ETV Bharat / sukhibhava

ସାବଧାନ ! କୋଲେଷ୍ଟ୍ରଲ୍ ବୃଦ୍ଧି ସୃଷ୍ଟି କରିପାରେ ଏହି ସବୁ ଜଟିଳ ରୋଗ ସମସ୍ୟା

author img

By

Published : Dec 2, 2022, 9:28 AM IST

ଆମ ଶରୀର କୋଲେଷ୍ଟ୍ରଲ୍(cholesterol) ଜରୁରୀ ହୋଇଥିଲେ ମଧ୍ୟ ଏହାର ପରିମାଣ ବୃଦ୍ଧି ବିପଦର କାରଣ ହୋଇଥାଏ । ଜାଣନ୍ତୁ କୋଲେଷ୍ଟ୍ରଲ୍ ବୃଦ୍ଧି ହେଲେ କେଉଁ କେଉଁ ଜଟିଳ ରୋଗ ହୋଇଥାଏ ।

ସାବଧାନ ! କୋଲେଷ୍ଟ୍ରଲ୍ ବୃଦ୍ଧି ସୃଷ୍ଟି କରିପାରେ ଏହିସବୁ ଜଟିଳ ରୋଗ ସମସ୍ୟା

ହାଇଦ୍ରାବାଦ: ଓଜନ, ଖାଦ୍ୟ, ଜେନେଟିକ୍ସ, ଔଷଧ ସେବନ କିମ୍ବା ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଶରୀରରେ ଖରାପ କୋଲେଷ୍ଟ୍ରଲ୍‌ର(cholesterol) ପରିମାଣ ବଢିବାରେ ଲାଗେ । ଯେଉଁଥିପାଇଁ ଜଣେ ବ୍ୟକ୍ତିଙ୍କର ନାନା ରୋଗ ହେବାର ସମ୍ଭାବନା ମଧ୍ୟ ବଢିଯାଏ । ଆମମାନଙ୍କ ମଧ୍ୟରୁ ଅନେକ ଲୋକେ ବର୍ଦ୍ଧିତ କୋଲେଷ୍ଟ୍ରଲ୍‌ର ସମସ୍ୟାକୁ ଅତି ହାଲୁକା ଭାବରେ ଗ୍ରହଣ କରନ୍ତି । କିନ୍ତୁ କୋଲେଷ୍ଟ୍ରଲ ବୃଦ୍ଧି ଆମ ଶରୀରରେ ଅନେକ ରୋଗ ସୃଷ୍ଟି କରିପାରେ ।

କହି ରଖୁଛୁ କି, ଆମ ଶରୀରର ରକ୍ତରେ କୋଲେଷ୍ଟ୍ରଲ, ମିଳିଥାଏ । ଏହା ଆମ ଶରୀର ପାଇଁ ବହୁତ ଜରୁରୀ ଏବଂ ଏହା ଦୁଇ ପ୍ରକାରର ଯଥା, ଗୁଡ୍ କୋଲେଷ୍ଟ୍ରଲ୍ ଏବଂ ବ୍ୟାଡ୍ କୋଲେଷ୍ଟ୍ରଲ୍ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି କେବଳ ଖରାପ କୋଲେଷ୍ଟ୍ରଲ୍ ନୁହେଁ ଭଲ କୋଲେଷ୍ଟ୍ରଲ୍ ମାତ୍ର ବୃଦ୍ଧି ପାଇବା ଉଚିତ୍ ନୁହେଁ । କାରଣ ଏହା ଜୀବନ ପ୍ରତି ବିପଦର କାରଣ ହୋଇପାରେ । ତେବେ କୋଲେଷ୍ଟ୍ରଲ୍‌ ବୃଦ୍ଧି କେଉଁ ରୋଗ ହେବାର ଆଶଙ୍କା ଥାଏ ସେ' ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

କରୋନାରି ହୃଦ୍‌ରୋଗ:-

ଡାକ୍ତରମାନେ କହନ୍ତି ଯେ, ଉଚ୍ଚ କୋଲେଷ୍ଟ୍ରଲ ହୃଦୟ ପାଇଁ ଆଦୌ ଭଲ ନୁହେଁ । ବାସ୍ତବରେ, ଏହା କରୋନାରୀ ହୃଦ୍‌ରୋଗର ଆଶଙ୍କା ବଢାଇଥାଏ । ଏହି ପରିସ୍ଥିତିରେ ହୃଦଘାତ ହୋଇଥାଏ ଏବଂ ଜୀବନ ମଧ୍ୟ ଚାଲିଯାଇଥାଏ ।

ଷ୍ଟ୍ରୋକ୍:-

ଅଧିକ କୋଲେଷ୍ଟ୍ରଲ ରହିବା ଦ୍ୱାରା ଷ୍ଟ୍ରୋକ ହେବାର ଆଶଙ୍କା ମଧ୍ୟ ବଢିଥାଏ । ଉଚ୍ଚ କୋଲେଷ୍ଟ୍ରଲ କେବଳ ହୃଦୟକୁ ନୁହେଁ ବରଂ ମସ୍ତିଷ୍କକୁ ଯାଉଥିବା ଧମନୀକୁ ମଧ୍ୟ ଅବରୋଧ କରିଥାଏ । ଯେତେବେଳେ ମସ୍ତିଷ୍କ ପର୍ଯ୍ୟନ୍ତ ରକ୍ତ ପ୍ରବାହ ସଠିକ୍ ଭାବରେ ହୋଇନଥାଏ, ସେତେବେଳେ ଷ୍ଟ୍ରୋକ୍ ହେବାର ସମ୍ଭାବନା ବଢିଯାଏ ।

କିଡନୀ ଫେଲ୍:-

ଅନେକ ଥର ଯେତେବେଳେ କୋଲେଷ୍ଟ୍ରଲ ବୃଦ୍ଧିପାଏ, ଏହାର ବିପଦ ମଧ୍ୟ କିଡନୀ ଉପରେ ପଡିଥାଏ । କିଡନୀ ଫେଲ ହେବାର ଅନେକ କାରଣ ଥାଇପାରେ ଏବଂ ସେମାନଙ୍କ ମଧ୍ୟରେ ଉଚ୍ଚ କୋଲେଷ୍ଟ୍ରଲ ଅନ୍ୟତମ । ଯେତେବେଳେ କୋଲେଷ୍ଟ୍ରଲ ବୃଦ୍ଧିଘଟେ, କିଡନୀ ସହିତ ଜଡିତ ରକ୍ତ ନଳୀରେ ପ୍ଲେକ୍ ସୃଷ୍ଟି ହୁଏ, ଯେଉଁ କାରଣରୁ ରକ୍ତ ଯୋଗାଣରେ ବାଧା ସୃଷ୍ଟି ହୁଏ । ଫଳରେ କିଡନୀ କ୍ଷତିଗ୍ରସ୍ତ ହୁଏ ।

ଉଚ୍ଚ ରକ୍ତଚାପ:-

ଯଦି କୋଲେଷ୍ଟ୍ରଲ ସ୍ତର କ୍ରମାଗତ ଭାବରେ ବୃଦ୍ଧି ହୁଏ ତେବେ ଉଚ୍ଚ ରକ୍ତଚାପର ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଏହା ସେତେବେଳେ ଘଟେ, ଯେତେବେଳେ ଧମନୀ ସଂକୀର୍ଣ୍ଣ ହୁଏ, ହୃଦୟ ପାଇଁ ଶରୀରର ଅନ୍ୟ ଅଂଶରେ ସଠିକ୍ ଭାବରେ ରକ୍ତ ସଞ୍ଚାଳନ ହୋଇନଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.