ETV Bharat / sukhibhava

ସ୍ମରଣ ଶକ୍ତି ଓ ଏକାଗ୍ରତା ବୃଦ୍ଧିର ଉପାୟ

ସ୍ମରଣ ଶକ୍ତି ସମସ୍ୟାର ସମାଧାନ ପାଇଁ ଆୟୁର୍ବେଦୀୟ ଉପାୟ ସଂପର୍କରେ ଇଟିଭି ଭାରତ ସୁଖିଭବଃକୁ କହିଛନ୍ତି ଡକ୍ଟର ପି.ଭି ରଙ୍ଗାନାୟକଲୁ । ପ୍ରଖର ସ୍ମରଣ ଶକ୍ତି ଓ ଏକାଗ୍ରତା ପାଇଁ ଡକ୍ଟର ରଙ୍ଗାନାୟକଲୁ କିଛି ଟିପ୍ସ ଦେଇଛନ୍ତି ।

author img

By

Published : Mar 19, 2021, 6:58 AM IST

ସ୍ମରଣ ଶକ୍ତି ବୃଦ୍ଧିର ଉପାୟ
ସ୍ମରଣ ଶକ୍ତି ବୃଦ୍ଧିର ଉପାୟ

ମଣିଷର ମସ୍ତିଷ୍କ ହେଉଛି ତା ଶରୀରର ସବୁଠାରୁ ଜଟିଳ ଅଙ୍ଗ । ମସ୍ତିଷ୍କରେ ଏକାଧିକ ସ୍ନାୟୁ ମିଳିମିଶି କାମ କରନ୍ତି, ଯାହାଫଳରେ ଆମ ଶରୀର ଭଲଭାବେ କାର୍ଯ୍ୟକ୍ଷମ ହୁଏ । ତେବେ, ଆଜିକାଲିର ଦ୍ରୁତ ଗତିଶୀଳ ଦୁନିଆରେ ସବୁ ଛୋଟଛୋଟ କଥାର ରେକର୍ଡ ରଖିବା ଏକ ଚ୍ୟାଲେଞ୍ଜ ନିଶ୍ଚୟ ।

ତେବେ, ସବୁ ଘଟଣା ମନେ ରଖିବାରେ ବିଫଳତା ଭାରି ନିରଶାଜନକ ହୋଇଥାଏ । ତେଣୁ ସ୍ମରଣ ଶକ୍ତି ସମସ୍ୟାର ସମାଧାନ ପାଇଁ ଆୟୁର୍ବେଦୀୟ ଉପାୟ ସଂପର୍କରେ ଇଟିଭି ଭାରତ ସୁଖିଭବଃକୁ କହିଛନ୍ତି ଡକ୍ଟର ପି.ଭି ରଙ୍ଗାନାୟକଲୁ ।

ପ୍ରଖର ସ୍ମରଣ ଶକ୍ତି ଓ ଏକାଗ୍ରତା ପାଇଁ ଡକ୍ଟର ରଙ୍ଗାନାୟକଲୁ କିଛି ଟିପ୍ସ ଦେଇଛନ୍ତି । ସ୍ମରଣ ଶକ୍ତି ତିନିଟି ‘ଆର’ ଉପରେ ନିର୍ଭର କରେ ବୋଲି କହନ୍ତି ଡକ୍ଟର ରଙ୍ଗାନାୟକଲୁ । ରିସେପସନ, ରେଜିଷ୍ର୍ଟ୍ରେସନ ଓ ରିକଲ୍ ଉପରେ ଆମର ମେମୋରି ବା ସ୍ମରଣ ଶକ୍ତି କାମ କରେ । ଆମେ ଯେତେବେଳେ ସୂଚନା ପାଉ, ତାହା ଅତି ସ୍ପଷ୍ଟ ଭାବେ ଗ୍ରହଣୀୟ ହେବା ଦରକାର ଓ ମସ୍ତିଷ୍କରେ ତାହା ଭଲ ଭାବେ ପଂଞ୍ଜୀକୃତ ହେବା ଜରୁରୀ ।

ସୂଚନା ପଂଞ୍ଜୀକୂତ ହେଲା ପରେ ତାହା ମନେ ପକାଇବା ସେତେ କଷ୍ଟ ହେବନାହିଁ । ଏହି ସିକ୍ୱେନସିରେ ଯଦି କିଛି ହୁଏ ନାହିଁ , ତାହା ହେଲେ ଆମର ସ୍ମରଣ ଶକ୍ତି ହ୍ରାସ ପାଏ । ଆମେ କିଛି ମନେ ପକାଇବାରେ ଅସୁବିଧା ହୁଏ। ଠିକ୍ ସମୟରେ ଠିକ୍ କଥା ମନେପଡିବା ହିଁ ଭଲ ସ୍ମରଣ ଶକ୍ତିର ପରିଚାୟକ।

ଖାଦ୍ୟ:

ଡକ୍ଟର ରଙ୍ଗାନାୟକଲୁ କହନ୍ତି ଯେ, କ୍ଲାରିଫାଇଡ ବଟର୍ ବା ଗାଈ ଘିଅ, ସ୍ମରଣ ଶକ୍ତି ଓ ଧୀଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ । ଘିଅ ତ ଭାରତର ସବୁ ରୋଷେଇ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ରହିଥାଏ । ଡାଲି, ତରକାରୀ, ଖେଚୁଡି ସବୁଥିରେ ଘିଅ ପଡେ । ବ୍ରାହ୍ମୀ, ଶଙ୍ଖପୁଷ୍ପି ଓ ମାଲକଙ୍ଗାନି ଭଳି ଜଟିବୁଟି ମଧ୍ୟ ମୋମୋରି ଓ ଆଇକ୍ୟୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । କିଛି ଖାଦ୍ୟ ମଧ୍ୟ ସ୍ମରଣ ଶକ୍ତି ବଢାଇଥାଏ ।

ଆଉ କିଛି ଟିପ୍ସ:

-ଦୈନନ୍ଦିନ ଆହାରରେ ରିଫାଇନଡ୍ ସୁଗାର କମ ଓ କାର୍ବ ହ୍ରାସ କରନ୍ତୁ। ଆହାରରେ ଅଧିକ ଶର୍କରା ରହିଲେ ସ୍ମରଣ ଶକ୍ତି ଦୁର୍ବଳ ହୋଇଯାଏ । ବ୍ରେନ ଭଲ୍ୟୁମ ମଧ୍ୟ କମ୍ ହୋଇଯାଏ । ଏଭଳି ସ୍ଥିତି ଆଲେଝେଇମର ଡିଜିଜର ସଂଙ୍କେତ ବହନ କରିଥାଏ ।

- ସୁନିଦ୍ରା ବି ସ୍ମରଣ ଶକ୍ତି ଓ ଏକାଗ୍ରତା ବୃଦ୍ଧିରେ ସହାୟକ ହୋଇଥାଏ। ଭଲ ନିଦରୁ ବଞ୍ଚିତ ଲୋକଙ୍କ ସ୍ମରଣ ଶକ୍ତି ଦୃଢ ନଥାଏ ବୋଲି ବିଭିନ୍ନ ଅଧ୍ୟୟନରୁ ପ୍ରମାଣିତ ହୋଇଛି । ଦିନକୁ ୭ରୁ ୯ ଘଣ୍ଟା ଶୋଇଲେ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

- ନିୟମିତ ବ୍ୟାୟାମ କଲେ ମାନସିକ ସ୍ବାସ୍ଥ୍ୟ ବି ଭଲ ରହେ । ଆଉ ଏଥିସହ ସ୍ମରଣ ଶକ୍ତି ବି ପ୍ରଖର ହୁଏ ।

- ଆହାରରେ ଆଂଣ୍ଟିଅକ୍ସିଡାଣ୍ଟ ଥିଲେ ତାହା ବ୍ରେନ ସେଲ ଗୁଡିକୁ ବୟସ ସଂପର୍କିତ କ୍ଷତିରୁ ରକ୍ଷା କରିଥାଏ । ତେଣୁ ଫଳ ଓ ପନିପରିବା ପ୍ରଚୁର ପରିମାଣରେ ଖାଇବା ଦରକାର ।

- ଧ୍ୟାନଯୋଗ ଆଦି କଲେ ଶରୀର ଓ ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପଡେ । ଆପଣ ଚାପମୁକ୍ତ ରହିବା ସହ ସ୍ମରଣ ଶକ୍ତି ବଢେ ।

- ଶାରୀରିକ ବ୍ୟାୟାମ ସହ ମସ୍ତିଷ୍କକୁ ବି ସଂଞ୍ଚାଳିତ କରିବା ଦରକାର । କ୍ରସୱାର୍ଡ, ପଜଲ୍ସ ଓ ଅନ୍ୟ ମେମୋରି ଗେମ୍ସ ଖେଳିବା ଦରକାର ।

- ଧୂମ୍ରପାନ ଆମର ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ହାନିକାରକ । ଏହା କଗନିଟିଭ ହ୍ରାସ କରିଥାଏ । ଖାଲି ସମୟରେ ବହିପତ୍ର ପଢିବା ଦରକାର ବୋଲି ଡକ୍ଟର ରଙ୍ଗାନାୟକଲୁ କହନ୍ତି । ପଢାପଢି କଲେ ସ୍ମରଣ ଶକ୍ତି ବଢେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.