Effect: କୋରୋନାରେ ସାମାନ୍ୟ ସଂକ୍ରମଣ କରିପାରେ ଶ୍ରବଣ ଶକ୍ତିକୁ ଦୁର୍ବଳ

ପ୍ରଦୂଷଣରୁ ଦୂରରେ ରୁହନ୍ତୁ

ଆଜିକାଲି ପ୍ରଦୂଷଣ ସମସ୍ୟା ଆଉ ଏକ ମୁଖ୍ୟ ସମସ୍ୟା । ଏହା ସିଧାସଳଖ ଫୁସ୍‌ଫୁସ୍‌ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ । ପ୍ରଦୂଷିତ ସହରରେ ରହୁଥିବା ଅଧିବାସୀ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରନ୍ତି । ଯଦି ଫୁସ୍‌ଫୁସ୍‌କୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ତେବେ ପ୍ରଦୂଷିତ ସ୍ଥାନଠାରୁ ଦୂରରେ ରୁହନ୍ତୁ ।

ଧୂମପାନ ବନ୍ଦ କରନ୍ତୁ

ଧୂମପାନ ଫୁସ୍‌ଫୁସ୍‌କୁ ସିଧାସଳଖ ପ୍ରଭାବିତ କରିଥାଏ । ଅତ୍ୟଧିକ ଧୂମପାନ କାରଣରୁ ଫୁସ୍‌ଫୁସ୍‌ରେ ଘା' ହୋଇଯାଏ । ବ୍ରୋଙ୍କାଇଟିସ୍ ଏବଂ ଆଜମାଟିକ୍ ଭଳି ସମସ୍ୟା ଦେଖାଯାଏ । ତେଣୁ ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବାକୁ ଚାହୁଁଥିଲେ ତୁରନ୍ତ ଏହି ଅଭ୍ୟାସ ଛାଡନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.